Advertisment

ଅଲିମ୍ପିକ୍ସରେ ଇତିହାସ ରଚିଲେ ନୋଭାକ ଜୋକଭିଚ୍‌

ଅଲିମ୍ପିକ୍ସରେ ଆଜି ୧୬ତମ ବିଜୟ ହାସଲ କରିଥିବା ଜୋକଭିଚ୍‌ ଏଯାଏ ସ୍ୱର୍ଣ୍ଣ ପଦକ ଜିତି ପାରି ନାହାନ୍ତି। କିନ୍ତୁ ଏଥର ସେ ଇତିହାସ ବଦଳାଇବା ଲକ୍ଷ୍ୟରେ ରହିଛନ୍ତି।

author-image
Hemant Lenka
Novak Djokovic

Novak Djokovic

ସର୍ବିୟାର ଟେନିସ ଷ୍ଟାର ନୋଭାକ ଜୋକଭିଚ୍‌ ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଛନ୍ତି। ସେ ବିଶ୍ୱର ପ୍ରଥମ ଟେନିସ ଖେଳାଳି ଭାବେ ଅଲିମ୍ପିକ୍ସ ଇତିହାସରେ ୪ର୍ଥ ଥର ପାଇଁ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

Advertisment

୩୭ ବର୍ଷୀୟ ଜୋକଭିଚ୍‌ ଆଜି ପ୍ରି-କ୍ୱାର୍ଟର ଫାଇନାଲରେ ଜର୍ମାନୀର ଡୋମିନିକ କୋଫେରଙ୍କୁ ୭-୫ ଓ ୬-୩ରେ ହରାଇ ଏପରି ସଫଳତା ହାସଲ କରିଛନ୍ତି। ଏଥିସହ ସେ ଅଲିମ୍ପିକ୍ସ ଇତିହାସର ବୟସ୍କ ଖେଳାଳି ଭାବେ କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିଛନ୍ତି।

ଅଲିମ୍ପିକ୍ସରେ ଆଜି ୧୬ତମ ବିଜୟ ହାସଲ କରିଥିବା ଜୋକଭିଚ୍‌ ଏଯାଏ ସ୍ୱର୍ଣ୍ଣ ପଦକ ଜିତି ପାରି ନାହାନ୍ତି। କିନ୍ତୁ ଏଥର ସେ ଇତିହାସ ବଦଳାଇବା ଲକ୍ଷ୍ୟରେ ରହିଛନ୍ତି।

Advertisment

ଷ୍ଟାର ଟେନିସ ଖେଳାଳି ରାଫେଲ ନାଡାଲଙ୍କୁ ଏହା ପୂର୍ବରୁ ହରାଇଥିବା ଜୋକଭିଚ୍‌ଙ୍କୁ ଆଜି କୋଫେର କଡ଼ା ଟକ୍କର ଦେଇଥିଲେ। ଦୀର୍ଘ ୧ ଘଣ୍ଟା ୩୭ ମିନିଟର ସଂଘର୍ଷ ପରେ ଜୋକୋଭିଚ୍‌କୁ ସଫଳତାର ସ୍ୱାଦ ମିଳିଛି। 

୫ମ ଥର ପାଇଁ ଅଲିମ୍ପିକ୍ସରେ ନଜର ଆସିଥିବା ଜୋକଭିଚ୍‌ ଏଯାଏ କେବଳ ୨୦୦୮ ବେଜିଂ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ପାରିଛନ୍ତି। ୨୦୧୨ ଓ ୨୦୨୧ରେ ସେ ଯଥାକ୍ରମେ ଜୁଆନ ମାର୍ଟିନ ଡେଲ ପୋଟ୍ରୋ ଓ ପାବଲୋ କାରେନଥ ବୁଷ୍ଟାଙ୍କ ଠାରୁ ବ୍ରୋଞ୍ଜ ପଦକ ମ୍ୟାଚରେ ହାରିଥିଲେ। ୨୦୧୬ ରିଓ ଅଲିମ୍ପିକ୍ସରେ ଜୋକଭିଚ୍‌ଙ୍କୁ ପ୍ରଥମ ରାଉଣ୍ଡରେ ହିଁ ପୋଟ୍ରୋ ହରାଇ ଦେଇଥିଲେ।

Novak Djokovic Paris Olympics 2024 Paris Olympics Olympics 2024