Advertisment

ବାରବାଟୀ ଷ୍ଟାଡିୟମକୁ ନେଇ ରାଜନୀତି କରାନଯାଉ: ଓସିଏ ସମ୍ପାଦକ

"ବାରବାଟୀ ଷ୍ଟାଡିୟମର ଐତିହ୍ୟ ଅକ୍ଷୁର୍ଣ୍ଣ ରହିବ, ଷ୍ଟାଡିୟମକୁ ସମ୍ପ୍ରସାରଣ କରାଯାଇ ଅନ୍ତର୍ଜାତୀୟସ୍ତରର ନିର୍ମାଣ କରାଯିବ।"

Barabati Stadium

Barabati Stadium

Advertisment

ବାରବାଟୀ ଷ୍ଟାଡିୟମ ସମ୍ପ୍ରସାରଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଓଡିଶା କ୍ରିକେଟ ଆସୋସିଏସନ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି। ଷ୍ଟାଡିୟମକୁ ନେଇ ରାଜନୀତି କରାନଯାଉ ବୋଲି ସେ କହିଛନ୍ତି। 

Advertisment

ସେ ଆହୁରି କହିଛନ୍ତି, ବାରବାଟୀ ଷ୍ଟାଡିୟମର ଐତିହ୍ୟ ଅକ୍ଷୁର୍ଣ୍ଣ ରହିବ, ଷ୍ଟାଡିୟମକୁ ସମ୍ପ୍ରସାରଣ କରାଯାଇ ଅନ୍ତର୍ଜାତୀୟସ୍ତରର ନିର୍ମାଣ କରାଯିବ। ଓଡ଼ିଶାର ସମ୍ପତ୍ତି ବାରବାଟୀ ଷ୍ଟାଡିୟମକୁ ଉନ୍ନତମାନର କରାଯିବ, ଆଗାମୀ ୫୦ ବର୍ଷକୁ ଲକ୍ଷ୍ୟରେ ରଖି ଷ୍ଟାଡିୟମ ନିର୍ମାଣ କରାଯାଉଛି। ବିଧାୟକ ମହମ୍ମଦ ମୋକିମ ଏହାକୁ ବିରୋଧ ନକରି ସହଯୋଗ କରନ୍ତୁ ଏବଂ ରାଜନୀତି କରନ୍ତୁ ନାହିଁ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି। 

ଏହାସହ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ବାରବାଟୀ ଷ୍ଟାଡିୟମକୁ ନେଇ ରାଜନୀତି ନ ହେଉ ବୋଲି ଅନୁରୋଧ କରିଛନ୍ତି। ବାରବାଟୀ ଷ୍ଟାଡିୟମର ପୁନରୁଦ୍ଧାର ହେବ, ଖୁସିର କଥା ହେଉଛି କି କଟକରେ ବାରବାଟୀ ଷ୍ଟାଡିୟମ ଅଛି, ଏହା କଟକର ସୁନାମକୁ ବଢାଉଛି। ସମସ୍ତେ ସହଯୋଗ କଲେ ବାରବାଟୀର ବିକାଶ ହେବ ଓ ଅଧିକ ମ୍ୟାଚ ଖେଳାଯିବ ବୋଲି ଆଶୀର୍ବାଦ ବେହେରା କହିଛନ୍ତି।

Advertisment

ଆସନ୍ତା ୨୭ ତାରିଖରେ ବାରବାଟୀ ପୁନରୁଦ୍ଧାର କାର୍ଯ୍ୟକ୍ରମର ଶିଳାନ୍ୟାସ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିସିସିଆଇର କର୍ମକର୍ତ୍ତା, କ୍ରିକେଟର ଇର୍ଫାନ ପଠାନ ମଧ୍ୟ ଉପସ୍ଥିତ ରହିବେ। ଏହାସହ ଅପରାହ୍ନ ୪ଟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବଲିଓଡ ସିଙ୍ଗର ନେହା କକ୍କର ଏବଂ ତାଙ୍କ ଟ୍ରୁପ ସହ ଓଲିଉଡ କଳାକାର ମଧ୍ୟ କାର୍ଯ୍ୟକ୍ରମ ପରିବେଷଣ କରିବେ। ତେବେ ସାଧାରଣ ଦର୍ଶକ ମାଗଣାରେ ଗ୍ୟାଲେରୀ ରେ ବସି କାର୍ଯ୍ୟକ୍ରମ ଦେଖିପାରିବେ ବୋଲି ସମ୍ପାଦକ କହିଛନ୍ତି। 

Barabati Stadium OCA Secretary Sanjay Behera OCA Secretary
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe