ଓଡ଼ିଆ ଝିଅଙ୍କ କମାଲ: ସୁଟିଂରେ ଜିତିଲେ ସ୍ୱର୍ଣ୍ଣ

ମୁନିଚ୍‌: ଅନ୍ତର୍ଜାତୀୟ ରାଇଫଲ୍‌ ସୁଟିଂରେ ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡଙ୍ଗୀ କମାଲ ଦେଖାଇଛନ୍ତି। ଜର୍ମାନର ମୁନିଚ୍‌ରେ ଖେଳାଯାଇଥିବା ଏଚ୍‌ ଆଣ୍ଡ ଏନ୍‌ କପ୍‌ ଇଣ୍ଟରନ୍ୟାସନାଲ ଚାମ୍ପିୟନସିପ୍‌ର ମିକ୍ସ ଏୟାର ରାଇଫଲ୍‌ ବର୍ଗରେ ସେ ଗୋଲ୍ଡ ମେଡାଲ ଜିତିଛନ୍ତି। ଅଖିଲ୍‌ ସୋରେନ୍‌ଙ୍କୁ ସାଥୀ କରି ସେ ଏହି ସଫଳତା ପାଇଛନ୍ତି। ରବିବାର ହୋଇଥିବା ପ୍ରତିଯୋଗିତାରେ ଶ୍ରୀୟଙ୍କା ଏବଂ ଅଖିଲ୍‌, ରୁଷିଆର ଡି. ଭିଡୋଭିନା ଏବଂ ଭି. ମିସ୍‌ଲିନିକୋଭ୍‌ଙ୍କୁ ଦୁଇ ପଏଣ୍ଟରେ ହରାଇଥିଲେ। ଭାରତୀୟ ଯୋଡ଼ି ୫୦୨.୯ ପଏଣ୍ଟ ସ୍କୋର କରିଥିଲେ। […]

Shriyanka

Shriyanka

Rakesh Mallick
  • Published: Monday, 28 January 2019
  • Updated: 28 January 2019, 01:32 PM IST

Sports

Latest News

ମୁନିଚ୍‌: ଅନ୍ତର୍ଜାତୀୟ ରାଇଫଲ୍‌ ସୁଟିଂରେ ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡଙ୍ଗୀ କମାଲ ଦେଖାଇଛନ୍ତି। ଜର୍ମାନର ମୁନିଚ୍‌ରେ ଖେଳାଯାଇଥିବା ଏଚ୍‌ ଆଣ୍ଡ ଏନ୍‌ କପ୍‌ ଇଣ୍ଟରନ୍ୟାସନାଲ ଚାମ୍ପିୟନସିପ୍‌ର ମିକ୍ସ ଏୟାର ରାଇଫଲ୍‌ ବର୍ଗରେ ସେ ଗୋଲ୍ଡ ମେଡାଲ ଜିତିଛନ୍ତି। ଅଖିଲ୍‌ ସୋରେନ୍‌ଙ୍କୁ ସାଥୀ କରି ସେ ଏହି ସଫଳତା ପାଇଛନ୍ତି।

ରବିବାର ହୋଇଥିବା ପ୍ରତିଯୋଗିତାରେ ଶ୍ରୀୟଙ୍କା ଏବଂ ଅଖିଲ୍‌, ରୁଷିଆର ଡି. ଭିଡୋଭିନା ଏବଂ ଭି. ମିସ୍‌ଲିନିକୋଭ୍‌ଙ୍କୁ ଦୁଇ ପଏଣ୍ଟରେ ହରାଇଥିଲେ। ଭାରତୀୟ ଯୋଡ଼ି ୫୦୨.୯ ପଏଣ୍ଟ ସ୍କୋର କରିଥିଲେ।

ସୂଚନାଯୋଗ୍ୟ, ଶ୍ରୀୟଙ୍କା ୨୦୦୯ ମସିହାରୁ ଭାରତୀୟ ଶୁଟିଂ ଟିମ୍‌ର ଅଂଶ ରହି ଆସିଛନ୍ତି। ଏକମାତ୍ର ଓଡ଼ିଆ ଝିଅ ଭାବେ ସେ ଅନ୍ତର୍ଜାତୀୟ ଶୁଟିଂରେ ଭାରତ ପାଇ ପ୍ରତିନିଧିତ୍ୱ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos