Advertisment

ଓଡ଼ିଆ ଶୁଟର ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ଅଲିମ୍ପିକ୍ସ ଟିକେଟ୍‌

କୋରିଆରେ ଚାଲିଥିବା ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ମିଳିଛି ଏହି ସଫଳତା।

author-image
Jitendra Garnayak
Shriyanka Sadangi

Shriyanka Sadangi

୨୦୨୪ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଟିକେଟ ହାସଲ କରିଛନ୍ତି ଓଡ଼ିଆ ଶୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ।  ୫୦ ମିଟର ଥ୍ରୀ ପୋଜିସନ ରାଇଫଲ ଇଭେଣ୍ଟ ପାଇଁ ସେ ପାଇଛନ୍ତି ଅଲିମ୍ପିକ୍ସ ଟିକେଟ୍।

Advertisment

କୋରିଆରେ ଚାଲିଥିବା ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ମିଳିଛି ଏହି ସଫଳତା। ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ  ୫୦ ମିଟର ଥ୍ରୀ ପୋଜିସନ ଇଭେଣ୍ଟରେ ଭାରତୀୟ ମହିଳା ଦଳ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଏଥିରେ ରହିଥିଲେ ଶ୍ରୀୟଙ୍କା। ଏହା ସହିତ ବ୍ୟକ୍ତିଗତ ଭାବେ ଶ୍ରୀୟଙ୍କା ଭଲ ସ୍କୋର କରିବାରୁ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିପାରିଛନ୍ତି। 

୫୦ ମିଟର ଥ୍ରୀ ପୋଜିସନ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ପାଇଥିବା ଟିମ୍‌ରେ ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କ ସହିତ ଆୟୁଶୀ ଓ ଆଶି ରହିଥିଲେ। 

Advertisment
Shooting Shriyanka Sadangi Paris Olympics 2024