Advertisment

ଭାରତୀୟ ଖୋ ଖୋ ଟିମ୍‌ର ପ୍ରାୟୋଜକ ହେବ ଓଡ଼ିଶା

ଆଗାମୀ ୩ ବର୍ଷ ପାଇଁ ଜାତୀୟ ‘ଖୋ ଖୋ’ ଟିମକୁ ସ୍ପନସର କରିବେ ଓଡିଶା ସରକାର। ୨୦୨୫ ଜାନୁଆରୀରୁ ୨୦୨୭ ଡିସେମ୍ବର ପର୍ଯ୍ୟନ୍ତ ବର୍ଷକୁ ୫ କୋଟି ଟଙ୍କା ଲେଖାଏଁ ସମୁଦାୟ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ।

author-image
Debadatta Aryashrestha
Odisha will Sponsor Indian Kho Kho Team

Odisha will Sponsor Indian Kho Kho Team

ଦେଶର ‘ଖୋ ଖୋ’ ଖେଳ ପାଇଁ ଆସିଛି ଏକ ସୁବର୍ଣ୍ଣ ସମୟ। ଓଡିଶା ସରକାର ଏହି ଖେଳକୁ ଯୋଗାଇ ଦେବେ ଆର୍ଥିକ ପ୍ରୋତ୍ସାହନ। ପୂର୍ବରୁ ଜାତୀୟ ହକି ଖେଳକୁ ଓଡିଶା ସ୍ପନସର୍ କରୁଥିବାବେଳେ, ଏବେ ‘ଖୋ ଖୋ’ ଖେଳକୁ ମଧ୍ୟ ପ୍ରୋତ୍ସାହନ ଦେବାକୁ ଆଗେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Advertisment

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାର ଜାତୀୟ ‘ଖୋ ଖୋ’ ଟିମକୁ ଆଗାମୀ ୩ ବର୍ଷ ପାଇଁ ସ୍ପନସର କରିବେ। ଏହି ସ୍ପନସରଶିପର ଅବଧି ୨୦୨୫ ଜାନୁଆରୀରୁ ୨୦୨୭ ଡିସେମ୍ବର ପର୍ଯ୍ୟନ୍ତ ରହିବ। ଏଥିପାଇଁ ବର୍ଷକୁ ୫ କୋଟି ଟଙ୍କା ଲେଖାଏଁ ୩ ବର୍ଷରେ ସମୁଦାୟ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ। ଓଡିଶା ଖଣି ନିଗମ ପକ୍ଷରୁ ଏହି ଅର୍ଥ ପ୍ରଦାନ କରାଯିବ।

ଏହାଦ୍ୱାରା ଭାରତୀୟ  ‘ଖୋ ଖୋ’ ଖେଳାଳୀ ପ୍ରୋତ୍ସାହନ ପାଇବା ସହିତ ଓଡିଶା ମଧ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ଖେଳରେ ବ୍ରାଣ୍ଡିଂ ଜରିଆରେ ବିଶ୍ୱସ୍ତରରେ ରାଜ୍ୟର ଛବିକୁ ଉଜ୍ଜଳ କରିପାରିବ ବୋଲି ଆଶା କରାଯାଇଛି।

Advertisment
CM Mohan Majhi Odisha To Sponsor National Kho Kho Team Bjp Kho Kho