Advertisment

ଦୂତୀଙ୍କ ଏସିଆନ୍ ଗେମ୍ସ ପ୍ରଦର୍ଶନରେ ସରକାର ଖୁସ୍: ଆଉ ଦେଢ଼କୋଟି ଦେବାକୁ ଘୋଷଣା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏସିଆନ୍‌ ଗେମ୍ସରେ ଚମକଦାର୍‌ ସଫଳତା ପାଇଥିବା ଓଡ଼ିଆ ଝିଅ ଦୂତୀ ଚାନ୍ଦଙ୍କ ଉପରେ ଓଡ଼ିଶା ସରକାର ଟଙ୍କା ବର୍ଷା କରିଛନ୍ତି। ଗତକାଲିର ସଫଳତା ପାଇଁ ରାଜ୍ୟ ସରକାର ଆଜି ପୁଣି ଦୂତୀଙ୍କୁ ଦେଢ଼କୋଟି ଟଙ୍କା ପୁରସ୍କାର ଆକାରରେ ଦେବେ ବୋଲି ଘୋଷଣା କରିଛନ୍ତି। ଜାକର୍ତ୍ତାଠାରେ ଚାଲିଥିବା ଏସିଆନ ଗେମ୍ସରେ ଦୂତୀଙ୍କ ସଫଳତା ଉଲ୍ଲେଖନୀୟ ରହିଛି। ଗତକାଲି ସେ ୨୦୦ ମିଟର୍‌ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରି ଉଭୟ ଦେଶ ଓ ରାଜ୍ୟ ପାଇଁ […]

author-image
Amaresh Biswal
ଅଦ୍ୟତନ ହୋଇଛି
ଦୂତୀଙ୍କ ଏସିଆନ୍ ଗେମ୍ସ ପ୍ରଦର୍ଶନରେ ସରକାର ଖୁସ୍: ଆଉ ଦେଢ଼କୋଟି ଦେବାକୁ ଘୋଷଣା

image

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏସିଆନ୍‌ ଗେମ୍ସରେ ଚମକଦାର୍‌ ସଫଳତା ପାଇଥିବା ଓଡ଼ିଆ ଝିଅ ଦୂତୀ ଚାନ୍ଦଙ୍କ ଉପରେ ଓଡ଼ିଶା ସରକାର ଟଙ୍କା ବର୍ଷା କରିଛନ୍ତି। ଗତକାଲିର ସଫଳତା ପାଇଁ ରାଜ୍ୟ ସରକାର ଆଜି ପୁଣି ଦୂତୀଙ୍କୁ ଦେଢ଼କୋଟି ଟଙ୍କା ପୁରସ୍କାର ଆକାରରେ ଦେବେ ବୋଲି ଘୋଷଣା କରିଛନ୍ତି।

Advertisment

ଜାକର୍ତ୍ତାଠାରେ ଚାଲିଥିବା ଏସିଆନ ଗେମ୍ସରେ ଦୂତୀଙ୍କ ସଫଳତା ଉଲ୍ଲେଖନୀୟ ରହିଛି। ଗତକାଲି ସେ ୨୦୦ ମିଟର୍‌ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରି ଉଭୟ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣି ଦେଇଥିଲେ।

ଏହାପୂର୍ବରୁ ମଧ୍ୟ ୧୦୦ ମିଟର ଦୌଡ଼ରେ ଦୂତୀ ରୌପ୍ୟ ପଦକ ଜିତିଥିଲେ। ସେତେବେଳେ ଏହି ସଫଳତାର ଖୁସିରେ ରାଜ୍ୟ ସରକାର ଦୂତୀଙ୍କୁ ପୁରସ୍କାର ବାବଦକୁ ଦେଢ଼କୋଟି ଟଙ୍କା ଦେବେ ବୋଲି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଘୋଷଣା କରିଥିଲେ।

Advertisment

publive-image

ଗତକାଲି ପୁଣି ୨୦୦ ମିଟର ଦୌଡ଼ରେ ଦୂତୀ ସଫଳତା ପାଇବା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୂତୀଙ୍କୁ ଆଉ ଦେଢ଼କୋଟି ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି। ତେଣୁ ରାଜ୍ୟ ସରକାର ଦୂତୀଙ୍କୁ ମୋଟ ୩ କୋଟି ଟଙ୍କା ଅର୍ଥରାଶି ପୁରସ୍କାର ଆକାରରେ ଦେବେ। ଏଥିସହ ଦୂତୀଙ୍କ ଅଲିମ୍ପିକ ପ୍ରସ୍ତୁତି ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି।