Advertisment

ଓଡ଼ିଶା-ମହାରାଷ୍ଟ୍ର ରଣଜୀ ମ୍ୟାଚ୍: ପ୍ରଥମ ଦିନରେ ମହାରାଷ୍ଟ୍ର ୨୩୧/୫, ବିପ୍ଳବଙ୍କୁ ୩ ୱିକେଟ୍

କଟକ: କଟକ ବାରବାଟୀ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଶା-ମହାରାଷ୍ଟ୍ର ରଣଜୀ ମ୍ୟାଚ୍। ମ୍ୟାଚର ପ୍ରଥମ ଦିନରେ ମହାରାଷ୍ଟ୍ର ଦଳ ୫ ୱିକେଟ୍ ହରାଇ ୨୩୧ ରନ୍ ସଂଗ୍ରହ କରିଛି। ଓଡ଼ିଶାର ବିପ୍ଳବ ସାମନ୍ତରାୟ ୩ଟି ୱିକେଟ୍ ହାସଲ କରିଛନ୍ତି। ଓଡ଼ିଶା ଟସ୍ ଜିତି ମହାରାଷ୍ଟ୍ରକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଭ୍ରମଣକାରୀ ଦଳର ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଦଳୀୟ ସ୍କୋର ମାତ୍ର ୩ ରନ୍ ହୋଇଥିବା ବେଳେ ଓପନର୍ ଏସ.ଏମ୍ ଗୁଗାଲେ ୨ ରନ୍ […]

ଅଦ୍ୟତନ ହୋଇଛି
ଓଡ଼ିଶା-ମହାରାଷ୍ଟ୍ର ରଣଜୀ ମ୍ୟାଚ୍: ପ୍ରଥମ ଦିନରେ ମହାରାଷ୍ଟ୍ର ୨୩୧/୫, ବିପ୍ଳବଙ୍କୁ ୩ ୱିକେଟ୍

Odisha and maharashtra cricket association

Advertisment

Orissa and maharastra cricket associationକଟକ: କଟକ ବାରବାଟୀ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଶା-ମହାରାଷ୍ଟ୍ର ରଣଜୀ ମ୍ୟାଚ୍। ମ୍ୟାଚର ପ୍ରଥମ ଦିନରେ ମହାରାଷ୍ଟ୍ର ଦଳ ୫ ୱିକେଟ୍ ହରାଇ ୨୩୧ ରନ୍ ସଂଗ୍ରହ କରିଛି। ଓଡ଼ିଶାର ବିପ୍ଳବ ସାମନ୍ତରାୟ ୩ଟି ୱିକେଟ୍ ହାସଲ କରିଛନ୍ତି।

Advertisment

ଓଡ଼ିଶା ଟସ୍ ଜିତି ମହାରାଷ୍ଟ୍ରକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଭ୍ରମଣକାରୀ ଦଳର ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଦଳୀୟ ସ୍କୋର ମାତ୍ର ୩ ରନ୍ ହୋଇଥିବା ବେଳେ ଓପନର୍ ଏସ.ଏମ୍ ଗୁଗାଲେ ୨ ରନ୍ (୧୪ ବଲ୍) କରି ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ଏକ ବଲରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଦଳୀୟ ସ୍କୋର ୪୯ ରନ୍ ହୋଇଥିବା ବେଳେ ପଡ଼ିଥିଲା ଦ୍ୱିତୀୟ ୱିକେଟ୍। ୪୫ଟି ବଲରୁ ୨୨ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ ତିନି ନମ୍ବରରେ ଖେଳିବାକୁ ଆସିଥିବା ଆର.ଏଚ୍ ମୋଟୱାନି। ବିଳ୍ପବ ସାମନ୍ତରାୟଙ୍କ ଏକ ବଲରେ ସେ ଏଲବିଡବ୍ଲ୍ୟୁ ହୋଇଥିଲେ। ଏହା ପରେ ୬୨ ରନରେ ପଡ଼ିଥିଲା ତୃତୀୟ ୱିକେଟ୍। କେ.ଏମ ଯାଦବ ୧୨ଟି ବଲରୁ ମାତ୍ର ୨ ରନ୍ କରି ବିଳ୍ପବ ସାମନ୍ତରାୟଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ତେବେ ଓପନର୍ ହର୍ଷଦ ଖାଡିୱାଲେ ଓ ପାଞ୍ଚ ନମ୍ବରରେ ଆସିଥିବା ଏ.ଆର୍ ବାୱାନେ ପାଳିକୁ ସମ୍ଭାଳି ଥିଲେ। ଏହି ଦୁଇ ଯୋଡ଼ି ଦଳୀୟ ସ୍କୋରକୁ ୧୫୩ ରନ୍ ପର୍ଯ୍ୟନ୍ତ ନେଇ ଥିଲେ। ତା’ପରେ ଓପନର୍ ହର୍ଷଦ ଆଉଟ୍ ହୋଇ ଯାଇଥିଲେ। ସେ ୧୬୪ଟି ବଲରୁ ୧୦ଟି ଚୌକା ସାହାଯ୍ୟରେ ୭୪ ରନ୍ ସଂଗ୍ରହ କରିଥିଲେ। ବିଳ୍ପବ ସାମନ୍ତରାୟଙ୍କ ଏକ ବଲରେ ସେ ଦୀପକ ବେହେରାଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ସେ ଆଉଟ୍ ହୋଇଯିବା ପରେ ବାୱାନେ ମଧ୍ୟ ବେଶୀ ସମୟ ରହିପାରି ନ ଥିଲେ। ଦଳୀୟ ସ୍କୋର ୧୮୭ ହୋଇଥିବା ବେଳେ ସେ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ଦ୍ୱାରା ବୋଲ୍ଡ ହୋଇଯାଇଥିଲେ। ୧୪୬ଟି ବଲରୁ ୭ଟି ଚୌକା ସହାୟତାରେ ସେ ସଂଗ୍ରହ କରିଥିଲେ ୬୦ ରନ୍। ଆର.ଏ ତ୍ରିପାଠୀ (୪୧ରନ୍) ଓ ସି.ଜି ଖୁରାନା (୧୮ ରନ୍ ) ଅପରାଜିତ ଅଛନ୍ତି। ଆସନ୍ତାକାଲି ଏ ଦୁହେଁ ଖେଳକୁ ଆଗେଇ ନେବେ।

ଓଡ଼ିଶା ପକ୍ଷରୁ ଶାଣିତ ବୋଲିଂ କରିଥିବା ବିପ୍ଳବ ସମାନ୍ତରାୟ ୧୦ ଓଭରରେ ୩ଟି ୱିକେଟ୍ ଅକ୍ତିଆର କରିଛନ୍ତି। ଏଥିମଧ୍ୟରେ ୩ଟି ମେଡେନ୍ ଓଭର ମଧ୍ୟ ରହିଛି। ସୂର୍ଯ୍ୟକାନ୍ତ ପ୍ରଧାନ ୨୧ ଓଭର ବୋଲିଂ ୨ଟି ୱିକେଟ୍ ହାସଲ କରିଛନ୍ତି।

Advertisment

ସୂଚନାଯୋଗ୍ୟ, ଚଳିତ ରଣଜୀ ଟ୍ରଫିର ପୁଲ୍ ‘ଏ’ରେ ଥିବା ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍ ବିଦର୍ଭ ବିପକ୍ଷରେ ଖେଳିଥିଲା। ନାଗପୁରରେ ଅନୁଷ୍ଠିତ ଏହି ମ୍ୟାଚ୍ ଡ୍ର’ ରହିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe