Advertisment

ଓଡ଼ିଶା-ମହାରାଷ୍ଟ୍ର ରଣଜୀ ମ୍ୟାଚ୍: ପୋଦ୍ଦାରଙ୍କ ଶତକ ସତ୍ତ୍ୱେ ଓଡ଼ିଶା ପ୍ରଥମ ଇନିଂସରେ ୨୬୭ରେ ଅଟକିଲା

କଟକ: କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ମହାରାଷ୍ଟ୍ର ରଣଜୀ ମୁକାବିଲାରେ ଗୋବିନ୍ଦ ପୋଦ୍ଦାରଙ୍କ ଶତକ ସତ୍ତ୍ୱେ ଓଡ଼ିଶା ଦଳ ପ୍ରଥମ ଇନିଂସରେ ଭ୍ରମଣକାରୀ ଦଳଠାରୁ ୧୪ ରନ୍ ପଛରେ ରହିଯାଇଛି। ଗତକାଲିଠାରୁ ବ୍ୟାଟିଂ କରିଥିବା ଓଡ଼ିଶା ଦଳ ଆଜି ୨୬୭ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ଅନ୍ୟପକ୍ଷରେ ଆଜି ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ମହାରାଷ୍ଟ୍ର ଦଳ ଦ୍ୱିତୀୟ ଇନିଂସରେ ୩ ୱିକେଟ୍ ହରାଇ ୧୫୬ ରନ୍ ସଂଗ୍ରହ କରିଛି। ଦଳ ପକ୍ଷରୁ ଓପନର୍ […]

ଅଦ୍ୟତନ ହୋଇଛି
ଓଡ଼ିଶା-ମହାରାଷ୍ଟ୍ର ରଣଜୀ ମ୍ୟାଚ୍: ପୋଦ୍ଦାରଙ୍କ ଶତକ ସତ୍ତ୍ୱେ ଓଡ଼ିଶା ପ୍ରଥମ ଇନିଂସରେ ୨୬୭ରେ ଅଟକିଲା

Orissa_Fotor_Collage

Advertisment

କଟକ: କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ମହାରାଷ୍ଟ୍ର ରଣଜୀ ମୁକାବିଲାରେ ଗୋବିନ୍ଦ ପୋଦ୍ଦାରଙ୍କ ଶତକ ସତ୍ତ୍ୱେ ଓଡ଼ିଶା ଦଳ ପ୍ରଥମ ଇନିଂସରେ ଭ୍ରମଣକାରୀ ଦଳଠାରୁ ୧୪ ରନ୍ ପଛରେ ରହିଯାଇଛି। ଗତକାଲିଠାରୁ ବ୍ୟାଟିଂ କରିଥିବା ଓଡ଼ିଶା ଦଳ ଆଜି ୨୬୭ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ଅନ୍ୟପକ୍ଷରେ ଆଜି ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ମହାରାଷ୍ଟ୍ର ଦଳ ଦ୍ୱିତୀୟ ଇନିଂସରେ ୩ ୱିକେଟ୍ ହରାଇ ୧୫୬ ରନ୍ ସଂଗ୍ରହ କରିଛି। ଦଳ ପକ୍ଷରୁ ଓପନର୍ ଏସଏମ ଗୁଗାଲ ୭୧ (୧୪୮ବଲ୍) କରି ବସନ୍ତ ମହାନ୍ତିଙ୍କ ଦ୍ୱାରା ବୋଲ୍ଡ ହୋଇଯାଇଥିଲେ। ପ୍ରଥମ ଇନିଂସରେ ଦଳ ପକ୍ଷରୁ ସର୍ବାଧିକ ୭୪ ରନ୍ କରିଥିବା ଓପନର୍ ହର୍ଷଦ ଖାଡିୱାଲେ ମାତ୍ର ୨୪ ରନରେ ଆଉଟ୍ ହୋଇଯାଇଥିଲେ। ଦୀପକ ବେହେରାଙ୍କ ଏକ ବଲରେ ସେ ଅନୁରାଗ ଷଡ଼ଙ୍ଗୀଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଯାଇଥିଲେ। ୩ ନମ୍ବରେ ବ୍ୟାଟିଂ କରିବାକୁ ଆସିଥିବା ଆର.ଏଚ୍ ମୋଟୱାନି ୭୭ଟି ବଲ୍ ଖେଳି ୨୩ ରନ୍ ସଂଗ୍ରହ କରିଥିଲେ। ବସନ୍ତ ମହାନ୍ତିଙ୍କ ଏକ ବଲରେ ସେ ରାଜେଶ ଧୂପରଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। କେ.ଏମ୍ ଯାଦବ ଓ ଏ.ଆର୍ ବାୱାନେ ଯଥାକ୍ରମେ ୧୬ ଓ ୧୯ ରନ୍ କରି ଅପରାଜିତ ଅଛନ୍ତି।

Advertisment

ଏହା ପୂର୍ବରୁ ଆଜି ସକାଳେ ୧୬୭ ରନରୁ ଓଡ଼ିଶା ଦଳ ତା’ର ବ୍ୟାଟିଂ ଆରମ୍ଭ କରିଥିଲା। ଗତକାଲି ମାତ୍ର ୪ ୱିକେଟ୍ ହରାଇ ଏହି ରନ୍ ସଂଗ୍ରହ କରିଥିବା ଓଡ଼ିଶା ଦଳ ଆଜି ମାତ୍ର ୧୦୦ ରନ୍ ଯୋଡ଼ିବାରେ ସମର୍ଥ ହୋଇଥିଲା। ଗତକାଲିଠାରୁ ନଟ୍ ଆଉଟ୍ ରହିଥିବା ଗୋବିନ୍ଦ ପୋଦ୍ଦାର ଆଜି ଶହେ ରନ୍ କରିଥିଲେ। ସେହିପରି ପ୍ରତୀକ ଦାସ ମଧ୍ୟ ଅର୍ଦ୍ଧଶତକ (୬୨) ହାସଲ କରିଥିଲେ। ତେବେ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଉଦ୍ୟମ ସତ୍ତ୍ୱେ ଦଳ ପ୍ରଥମ ଇନିଂସରେ ମହାରାଷ୍ଟ୍ର ଠାରୁ ପଛୁଆ ରହିଗଲା। ଏହି ଦୁଇ ବ୍ୟାଟ୍ସମ୍ୟାନ୍ ଆଉଟ୍ ହୋଇଯିବା ପରେ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଅଧିକ ସମୟ ଧରି କ୍ରିଜରେ ତିଷ୍ଠି ପାରି ନଥିଲେ। ରାଜେଶ ଧୂପର, ଦୀପକ ବେହେରା, ସୂର୍ଯ୍ୟକାନ୍ତ ପ୍ରଧାନ, ବସନ୍ତ ମହାନ୍ତି ପ୍ରମୁଖ ଯଥାକ୍ରମେ ୧୨,୧୨,୦,୧୯ ରନରେ ଆଉଟ୍ ହୋଇଯାଇଥିଲେ।

ସୂଚନାଯୋଗ୍ୟ, ମହାରାଷ୍ଟ୍ର ପ୍ରଥମ ଇନିଂସରେ ୨୮୧ ରନ୍ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe