Advertisment

ଓଡ଼ିଶା-ମହାରାଷ୍ଟ୍ର ରଣଜୀ ମ୍ୟାଚ୍: ମହାରାଷ୍ଟ୍ରର ପ୍ରଥମ ଇନିଂସ ୨୮୧ରେ ଶେଷ, ଓଡ଼ିଶା ୧୬୭/୪

କଟକ: କଟକ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ମହାରାଷ୍ଟ୍ର ରଣଜୀ ମ୍ୟାଚର ଆଜି ଥିଲା ଦ୍ୱିତୀୟ ଦିନ। ଗତକାଲିଠାରୁ ବ୍ୟାଟିଂ କରୁଥିବା ମହାରାଷ୍ଟ୍ର ଦଳ ଆଜି ୨୮୧ ରନରେ ଅଲ୍ ଆଉଟ୍ ହୋଇଯିବା ପରେ ଓଡ଼ିଶା ତା’ର ପ୍ରଥମ ଇନିଂସ ଆରମ୍ଭ କରିଛି। ଆଜି ଷ୍ଟମ୍ପ୍ ଅପସାରଣ ବେଳକୁ ଓଡ଼ିଶା ଦଳ ୪ ୱିକେଟ୍ ହରାଇ କରିଛି ୧୬୭ ରନ୍। ଗୋବିନ୍ଦ ପୋଦ୍ଦାର ୭୮ ରନ୍ ଓ ପ୍ରତୀକ ଦାସ ୩୨ରନ୍ କରି ଅପରାଜିତ ଅଛନ୍ତି। ମହାରାଷ୍ଟ୍ର ୨୮୧ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଓଡ଼ିଶା-ମହାରାଷ୍ଟ୍ର ରଣଜୀ ମ୍ୟାଚ୍: ପୋଦ୍ଦାରଙ୍କ ଶତକ ସତ୍ତ୍ୱେ ଓଡ଼ିଶା ପ୍ରଥମ ଇନିଂସରେ ୨୬୭ରେ ଅଟକିଲା

Orissa_Fotor_Collage

କଟକ: କଟକ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ମହାରାଷ୍ଟ୍ର ରଣଜୀ ମ୍ୟାଚର ଆଜି ଥିଲା ଦ୍ୱିତୀୟ ଦିନ। ଗତକାଲିଠାରୁ ବ୍ୟାଟିଂ କରୁଥିବା ମହାରାଷ୍ଟ୍ର ଦଳ ଆଜି ୨୮୧ ରନରେ ଅଲ୍ ଆଉଟ୍ ହୋଇଯିବା ପରେ ଓଡ଼ିଶା ତା’ର ପ୍ରଥମ ଇନିଂସ ଆରମ୍ଭ କରିଛି। ଆଜି ଷ୍ଟମ୍ପ୍ ଅପସାରଣ ବେଳକୁ ଓଡ଼ିଶା ଦଳ ୪ ୱିକେଟ୍ ହରାଇ କରିଛି ୧୬୭ ରନ୍। ଗୋବିନ୍ଦ ପୋଦ୍ଦାର ୭୮ ରନ୍ ଓ ପ୍ରତୀକ ଦାସ ୩୨ରନ୍ କରି ଅପରାଜିତ ଅଛନ୍ତି।

Advertisment

ମହାରାଷ୍ଟ୍ର ୨୮୧ ରନରେ ଅଲ୍ ଆଉଟ୍ ହୋଇଯିବା ପରେ ଓଡ଼ିଶା ଦଳ ବ୍ୟାଟିଂ ଆରମ୍ଭ କରିଥିଲା। ତେବେ ଦଳର ଆରମ୍ଭ ଭଲ ନଥିଲା। ଦଳୀୟ ସ୍କୋର ମାତ୍ର ୨୯ରେ ପହଞ୍ଚିଥିବା ବେଳେ ପଡ଼ିଥିଲା ପ୍ରଥମ ୱିକେଟ୍। ଓପନର୍ ଗିରିଜା ରାଉତ ମାତ ୯ ରନ୍ (୩୭ ବଲ୍) କରି ଆଉଟ୍ ହୋଇଯାଇଥିଲେ। ପ୍ରଥମ ୱିକେଟ୍ ପଡ଼ିବାର ୬ ଓଭର ପରେ ପଡ଼ିଥିଲା ଦ୍ୱିତୀୟ ୱିକେଟ୍।  ତେବେ ସେତେବେଳକୁ ଦଳର ରନ୍ ମାତ୍ର ୩୮ ରନ୍ ହୋଇଥିଲା। ଓପନର୍ ନଟରାଜ ବେହେରା ୫୬ଟି ବଲରୁ ମାତ୍ର ୧୭ ରନ୍ କରି ଆଉଟ୍ ହୋଇଯାଇଥିଲେ। ତୃତୀୟ ୱିକେଟ୍ ପଡ଼ିଥିଲା ୪୯ ରନରେ। ଆଉଟ୍ ହୋଇଥିଲେ ଚାରି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଅନୁରାଗ ଷଡ଼ଙ୍ଗୀ। ସେ ମାତ୍ର ୬ ରନ୍ କରିପାରିଥିଲେ। ପାଞ୍ଚ ନମ୍ବରେ ବ୍ୟାଟିଂ କରିବାକୁ ଆସିଥିବା ବିଳ୍ପବ ସାମନ୍ତରାୟ ମାତ୍ର ୧ ରନ୍ କରି ଆଉଟ ହୋଇଯାଇଥିଲେ। ସେତେବେଳକୁ ଦଳୀୟ ସ୍କୋର ୬୮ରେ ପହଞ୍ଚିଥିଲା। ତେବେ ତା’ପରେ କ୍ରିଜରେ ଦୃଢ଼ ଭାବେ ରହି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ ୩ ନମ୍ବରରେ ଖେଳିବାକୁ ଆସିଥିବା ଗୋବିନ୍ଦ ପୋଦ୍ଦାର ଓ ପ୍ରତୀକ ଦାସ। ବିଦର୍ଭ ବିରୋଧରେ ଶତକୀୟ ପାଳି ଖେଳିଥିବା ପୋଦ୍ଦାର ଆଜି ବି କ୍ରିଜରେ ଜମିକି ରହିଥିଲେ। ସେ ୧୬୭ଟି ବଲ୍ ଖେଳି ୧୨ଟି ଚୌକା ସହାୟତାରେ ୭୮ ରନ୍ କରି ଅପରାଜିତ ଅଛନ୍ତି। ତାଙ୍କୁ ଭଲ୍ ସାଥ୍ ଦେଇଥିଲେ ପ୍ରତୀକ ଦାସ। ୯୮ଟି ବଲର ସମ୍ମୁଖୀନ ହୋଇଥିବା ପ୍ରତୀକ ୪ଟି ଚୌକା ସହାୟତାରେ ୩୨ ରନ୍ କରିଛନ୍ତି ଓ ନଟ୍ ଆଉଟ୍ ଅଛନ୍ତି। ପୋଦ୍ଦାରଙ୍କଠାରୁ ଆସନ୍ତାକାଲି ଏକ ଶତକୀୟ ପାରିର ଆଶା ରଖିଛନ୍ତି ଓଡ଼ିଆ କ୍ରିକେଟ୍ ପ୍ରେମୀ।

ମହାରାଷ୍ଟ୍ର ପକ୍ଷରୁ ଶ୍ରୀକାନ୍ତ ମୁଣ୍ଡେ ୧୯ ଓଭରରେ ୪୦ ରନ୍ ଦେଇ ୩ଟି ୱିକେଟ୍ ନେଇଥିବା ବେଳେ ଏସ.ଏମ୍ ଫଲ୍ଲାହ ଗୋଟିଏ ୱିକେଟ୍ ପାଇଛନ୍ତି।

Advertisment

ଏହା ପୂର୍ବରୁ ଆଜି ସକାଳୁ ୨୩୧ ରନରୁ ଖେଳ ଆରମ୍ଭ କରିଥିଲା ମହାରାଷ୍ଟ୍ର। ଗତକାଲି ୫ଟି ୱିକେଟ୍ ହରାଇ ଏତିକି ରନ୍ କରିଥିବା ମହାରାଷ୍ଟ୍ର ଦଳ ଆଜି ମାତ୍ର ୫୦ ରନ୍ ଯୋଡ଼ିବାରେ ସମର୍ଥ ହୋଇଥିଲା। ଏହି ୫୦ ରନ୍ ମଧ୍ୟରେ ବାକି ୫ଟି ଯାକ ୱିକେଟ୍ ପଡ଼ି ଯାଇଥିଲା।  ଓଡ଼ିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ସର୍ବାଧିକ ୪ଟି ୱିକେଟ୍ ମିଳିଥିବା ବେଳେ ବିପ୍ଳବ ସାମନ୍ତରାୟଙ୍କୁ ୩ଟି ଓ ବସ୍ତ ମହାନ୍ତିଙ୍କୁ ମିଳିଛି ୨ଟି ୱିକେଟ୍। ଜୟନ୍ତ ବେହେରା ମଧ୍ୟ ଗୋଟିଏ ୱିକେଟ୍ ପାଇଛନ୍ତି।

ସୂଚନାଯୋଗ୍ୟ, ଚଳିତ ରଣଜୀ ଟ୍ରଫିର ପୁଲ୍ ‘ଏ’ରେ ଥିବା ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍ ବିଦର୍ଭ ବିପକ୍ଷରେ ଖେଳିଥିଲା। ନାଗପୁରରେ ଅନୁଷ୍ଠିତ ଏହି ମ୍ୟାଚ୍ ଡ୍ର’ ରହିଥିଲା। ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ବିଦର୍ଭ ୩ ପଏଣ୍ଟ ପାଇଥିବା ବେଳେ ଓଡ଼ିଶାକୁ ମିଳିଥିଲା ୧ ପଏଣ୍ଟ।