Advertisment

ମହିଳା ଖେଳାଳିଙ୍କୁ ମାଡ଼ ମାରିବା ଘଟଣା: ଫୁଟବଲ ମହାସଂଘର ସଦସ୍ୟ ଗିରଫ

ମହିଳା ଫୁଟବଲ ଟିମର ଦୁଇ ଜଣ ଖେଳାଳିଙ୍କୁ ଶ୍ରୀ ଶର୍ମା ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।

Deepak sharma

Deepak sharma

Advertisment

ଭାରତୀୟ ଫୁଟବଲ ମହାସଂଘର କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ଦୀପକ ଶର୍ମାଙ୍କୁ ଗୋଆ ଫୁଲିସ କରିଛି। ମହିଳା ଫୁଟବଲ ଟିମର ଦୁଇ ଜଣ ଖେଳାଳିଙ୍କୁ ଶ୍ରୀ ଶର୍ମା ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।

Advertisment

ଗୋଆରେ ଅନୁଷ୍ଠିତ ଭାରତୀୟ ମହିଳା ଫୁଟବଲ ଲିଗ ଦ୍ୱିତୀୟ ଡିଭିଜନରେ ହିମାଚଳ ପ୍ରଦେଶ ଭତ୍ତିକ ଖାଡ ଏଫସି ପକ୍ଷରୁ ଦୁଇ ଜଣ ଖେଳାଳି ଭାଗ ନେଇଥିଲେ। ଖାଡ ଏଫସି କ୍ଲବର ମାଲିକ ଶ୍ରୀ ଶର୍ମା ମହିଳା ଖେଳାଳିଙ୍କ ରୁମ ଭିତରେ ରାତି ସମୟରେ ପ୍ରବେଶ କରିଥିଲେ ଓ ୨ ଜଣଙ୍କୁ ମାଡ଼ ମାରିଥିଲେ। ମାର୍ଚ୍ଚ ୨୮ ତାରିଖ ରାତିରେ ଏହି ଘଟଣା ଘଟିଥିଲା ବୋଲି ଦୁଇ ଖେଳାଳି ଅଭିଯୋଗ କରିଛନ୍ତି।

ଡିଏସ୍‌ପି ସନ୍ଦେଶ ସି କହିଛନ୍ତି, “ଏଆଇଏଫଏଫ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଦୀପକ ଶର୍ମାଙ୍କୁ ଆଜି ପଚରାଉଚରା ପାଇଁ ଡକା ଯାଇଥିଲା। ଦିନ ତମାମ ଜେରା କରାଯିବା ପରେ ତାଙ୍କୁ ଆଇପିସିର ବିଭିନ୍ନ ଦଫାରେ ମାପୁସା ପୁଲିସ୍‌ ଗିରଫ କରିଛି। ଆଜି ରାତିରେ ସେ ପୁଲିସ୍‌ ହେପାଜତରେ ରହିବେ। ଆସନ୍ତାକାଲି ତାଙ୍କୁ କୋର୍ଟରେ ହାଜର କରାଯିବ। ପୁଲିସ୍‌ ଘଟଣାର ଅଧିକ ଯାଞ୍ଚ ପାଇଁ ତାଙ୍କୁ ରିମାଣ୍ଡରେ ଆଣିବାକୁ ମଧ୍ୟ ଲକ୍ଷ୍ୟ ରଖିଛି।”

Advertisment

ଗୋଆ ଫୁଟବଲ ଆସୋସିଏସନର ସଭାପତି ସି ଫର୍ଣ୍ଣାଡିଜ କହିଛନ୍ତି, ସଂଘ ପକ୍ଷରୁ ପୀଡ଼ିତାଙ୍କୁ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯାଇଛି। ସେମାନେ କେମିତି ମାପୁସା ପୁଲିସ୍‌ ଷ୍ଟେସନରେ ଅଭିଯୋଗ କରିବେ, ତା’ର ବ୍ୟବସ୍ଥା ମଧ୍ୟ ସଂଘ କରିଥିଲା।

ଦୀପକ ଶର୍ମା ଦୁଇ ଜଣ ମହିଳା ଫୁଟବଲ ଖେଳାଳିଙ୍କୁ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ହୋଇଥିଲା। ଏପରି ଅଭିଯୋଗ ଆସିବା ପରେ କ୍ରୀଡ଼ା ମନ୍ତ୍ରଣାଳୟ ଘଟଣାକୁ ଗୁରୁତ୍ୱର ସହ ନେଥିଲା ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ମହାସଂଘକୁ ଘଟଣା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ।

ଗୋଆରେ ଭାରତୀୟ ମହୀଳା ଲିଗ ଚାଲିଥିଲା। ତେବେ ମାର୍ଚ୍ଚ ୨୮ରେ ଦୀପକ ଶର୍ମା ପ୍ରବଳ ମଦ ପିଇ ଦୁଇ ଫୁଟବଲରଙ୍କୁ ଦୁର୍ବ୍ୟବହାର କରିଥିଲେ। ତେବେ ଶର୍ମା ଏପରି ଅଭିଯୋଗକୁ ଗିରଫ ପୂର୍ବରୁ ଭିତ୍ତିହୀନ ବୋଲି କହିଥିଲେ।

ଶର୍ମା ଭାରତୀୟ ଫୁଟବଲ ମହାସଂଘର ସଭାପତି ସହ ହିମାଚଳ ପ୍ରଦେଶ ଫୁଟବଲ ସଂଘର ସାଧାରଣ ସମ୍ପାଦକ। ଶର୍ମାଙ୍କ କହିବା କଥା ଯେ ବିଶୃଙ୍ଖଳିତ ଆଚରଣ ପାଇଁ ସେ ଖେଳାଳିଙ୍କୁ ପାଟି କରିଥିଲେ। ସ୍ଥିତି ଅନୁସାରେ ଏପରି ଘଟଣା ଘଟିଥିଲା।

Football Anurag Thakur AIFF
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe