Advertisment

ମାତ୍ର ୩୨ ବର୍ଷ ବୟସରେ ଦୁନିଆରୁ ଚାଲିଗଲେ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ଧାବିକା

ଆମେରିକାର ଆଥଲେଟିକ୍ସ ଆସୋସିଏସନ ଓ ଟୋରିଙ୍କ ମ୍ୟାନେଜମେଣ୍ଟ କମ୍ପାନୀ ଏହି ଖବରକୁ ନିଶ୍ଚିତ କରିଛନ୍ତି।

tori bowie

tori bowie

Advertisment

ଆମେରିକାର ସ୍ପ୍ରିଣ୍ଟର ଓ ଲଙ୍ଗ ଜମ୍ପ ଖେଳାଳି ଟୋରି ବୋଇ ମାତ୍ର ୩୨ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି। ସେ ଅଲିମ୍ପିକ୍ସରେ ୩ଟି ପଦକ ଓ ଦୁଇଟି ବିଶ୍ୱ ଟାଇଟଲ ହାତେଇଥିଲେ। ୩୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ବେଳେ ସେ କେମିତି ପ୍ରାଣ ହରାଇଛନ୍ତି, ସେକଥା ଜଣାପଡ଼ିନି।

Advertisment

ଆମେରିକାର ଆଥଲେଟିକ୍ସ ଆସୋସିଏସନ ଓ ଟୋରିଙ୍କ ମ୍ୟାନେଜମେଣ୍ଟ କମ୍ପାନୀ ଏହି ଖବରକୁ ନିଶ୍ଚିତ କରିଛନ୍ତି। ଟୋରିଙ୍କ ଦେହାନ୍ତରେ ଅନେକ ଖେଳାଳି ଶୋକ ମଧ୍ୟ ପ୍ରକାଶ କରିଛନ୍ତି। ଫ୍ଲୋରିଡାର ଓଲାଣ୍ଡୋ ସ୍ଥିତ ବାସଭବନରୁ ତାଙ୍କ ମୃତଦେହ ମିଳିଛି।

ବେଶ କିଛି ଦିନ ହେଲା ଟୋରି ଅଭ୍ୟାସ ପାଇଁ ଯାଉ ନଥିଲେ। ଏଥିପାଇଁ ଆଥଲେଟିକ୍ସ ବିଭାଗର ଜଣେ ଅଧିକାରୀ ତାଙ୍କ ଘରେ ପହଞ୍ଚିଥିଲେ। ଏହି ସମୟରେ ଟୋରିଙ୍କ ମୃତଦେହ ଘର ଭିତରୁ ମିଳିଥିଲା।

Advertisment

ଟୋରିଙ୍କ ମ୍ୟାନେଜମେଣ୍ଟ ଏଜେନ୍ସି ଆଇକନ ମ୍ୟାନେଜମେଣ୍ଟ ଇନଷ୍ଟାଗ୍ରାମରେ ଲେଖିଛି ଯେ “ଆମେ ଅତ୍ୟନ୍ତ ମାର୍ମହତ ହୋଇ ଏହି ଦୁଃଖଦ ଖବରକୁ ସମସ୍ତଙ୍କୁ ଅବଗତ କରାଉଛୁ। ଟୋରି ଆଉ ନାହାନ୍ତି। ଆମେ ଜଣେ କ୍ଲାଇଣ୍ଟ, ବନ୍ଧୁ, ଝିଅ ଓ ଭଉଣୀଙ୍କୁ ହରାଇଛୁ। ଟୋରି ଜଣେ ଚାମ୍ପିୟନ ଥିଲେ। ଆମେ ତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛୁ।” ଆଇଓସି ସଭାପତି ଥୋମାସ ବାକ୍‌ ମଧ୍ୟ ଟୋରି ବୋଇଙ୍କ ଅକାଳ ବିୟୋଗରେ ଭଗୀର ଶୋକ ପ୍ରକାଶ କରିଛନ୍ତି।

୨୦୧୬ ରିଓ ଅଲିମ୍ପିକ୍ସରେ ଟୋରି ୩ଟି ପଦକ ଜିତିଥିଲେ। ସେ ୪ ଗୁଣା ୧୦୦ ମିଟର ରିଲେରେ ସ୍ୱର୍ଣ୍ଣ, ୧୦୦ ମିଟର ରିଲେରେ ରୌପ୍ୟ ଓ ୨୦୦ ମିଟିର ଦୌଡ଼ରେ ବ୍ରୋଞ୍ଜ ପଦକ ପାଇଥିଲେ। 

୨୦୧୭ ବିଶ୍ୱ ଚାମ୍ପିୟନଶିପରେ ମଧ୍ୟ ସେ ୧୦୦ ମିଟର ଦୌଡ଼ ଓ ୪ ଗୁଣା ୧୦୦ ମିଟର ରିଲେରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୨୦୧୯ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ମଧ୍ୟ ସେ ଭାଗ ନେଇଥିଲେ। କିନ୍ତୁ ଲଙ୍ଗ ଜମ୍ପ ଇଭେଣ୍ଟରେ ସେ ୪ର୍ଥ ସ୍ଥାନରେ ଅଭିଯାନ ଶେଷ କରିଥିଲେ। ୨୦୨୨ ଜୁନରେ ସେ ଶେଷଥର ପାଇଁ କୌଣସି ଅନ୍ତର୍ଜାତୀୟ ଇଭେଣ୍ଟରେ ଭାଗ ନେଇଥିଲେ।

Tori Bowie
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe