Advertisment

ଦୌଡ଼ ରାଣୀ ଦୂତୀଙ୍କୁ ଅଲମ୍ପିକ ଟିକେଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଓଡ଼ିଶା ପାଇଁ ଖୁସି ଖବର। ଦୌଡ଼ ରାଣୀ ଦୂତୀ ଚାନ୍ଦଙ୍କୁ ମିଳିଛି  ଅଲମ୍ପିକ ଟିକେଟ୍‌। ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଦୂତୀ।  ୱାର୍ଲଡ ରାଙ୍କିଙ୍ଗ ଆଧାରରେ ଦୂତୀ ଚୟନ ହୋଇଥିବା ସୂଚନା ମିଳିଛି। ଦୂତୀ ଚୟନ ହେବା ନେଇ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି। ୧୦୦ ଓ ୨୦୦ ମିଟର ବର୍ଗରେ ଦୂତୀ ସିଲେକ୍ଟ ହୋଇଥିବା ସୂଚନା ମିଳିଛି। ଅଲମ୍ପିକ ଯୋଗ୍ୟତାକୁ ନେଇ  ଦୂତୀ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି ୱାଲଡ୍ ରାଙ୍କ […]

ଅଦ୍ୟତନ ହୋଇଛି
ଦୌଡ଼ ରାଣୀ ଦୂତୀଙ୍କୁ ଅଲମ୍ପିକ ଟିକେଟ

dutee-1

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଓଡ଼ିଶା ପାଇଁ ଖୁସି ଖବର। ଦୌଡ଼ ରାଣୀ ଦୂତୀ ଚାନ୍ଦଙ୍କୁ ମିଳିଛି  ଅଲମ୍ପିକ ଟିକେଟ୍‌। ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଦୂତୀ।  ୱାର୍ଲଡ ରାଙ୍କିଙ୍ଗ ଆଧାରରେ ଦୂତୀ ଚୟନ ହୋଇଥିବା ସୂଚନା ମିଳିଛି। ଦୂତୀ ଚୟନ ହେବା ନେଇ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି। ୧୦୦ ଓ ୨୦୦ ମିଟର ବର୍ଗରେ ଦୂତୀ ସିଲେକ୍ଟ ହୋଇଥିବା ସୂଚନା ମିଳିଛି। ଅଲମ୍ପିକ ଯୋଗ୍ୟତାକୁ ନେଇ  ଦୂତୀ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି ୱାଲଡ୍ ରାଙ୍କ ହିସାବରେ ଯୋଗ୍ୟତା ଅର୍ଜନ ‌ଆଶା ଥିଲା। ଗତକାଲି ରାଙ୍କ ପ୍ରକାଶ ପାଇଛି। ୧୦୦ରେ ୪୦, ୨୦୦ରେ ୫୦ ଅଛି। ଟୋକିଓ ଅଲିମ୍ପିକ ପାଇଁ ୪ ମାସ ହେଲା ଅଭ୍ୟାସ ଜାରି ରଖିଛି। ବିଗତ ୨ ବର୍ଷ ହେଲା ମୁଁ ଭଲ ପ୍ରଦର୍ଶନ କରିଆସିଛି ବୋଲି ଦୂତୀ କହିଛନ୍ତି। ନିଶ୍ଚିତ ଭାବରେ ଭଲ ହେବ ବୋଲି ଆଶା କରୁଛି କହିଲେ ଦୂତୀ।

Advertisment

ଦୂତୀ ୨୦୧୮ରେ ଏସିଆନ୍ ଗେମ୍ସରେ ଡବଲ୍ ରୌପ୍ୟ (୧୦୦ ଓ ୨୦୦ ମିଟର) ପଦକ ଜିତିଛନ୍ତି । ସେ ଏସିଆନ୍ସ ଚାମ୍ପିୟନଶିପରେ ୪ଟି ବ୍ରୋଞ୍ଜ, ୨୦୧୬ ସାଉଥ୍ ଏସିଆନ୍ ଗେମ୍ସରେ ଦୁଇଟି ପଦକ (୧୦୦ ମିଟରରେ ରୌପ୍ୟ ଓ ୨୦୦ ମିଟରରେ ବ୍ରୋଞ୍ଜ) ଜିତିଥିଲେ। ଦୂତୀ ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ ହେଁ, ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ। ନିକଟରେ ପଟିଆଲାରେ ଅନୁଷ୍ଠିତ ଇଣ୍ଡିଆନ୍ ଗ୍ରାଁ ପ୍ରି’ରେ ଦୂତୀ ୧୦୦ ମିଟରକୁ ୧୧.୧୭ ସେକେଣ୍ଡରେ ଅତିକ୍ରମ କରି ନିଜ ଜାତୀୟ ରେକର୍ଡକୁ ଭାଙ୍ଗିଥିଲେ। କିନ୍ତୁ ଇଣ୍ଟର ଷ୍ଟେଟ୍ ଚାମ୍ପିୟନଶିପରେ ଦୂତୀ ନିରାଶ କରି ଚତୁର୍ଥ ସ୍ଥାନରେ ରହିଥିଲେ ।

।ତେବେ ନିକଟରେ ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପାଇଁ ଚଳିତ ବର୍ଷ ଭାରତର ଅଗ୍ରଣୀ ମହିଳା ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କ ନାଁ ସୁପାରିସ୍ କରାଯାଇଛି । ରାଜ୍ୟ ସରକାର ଆଜି ଦୂତୀ ନାଁ ଏହି ବଡ଼ ସମ୍ମାନ ପାଇଁ ସୁପାରିସ୍ କରିଛନ୍ତି। ସୂଚନା ଅନୁସାରେ ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କ ନାଁ ସୁପାରିସ କରାଯାଇଛି ।

Advertisment
Tokyo Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe