Advertisment

ପ୍ୟାରିସ୍ ଅଲିମ୍ପିକ୍ସ: ତୃତୀୟ ଦିନରେ ଭାରତ ହାତ ଖାଲି

ଆଜି ପ୍ୟାରିସ ଅଲିମ୍ପିକ୍ସର ୪ର୍ଥ ଦିନରେ ସୁଟିଂ, ତୀରନ୍ଦାଜୀ, ବ୍ୟାଡମିଣ୍ଟନ ଇଭେଣ୍ଟ ସହ ରହିଛି ଭାରତ-ଆୟର୍ଲାଣ୍ଡ ହକି ଟକ୍କର।

author-image
Madhupriya Mistry
ଅଦ୍ୟତନ ହୋଇଛି
Paris Olympics

Paris Olympics

ପ୍ୟାରିସ୍ ଅଲିମ୍ପିକ୍ସରେ ତୃତୀୟ ଦିନରେ ଭାରତକୁ ପଦକ ନିରାଶା। ଗୋଟେ ବି ମେଡାଲ ଭାରତ ହାତରେ ଲାଗିନି। ବନ୍ଧୁକଚାଳନାରୁ ଆଉ ଏକ ପଦକ ଅଳ୍ପକେ ହାତଛଡ଼ା ହୋଇଛି। ମନୁଙ୍କ ପରେ ଦୁଇ ଭାରତୀୟ ସୁଟର ରମିତା ଜିନ୍ଦଲ ଓ ଅର୍ଜୁନ ବାବୁତା ନିଜ ନିଜ ଇଭେଣ୍ଟର ଫାଇନାଲରେ ପ୍ରବେଶ କରି ଦେଶ ଲାଗି ପଦକ ଆଶା ଉଜ୍ଜୀବିତ ରଖିଥିଲେ।

Advertisment

ପୁରୁଷ ୧୦ ମିଟର ଏୟାର ରାଇଫଲ୍ ଫାଇନାଲରେ ଅର୍ଜୁନ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକ ହାତଛଡ଼ା କରିଛନ୍ତି। ଏପଟେ ପଦକ ଆଶା ଉଜ୍ଜୀବିତ କରିଛନ୍ତି ଟେବୁଲ ଟେନିସ ତାରକା ମନିକା ବାତ୍ରା। ଫ୍ରାନ୍ସର ପ୍ରତିନିଧିତ୍ୱ କରୁଥିବା ଭାରତୀୟ ବଂଶୋଦ୍ଭବ ପ୍ରୀତିକା ପ୍ରଭାଡେଙ୍କୁ ପରାସ୍ତ କରି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛନ୍ତି।

ବ୍ୟାଡମିଣ୍ଟନରେ ଚିରାଗ ସେଟ୍ଟୀ ଓ ସାତ୍ତ୍ୱିକ ସାଇରାଜ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଏପଟେ ଆଜି ସୁଟିଂ, ତୀରନ୍ଦାଜୀ, ବ୍ୟାଡମିଣ୍ଟନ ଇଭେଣ୍ଟ ସହ ରହିଛି ଭାରତ-ଆୟର୍ଲାଣ୍ଡ ହକି ଟକ୍କର।

Advertisment
Paris Olympics 2024