Advertisment

ଅଲିମ୍ପିକ୍‌ରେ ମେଡାଲ ଜିତିବା ଖୁସିରେ ଡ଼େଇଁଲେ ଖେଳାଳି, ଭାଙ୍ଗିଗଲା କାନ୍ଧ ହାଡ଼

ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ କାନ୍ଧର ସର୍ଜରୀ ହୋଇଛି।

adil-osmanov

adil-osmanov

Advertisment

ପ୍ୟାରିସରେ ଜାରି ରହିଛି କ୍ରୀଡା ମହାକୁମ୍ଭ ଅଲିମ୍ପିକ। ଏଥିରେ ବିଭିନ୍ନ ଦେଶର ପ୍ରତିଯୋଗୀ ଭାଗ ନେଇ ବିଭିନ୍ନ କ୍ରୀଡ଼ାରେ ନିଜ ନିଜର ଦମ୍‌ଦାର ପ୍ରଦର୍ଶନ ଦେଖାଉଛନ୍ତି। ଆଉ ଜିତିଛନ୍ତୁ ମେଡାଲ ଉପରେ ମେଡାଲ। ନିକଟରେ ଜଣେ ଖେଳାଳି ଅଲିମ୍ପିକ୍‌ରେ ମେଡାଲ ଜିତିବା ପରେ ଖୁସିରେ ଡେଁଇ ପଡିଥିଲେ। ଏଭଳି ଡେଇଁଲେ ଯେ, ତାଙ୍କ କାନ୍ଧ ହାଡ ଭାଙ୍ଗି ଯାଇଛି

Advertisment

ମାଲଡୋଭାର ଜୁଡୋ ଖେଳାଳି ଆଦିଲ ଓସ୍ମାନୋଭା। ସେ ପୁରୁଷ ୭୩ କିଲୋଗ୍ରାମ କ୍ୟାଟେଗୋରୀରେ ବ୍ରୋଞ୍ଜ ମେଡାଲ ଜିତିଛନ୍ତି। ସେ ଇଟାଲୀର ମାନୁଏଲ ଲୋମ୍ବାର୍ଡୋଙ୍କୁ ପରାସ୍ତ କରି ଏହି ପଦକ ହାତେଇଛନ୍ତି। ଏହାପରେ ତାଙ୍କ ଖୁସିର ଠିକଣା ରହି ନାହିଁ। ସେ ଖୁସିରେ ଡେଇଁବାକୁ ଲାଗିବା ବେଳେ ତାଙ୍କ କାନ୍ଧ ହାଡ଼ ଭାଙ୍ଗି ଯାଇଛି। ସେ ଗୁରୁତର ଆହତ ହୋଇଛନ୍ତି। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ କାନ୍ଧର ସର୍ଜରୀ କରାଯାଇଛି। 

ଆଦିଲ ଓସ୍ମାନୋଭା କହିଛନ୍ତି, ପ୍ୟାରିସ ଅଲିମ୍ପିକ୍ସ ପୂର୍ବରୁ ତାଙ୍କୁ କାନ୍ଧରେ ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦିଆଯାଇଥିଲା ଏବଂ ମ୍ୟାଚ୍ ପୂର୍ବରୁ ସେ ଅସୁସ୍ଥ ହୋଇପଡିଥିଲେ। ସେ କହିଛନ୍ତି ଯେ, 'ହଁ, ଏହା ବହୁତ କଷ୍ଟସାଧ୍ୟ ଥିଲା। ଏବଂ ୱାର୍ମ ଅପ୍ ସମୟରେ ମୁଁ ଖରାପ ଅନୁଭବ କରିଥିଲି, କିନ୍ତୁ ଏହା ମୋ ସହିତ ପୂର୍ବରୁ ଘଟିଛି - ଏବଂ ତା’ପରେ ମଧ୍ୟ ମୁଁ ପଦକ ପାଇଛି। ମ୍ୟାଚରୁ ଓହରିଯିବାର ମୋ ପାଖରେ କୌଣସି ବିକଳ୍ପ ନଥିଲା।'

Advertisment

ଆଦିଲ ଓସ୍ମାନୋଭା ତାଙ୍କ ସ୍ୱର୍ଗତ ବାପାଙ୍କୁ ତାଙ୍କର ପଦକ ସମର୍ପିତ କରିଛନ୍ତି। ସେ କହିଛନ୍ତି, 'ସେ ନିଜେ ଅଲିମ୍ପିକ୍ସରେ ପହଞ୍ଚିବାର ସ୍ୱପ୍ନ ଦେଖିଥିଲେ। ଟଙ୍କା ଅଭାବରୁ ସେ ସଫଳ ହୋଇପାରିଲେ ନାହିଁ। ତା’ପରେ ତାଙ୍କର ଏକ ସ୍ୱପ୍ନ ଥିଲା ଯେ ତାଙ୍କର ଜଣେ ପିଲା ଅଲିମ୍ପିକ୍ସରେ ପହଞ୍ଚି ପଦକ ଜିତନ୍ତୁ। ଆଜି ସେହି ସ୍ୱପ୍ନ ପୂରଣ ହୋଇଛି।'

ଫ୍ରାନ୍ସରେ ଚାଲିଥିବା ପ୍ୟାରିସ୍ ୨୦୨୪ ଅଲିମ୍ପିକ୍ ଏବଂ ପାରାଲିମ୍ପିକ୍ ଗେମ୍ସ ୨୬ ଜୁଲାଇରୁ ଆରମ୍ଭ ହୋଇଥିଲା। ଏହା ୧୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ଆଜି ହେଉଛି ଅଲିମ୍ପିକ୍ସର ଷଷ୍ଠ ଦିନ।

Paris Olympics 2024 Adil Osmanov
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe