Advertisment

ପ୍ୟାରିସ ଅଲିମ୍ପିକ୍ସ: ଜର୍ମାନୀଠୁ ହାରିଲା ଭାରତ

ସେମିଫାଇନାଲ୍ ହାରିଥିବା ଭାରତ ଗୁରୁବାର ବ୍ରୋଞ୍ଜ ପଦକ ପାଇଁ ସ୍ପେନ ସହ ମୈଇଦାନକୁ ଓଲ୍ହାଇବ।

author-image
Madhupriya Mistry
ଅଦ୍ୟତନ ହୋଇଛି
Hockey

Hockey

ପ୍ୟାରିସ୍ ଅଲିମ୍ପିକ୍ସରେ ନିରାଶ କଲା ଭାରତ। ହକିରେ ଜର୍ମାନୀ ସହ ସେମିଫାଇନାଲ ଖେଳିଥିବା ଭାରତର ସ୍ୱର୍ଣ୍ଣ ପଦକ ଆଶା ମଉଳି ଯାଇଛି। ପରାଜୟର ସାମ୍ନା କରିଛି ଭାରତୀୟ ହକି ଟିମ୍‌। ଜର୍ମାନୀ ୩-୨ରେ ଭାରତକୁ ହରାଇ ଫାଇନାଲକୁ ଯାଇଛି। ଆସନ୍ତାକାଲି ସ୍ୱର୍ଣ୍ଣ ପଦକ ପାଇଁ ନେଦରଲାଣ୍ଡସ ସହ ଜର୍ମାନୀ ଖେଳିବ।

Advertisment

ଗତକାଲିର ଗୁରୁତ୍ୱପୂର୍ଣ୍ଣ ସେମିଫାଇନାଲ୍ ହାରିଥିବା ଭାରତ ମଧ୍ୟ ଗୁରୁବାର ବ୍ରୋଞ୍ଜ ପଦକ ପାଇଁ ସ୍ପେନ ସହ ମୈଇଦାନକୁ ଓଲ୍ହାଇବ। ସ୍ୱର୍ଣ୍ଣ, ରୌପ୍ୟ ପଦରୁ ବଞ୍ଚିତ ଥିବା ଭାରତ ଆସନ୍ତାକାଲିର ମ୍ୟାଚ ଜିଣି ବ୍ରୋଞ୍ଜ ପଦକ ନିଜ ନାଁରେ କରିବ ବୋଲି ହକି ପ୍ରେମୀ ଆଶା ରଖିଛନ୍ତି।

ଗତକାଲିର ମ୍ୟାଚରେ ପ୍ରଥମ କ୍ୱାର୍ଟରରୁ ହିଁ ଭାରତ ନିଜ ଆକ୍ରମଣାତ୍ମକ ଆଭିମୁଖ୍ୟକୁ ସ୍ପଷ୍ଟ କରିଥିଲା। ଫଳରେ ହର୍ମନପ୍ରୀତ୍ ସିଂହଙ୍କ ନେତୃତ୍ୱାଧୀନ ଦଳ ପ୍ରଥମେ ପେନାଲ୍ଟି କର୍ଣ୍ଣର ଅର୍ଜନ ଧାରାରେ ରହିଥିଲା। ଦ୍ୱିତୀୟ ମିନିଟ୍‌ରେ ଭାରତ ପାଇଁ ପ୍ରଥମ ପେନାଲ୍ଟି କର୍ଣ୍ଣର ଅର୍ଜନ କରିଥିଲେ ହାର୍ଦିକ ସିଂହ।

Advertisment

ସପ୍ତମ ମିନିଟ୍‌ରେ ହର୍ମନପ୍ରୀତ୍ ସିଂହଙ୍କ ସୁନ୍ଦର ଡ୍ରାଗ୍ ଫ୍ଲିକ୍ ଭାରତକୁ ପ୍ରଥମ ଗୋଲ୍ ଦେଇଥିଲା। ପ୍ରଥମ କ୍ୱାର୍ଟରକୁ ଭାରତ ୧-୦ରେ ଶେଷ କରିଥିଲେ ମଧ୍ୟ ୧୮ତମ ମିନିଟ୍‌ରେ ଗଞ୍ଜାଲୋ ପିଲାଟ୍‌ଙ୍କ ଶକ୍ତିଶାଳୀ ସଟ୍ ପିଆର୍ ଶ୍ରୀଜେଶ ଓ ଜର୍ମନପ୍ରୀତ୍ ସିଂହଙ୍କ ମଝିରେ ଚାଲିଯିବାରୁ ମ୍ୟାଚ୍ ବରାବର ସ୍ତରକୁ ଚାଲି ଆସିଥିଲା। ଶେଷ ମୁହୁର୍ତ୍ତରେ କିନ୍ତୁ ମାର୍କୋ ମିଲଟାକୁଙ୍କ ଗୋଲ୍ ଭାରତକୁ ଫାଇନାଲ ଯିବାର ବାଟ ଓଗାଳିଥିଲା।

Indian Hockey Paris Olympics 2024