Advertisment

ଭୁବନେଶ୍ୱରରେ ପହଞ୍ଚିଲା ରାଜ୍ୟଗୋଷ୍ଠୀ କ୍ରୀଡ଼ା କୁଇନ୍ସ ବାଟନ୍ ରିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୨୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାର କୁଇନ୍ସ ବାଟନ୍ ରିଲେ ଭୁବନେଶ୍ୱରରେ ପହଞ୍ଚିଛି। ଓଡ଼ିଶା ହକି ପ୍ରମୋସନ୍ କାଉନସିଲର ଚେୟାରମ୍ୟାଚ୍ ଦିଲ୍ଲୀପ ତୀର୍କିଙ୍କ ଦ୍ୱାରା ଏହାର ସ୍ୱାଗତ କରାଯାଇଛି। ତାଙ୍କ ବ୍ୟତୀତ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଓ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍ ମଧ୍ୟ ଭୁବନେଶ୍ୱର ବିମାନ ବନ୍ଦରରେ କୁଇନ୍ସ ବାଟନକୁ ସ୍ୱାଗତ କରିଛନ୍ତି। ରାଜ୍ୟର ଜଣାଶୁଣା କ୍ରୀଡ଼ାବିତ୍ ଅନୁରାଧା ବିଶ୍ୱାସ ଓ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ବିମାନବନ୍ଦରରେ ଉପସ୍ଥିତ ଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାର […]

ଅଦ୍ୟତନ ହୋଇଛି
ଭୁବନେଶ୍ୱରରେ ପହଞ୍ଚିଲା ରାଜ୍ୟଗୋଷ୍ଠୀ କ୍ରୀଡ଼ା କୁଇନ୍ସ ବାଟନ୍ ରିଲେ

cwg

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୨୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାର କୁଇନ୍ସ ବାଟନ୍ ରିଲେ ଭୁବନେଶ୍ୱରରେ ପହଞ୍ଚିଛି। ଓଡ଼ିଶା ହକି ପ୍ରମୋସନ୍ କାଉନସିଲର ଚେୟାରମ୍ୟାଚ୍ ଦିଲ୍ଲୀପ ତୀର୍କିଙ୍କ ଦ୍ୱାରା ଏହାର ସ୍ୱାଗତ କରାଯାଇଛି। ତାଙ୍କ ବ୍ୟତୀତ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଓ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍ ମଧ୍ୟ ଭୁବନେଶ୍ୱର ବିମାନ ବନ୍ଦରରେ କୁଇନ୍ସ ବାଟନକୁ ସ୍ୱାଗତ କରିଛନ୍ତି। ରାଜ୍ୟର ଜଣାଶୁଣା କ୍ରୀଡ଼ାବିତ୍ ଅନୁରାଧା ବିଶ୍ୱାସ ଓ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ବିମାନବନ୍ଦରରେ ଉପସ୍ଥିତ ଥିଲେ।

Advertisment

ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଏହି ରିଲେ ବାଟନ୍ ଆଜି ରାତିରେ ଭୁବନେଶ୍ୱରରେ ରହିବ। ଆସନ୍ତାକାଲି ଅଧିକାରୀଙ୍କ ସହ କୁଇନ୍ସ ବାଟନ୍ ପୁରୀ ଓ କୋଣାର୍କ ଗସ୍ତ କରିବ, ଯେଉଁଠାରେ ବିଶିଷ୍ଟ ବ୍ୟକ୍ତି ଓ ଜିଲ୍ଲା ପ୍ରଶାସନ ଏହାର ସ୍ୱାଗତ କରିବେ। ଏହା ପରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏହାର ପ୍ରତିକାତ୍ମକ ରିଲେ ହେବ, ଯେଉଁଥିରେ ରାଜ୍ୟର କ୍ରୀଡ଼ାବିତମାନେ ଭାଗ ନେବେ।

ଏହି ଅବସରରେ ଦିଲ୍ଲୀ ତୀର୍କି କହିଛନ୍ତି ଯେ ଏହା ଆମ ପାଇଁ ଏକ ଐତିହାସିକ ମୁହୂର୍ତ୍ତ। କୁଇନ୍ସ ବାଟନକୁ ସ୍ୱାଗତ କରିବା ଆମ ରାଜ୍ୟ ପାଇଁ ସମ୍ମାନର କଥା। କୁଇନ୍ସ ବାଟନ୍ ଓ ଏହାର ରିଲେ ପାଇଁ ରାଜ୍ୟ କ୍ରୀଡ଼ା ବିଭାଗ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି।

Advertisment

କୁଇନ୍ସ ବାଟନ୍ ହେବ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପରମ୍ପରା, ଯାହା କ୍ରୀଡ଼ାର ନିର୍ମାଣ ବେଳେ ପୂରା ରାଜ୍ୟଗୋଷ୍ଠୀର ସମ୍ପ୍ରଦାୟକୁ ଏକାଠି ଓ ଉତ୍ସାହିତ କରିଥାଏ। ଏହି ରିଲେ ୨୦୨୧, ଅକ୍ଟୋବର ୭ ତାରିଖରେ ବକିଂହାମ୍ ପ୍ୟାଲେସରୁ ଆରମ୍ଭ ହୋଇଥିଲା, ଯେଉଁଠାରେ କୁଇନ୍ ଏଲିଜାବେଥ-୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ନିଜର ବାର୍ତ୍ତା ବାଟନରେ ରଖିଥିଲେ। ଏଥିସହ ରିଲେ ବାଟନ୍ ରାଜ୍ୟଗୋଷ୍ଠୀର ୭୨ ଦେଶ ଓ କେନ୍ଦ୍ର ଶାସିତରେ ୨୯୪ ଦିନ ପରିକ୍ରମାର ଶୁଭାରମ୍ଭକୁ ଦର୍ଶାଇଛି।

ରାଜ୍ୟଗୋଷ୍ଠୀ କ୍ରୀଡ଼ା କୁଇନ୍ସ ବାଟନ୍ ରିଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ୍-୧୯ ପ୍ରୋଟୋକଲକୁ ଦୃଷ୍ଟିରେ ରଖି ଆୟୋଜନ କରାଯିବ। ବାଟନ୍ ଜାନୁଆରୀ ୧୬ ତାରିଖରେ ସିଙ୍ଗାପୁରରେ ପହଞ୍ଚିବ। ୭୪ ଦେଶ ପରିକ୍ରମା କରିବା ପରେ ଜୁଲାଇ ମାସରେ ବାଟନ୍ ଇଂଲଣ୍ଡ ଫେରିଯିବ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଜୁଲାଇ ୨୮ରୁ ଅଗଷ୍ଟ ୨୮ ତାରିଖ ଯାଏ ବର୍ମିଂହାମରେ ଅନୁଷ୍ଠିତ ହେବା ନେଇ ସ୍ଥିର ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe