Advertisment

ହୁଇଲ୍ ଚେୟାର ଫେନ୍ସିଂ ବିଶ୍ଵକପ୍: ଭାରତୀୟ ଦଳରେ ୩ ଓଡ଼ିଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଟାଲୀର ପିସା ସହରରେ ଚଳିତ ମାସ ୧୮ରୁ ୨୧ ତାରିଖ ଯାଏ ଅନୁଷ୍ଠିତ ହେବାକୁ ଯାଉଛି ହୁଇଲ୍ ଚେୟାର୍ ଫେନ୍ସିଂ ବିଶ୍ଵକପ୍। ଏଥିପାଇଁ ୧୧ ଜଣିଆ ଭାରତୀୟ ଦଳର ଘୋଷଣା କରାଯାଇଛି। ଏହି ଦଳରେ ଓଡ଼ିଶାର ୩ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ଭାରତୀୟ ଦଳରେ ସ୍ଥାନ ପାଇଥିବା ଓଡ଼ିଆ ଖେଳାଳିମାନେ ହେଲେ ହେଲେ ଭି.ରମେଶ ରାଓ, ରାଖାଲ୍ କୁମାର ସେଠୀ ଓ ପୂଜାସ୍ୱନି ନାୟକ। ରମେଶ ରାଓ ୨୦୨୦-୨୧ ଜାତୀୟ ଚାମ୍ପିୟନଶିପରେ […]

ଅଦ୍ୟତନ ହୋଇଛି
ହୁଇଲ୍ ଚେୟାର ଫେନ୍ସିଂ ବିଶ୍ଵକପ୍: ଭାରତୀୟ ଦଳରେ ୩ ଓଡ଼ିଆ

ramesh,-rakhal-and-puja

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଟାଲୀର ପିସା ସହରରେ ଚଳିତ ମାସ ୧୮ରୁ ୨୧ ତାରିଖ ଯାଏ ଅନୁଷ୍ଠିତ ହେବାକୁ ଯାଉଛି ହୁଇଲ୍ ଚେୟାର୍ ଫେନ୍ସିଂ ବିଶ୍ଵକପ୍। ଏଥିପାଇଁ ୧୧ ଜଣିଆ ଭାରତୀୟ ଦଳର ଘୋଷଣା କରାଯାଇଛି। ଏହି ଦଳରେ ଓଡ଼ିଶାର ୩ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ଭାରତୀୟ ଦଳରେ ସ୍ଥାନ ପାଇଥିବା ଓଡ଼ିଆ ଖେଳାଳିମାନେ ହେଲେ ହେଲେ ଭି.ରମେଶ ରାଓ, ରାଖାଲ୍ କୁମାର ସେଠୀ ଓ ପୂଜାସ୍ୱନି ନାୟକ।

Advertisment

ରମେଶ ରାଓ ୨୦୨୦-୨୧ ଜାତୀୟ ଚାମ୍ପିୟନଶିପରେ ୪ ପଦକ ହାସଲ କରିଥିଲା ବେଳେ ରାଖାଲ ଓ ପୂଜାସ୍ୱନି ବ୍ୟକ୍ତିଗତ ଓ ଦଳଗତ ଭାବେ ୬ ଲେଖାଏ ପଦକ ଜିତିଛନ୍ତି। ବିଶ୍ୱକପ୍ ପୂର୍ବରୁ ହରିୟଣାର କର୍ଣ୍ଣଲ ଠାରେ ମାସେ ଧରି ଚାଲିଥିବା ଅଭ୍ୟାସ ଶିବିରରେ ଓଡ଼ିଶାର ୩ ଖେଳାଳି ଭାଗ ନେଇଥିଲେ।

ପାରା ସ୍ପୋର୍ଟସ ସଂଘ ଓଡ଼ିଶାର ସଭାପତି କମଳାକାନ୍ତ ରଥ, ସମ୍ପାଦକ ଲୋକନାଥ ମହାନ୍ତି ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହାସହ ଓଡ଼ିଶାର ଖେଳାଳିମାନେ ବିଶ୍ୱକପରେ ଭଲ ପ୍ରଦର୍ଶନ କରିବେ ବୋଲି ସଂଘ ଆଶାବାଦୀ ଅଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe