Advertisment

ଅଟଳ ଗୌରବରେ ସମର୍ଦ୍ଧିତ ହେଲେ ୪ ଓଡ଼ିଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମଧ୍ୟପ୍ରଦେଶର ଭୋପାଳର ରବିନ୍ଦ୍ର ଭବନ ଠାରେ ଭାରତର ବିଭିନ୍ନ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ତଥା ଆନ୍ତର୍ଜାତିକ ଓ ଜାତୀୟ ସ୍ତରରେ କାର୍ଯ୍ୟରତ ବ୍ୟକ୍ତି ବିଶେଷଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ ଅଟଳ ଗୌରବ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ତଥା ରାଉରକେଲାର ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସୁଶାନ୍ତ ବେହେରାଙ୍କ ସମେତ ଆଥଲେଟିକ୍ସ କୋଚ୍ ଅଶୋକ ପ୍ରସାଦ, ଆଥଲେଟ ଅର୍ପିତା ପରିଡା ଓ ଆଶୁତୋଷ […]

ଅଦ୍ୟତନ ହୋଇଛି
ଅଟଳ ଗୌରବରେ ସମର୍ଦ୍ଧିତ ହେଲେ ୪ ଓଡ଼ିଆ

mp

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମଧ୍ୟପ୍ରଦେଶର ଭୋପାଳର ରବିନ୍ଦ୍ର ଭବନ ଠାରେ ଭାରତର ବିଭିନ୍ନ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ତଥା ଆନ୍ତର୍ଜାତିକ ଓ ଜାତୀୟ ସ୍ତରରେ କାର୍ଯ୍ୟରତ ବ୍ୟକ୍ତି ବିଶେଷଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ ଅଟଳ ଗୌରବ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ତଥା ରାଉରକେଲାର ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସୁଶାନ୍ତ ବେହେରାଙ୍କ ସମେତ ଆଥଲେଟିକ୍ସ କୋଚ୍ ଅଶୋକ ପ୍ରସାଦ, ଆଥଲେଟ ଅର୍ପିତା ପରିଡା ଓ ଆଶୁତୋଷ ପରିଡା ସମ୍ବର୍ଦ୍ଧିତ ହୋଇଛନ୍ତି।

Advertisment

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଅନୁପସ୍ଥିତରେ ରାଜ୍ୟର କ୍ୟାବିନେଟ ମନ୍ତ୍ରୀ ବିଶ୍ଵାସ ସାରନଙ୍ଗ, ଅଖଲେଶ ନନ୍ଦକିଶୋର ମହାରାଜ, ରାଜ୍ୟ ମନ୍ତ୍ରୀ ତପନ ଭୌମିକ, ବିଧାୟକ ଦଳର ଅଧ୍ୟକ୍ଷ ଗିରିଶ ଗୌତମ ଓ ଭୋପାଳ କମିଶନର ସନ୍ଦୀପ ରଜାକଙ୍କ ଦ୍ୱାରା ଏମାନେ ସମ୍ବର୍ଦ୍ଧିତ ହୋଇଛନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ଅଟଳ ରତ୍ନ ପୁରସ୍କାର, ଅଟଳ ଗୌରବ ପୁରସ୍କାର ଓ ଅଟଳ ରାଜ୍ୟ ପୁରସ୍କାର ବିଭିନ୍ନ କ୍ଷେତ୍ରରେ ଗୌରବ ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ପ୍ରତ୍ୟେକ ବର୍ଷ ଦିଆଯାଇଥାଏ। ପୂର୍ବରୁ ଗତ ଅଗଷ୍ଟ ମାସରେ କୋଚ୍ ଅଶୋକ ପ୍ରସାଦ ଓ ଅର୍ପିତା ପରିଡା ଅଟଳରତ୍ନ ପୁରସ୍କାର ସମେତ ଅଟଳ ରାଜ୍ୟ ପୁରସ୍କାର ପାଇସାରିଥିବା ବେଳେ କ୍ରୀଡ଼ା ସାମ୍ବାଦିକ ସୁଶାନ୍ତ ବେହେରାଙ୍କ ସମେତ ରାଉରକେଲାର ତୁଷାର ତନ୍ମୟ ସ୍ୱାଇଁ, ବେଦିକା ଲାଲ, ସଲିପ୍ତ ରାଉତ, ସିଲଭେଷ୍ଟାର ଡାଏସ ମଧ୍ୟ ଅଟଳ ରାଜ୍ୟ ପୁରସ୍କାର ପାଇସାରିଛନ୍ତି।

Advertisment

ସୁନ୍ଦରଗଡ଼ ଜିଲ୍ଲା କ୍ରୀଡା ସଂସଦର ସମ୍ପାଦକ ପ୍ରଭାତ ଭୋଳ, ରାଉରକେଲା ପାନପୋଷ କ୍ରୀଡ଼ା ସଂଗଠନ, ପଶ୍ଚିମ ଓଡିଶା କ୍ରୀଡା ଉନ୍ନୟନ ସମିତି, ରାଉରକେଲା କବାଡ଼ି ଆସୋସିଏସନ, ଭେଟେରାନ ହକି ଆସୋସିଏସନ, ରାଉରକେଲା ସାଇକ୍ଲିଂ କ୍ଲବ, ରାଉରକେଲା ବାର ଆସୋସିଏସନ ଓ ଶକ୍ତି ବାହିନୀ ପ୍ରଭୁତି ଅନୁଷ୍ଠାନ ଅଟଳ ଗୌରବ ପୁରସ୍କାର ସମ୍ବର୍ଦ୍ଧିତଙ୍କ ସଫଳତା କାମନା କରିବା ସହିତ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe