Advertisment

ଲନ୍ ବଲ୍‌ରେ ଭାରତକୁ ଐତିହାସିକ ରୌପ୍ୟ ପଦକ

ବର୍ମିଂହାମ: ମହିଳାଙ୍କ ଭଳି ଭାରତୀୟ ପୁରୁଷ ଟିମ୍‌ ଲନ ବଲ ଫୋର ଇଭେଣ୍ଟରେ ପଦକ ହାସଲ କରିଛି। ଭାରତୀୟ ମହିଳା ଦଳ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ପୁରୁଷ ଟିମ୍‌ ଫାଇନାଲରେ ହାରି ରୌପ୍ୟରେ ସନ୍ତୁଷ୍ଟ ହୋଇଛି। ପ୍ରଥମଥର ପାଇଁ ଭାରତୀୟ ପୁରୁଷ ଦଳ ଲନ ବଲରେ ପଦକ ଜିତି ଇତିହାସ ରଚିଛି। ଫାଇନାଲରେ ଭାରତର ମୁକାବିଲା ନର୍ଦ୍ଦନ ଆୟର୍ଲ୍ୟାଣ୍ଡ ସହ ହୋଇଥିଲା। ଏହି ମ୍ୟାଚରେ ଭାରତୀୟ ଟିମ୍ ୫-୧୮ରେ ହାରି ଯାଇଛି। ସୁନୀଲ ବାହାଦୂର, ଦୀନେଶ […]

author-image
Hemant Lenka
ଲନ୍ ବଲ୍‌ରେ ଭାରତକୁ ଐତିହାସିକ ରୌପ୍ୟ ପଦକ

Lawn-Ball

ବର୍ମିଂହାମ: ମହିଳାଙ୍କ ଭଳି ଭାରତୀୟ ପୁରୁଷ ଟିମ୍‌ ଲନ ବଲ ଫୋର ଇଭେଣ୍ଟରେ ପଦକ ହାସଲ କରିଛି। ଭାରତୀୟ ମହିଳା ଦଳ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ପୁରୁଷ ଟିମ୍‌ ଫାଇନାଲରେ ହାରି ରୌପ୍ୟରେ ସନ୍ତୁଷ୍ଟ ହୋଇଛି। ପ୍ରଥମଥର ପାଇଁ ଭାରତୀୟ ପୁରୁଷ ଦଳ ଲନ ବଲରେ ପଦକ ଜିତି ଇତିହାସ ରଚିଛି। ଫାଇନାଲରେ ଭାରତର ମୁକାବିଲା ନର୍ଦ୍ଦନ ଆୟର୍ଲ୍ୟାଣ୍ଡ ସହ ହୋଇଥିଲା। ଏହି ମ୍ୟାଚରେ ଭାରତୀୟ ଟିମ୍ ୫-୧୮ରେ ହାରି ଯାଇଛି।

Advertisment

ସୁନୀଲ ବାହାଦୂର, ଦୀନେଶ କୁମାର, ଚନ୍ଦନ କୁମାର ସିଂହ ଓ ନଭନୀତ ସିଂହଙ୍କୁ ନେଇ ଗଠିତନ ହୋଇଥିବା ଭାରତୀୟ ଟିମ ଆରମ୍ଭରୁ ହିଁ ବ୍ୟାକଫୁଟରେ ରହିଥିଲା। ପୂରା ମ୍ୟାଚରେ ନର୍ଦ୍ଦନ ଆୟର୍ଲ୍ୟାଣ୍ଡର ଦବଦବା ଦେଖିବାକୁ ମିଳିଥିଲା। ଏପରି କି ଦଳ ଗୋଟିଏ ଥର ବି ଭାରତକୁ ଲିଡ୍ ହାସଲ କରିବାକୁ ଦେଇ ନଥିଲା। ଶେଷରେ ଫାଇନାଲରେ ମ୍ୟାଚ୍‌କୁ ଦଳ ୧୮-୫ରେ ଜିତି ନେଇଥିଲା।

ଏହାପୂର୍ବରୁ ଭାରତୀୟ ମହିଳା ଦଳ ଲନ ବଲ୍‌ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୭-୧୦ରେ ହରାଇ ପ୍ରଥମଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିବାକୁ ସକ୍ଷମ ହୋଇଥିଲା। ହେଲେ ପୁରୁଷ ଟିମ ଫାଇନାଲରେ ହାରି ଯାଇଛନ୍ତି।

Advertisment

ଆଜିର ରୌପ୍ୟ ପଦକୁ ମିଶାଇ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି। ଏଥିରେ ୯ଟି ସ୍ୱର୍ଣ୍ଣ, ୧୧ଟି ରୌପ୍ୟ ଓ ୯ଟି ବ୍ରୋଞ୍ଜ ପଦକ ରହିଛି।