Advertisment

ପାକିସ୍ତାନର ହାର୍‌ ପରେ ଧୁମ୍‌ ନାଚିଲେ ଆଫଗାନିସ୍ତାନ ଲୋକେ

କାବୁଲ: ଏସିଆ କପ୍‌-୨୦୨୨ର ଟ୍ରଫି ଜିତି ନେଇଛି ଶ୍ରୀଲଙ୍କା। ପାକିସ୍ତାନକୁ ହରାଇ ଶ୍ରୀଲଙ୍କା ବନିଛି ଚାମ୍ପିଅନ। ପାକିସ୍ତାନକୁ ୨୩ ରନ୍‌ରେ ହରାଇ ଫାଇନାଲ୍‌ ମ୍ୟାଚରେ ବାଜି ମାରିଛି। ଏହା ସହିତ ଶ୍ରୀଲଙ୍କା ଷଷ୍ଠ ଥର ପାଇଁ ଏସିଆ କପ୍‌ ଟ୍ରଫି ହାତେଇବାରେ ସଫଳ ହୋଇଛି। ତେବେ ପାକିସ୍ତାନର ଏହି ପରାଜୟ ପରେ ଉତ୍ସବ ମନାଇଛି ଆଫଗାନିସ୍ତାନ। କାବୁଲ ସହରରେ ଲୋକମାନେ ପାକିସ୍ତାନର ପରାଜୟ ଏବଂ ଆଫଗାନିସ୍ତାନର ବିଜୟ ଉତ୍ସବ ପାଳନ କରିଛନ୍ତି। ବାଜା ବଜାଇ, ବାଣ ଫୁଟାଇ […]

ପାକିସ୍ତାନର ହାର୍‌ ପରେ ଧୁମ୍‌ ନାଚିଲେ ଆଫଗାନିସ୍ତାନ ଲୋକେ

victory-danced

Advertisment

କାବୁଲ: ଏସିଆ କପ୍‌-୨୦୨୨ର ଟ୍ରଫି ଜିତି ନେଇଛି ଶ୍ରୀଲଙ୍କା। ପାକିସ୍ତାନକୁ ହରାଇ ଶ୍ରୀଲଙ୍କା ବନିଛି ଚାମ୍ପିଅନ। ପାକିସ୍ତାନକୁ ୨୩ ରନ୍‌ରେ ହରାଇ ଫାଇନାଲ୍‌ ମ୍ୟାଚରେ ବାଜି ମାରିଛି। ଏହା ସହିତ ଶ୍ରୀଲଙ୍କା ଷଷ୍ଠ ଥର ପାଇଁ ଏସିଆ କପ୍‌ ଟ୍ରଫି ହାତେଇବାରେ ସଫଳ ହୋଇଛି। ତେବେ ପାକିସ୍ତାନର ଏହି ପରାଜୟ ପରେ ଉତ୍ସବ ମନାଇଛି ଆଫଗାନିସ୍ତାନ।

Advertisment

କାବୁଲ ସହରରେ ଲୋକମାନେ ପାକିସ୍ତାନର ପରାଜୟ ଏବଂ ଆଫଗାନିସ୍ତାନର ବିଜୟ ଉତ୍ସବ ପାଳନ କରିଛନ୍ତି। ବାଜା ବଜାଇ, ବାଣ ଫୁଟାଇ ରାସ୍ତା ଉପରେ ନାଚିଛନ୍ତି ଆଫଗାନବାସୀ। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି।

https://twitter.com/AbdulhaqOmeri/status/1569040218937872385?s=20&t=E_j48R0zgH3mxwuNf5VSXg

Advertisment

ଚଳିତ ଏସିଆ କପ୍‌ରେ ଆଫଗାନିସ୍ତାନ ମଧ୍ୟ ବେଶ୍‌ ଦମ୍‌ଦାମ ପ୍ରଦର୍ଶନ କରିଥିଲା। ଗ୍ରୁପ୍ ମ୍ୟାଚ୍ ରେ ଶ୍ରୀଲଙ୍କାକୁ ପରାସ୍ତ କରି ଦଳ ବିଜୟ ସହ ଆରମ୍ଭ କରିଥିଲା ​​ଏବଂ ପରେ ବାଂଲାଦେଶକୁ ପରାସ୍ତ କରି ସୁପର-୪ରେ ପହଞ୍ଚିଥିଲା। ଯଦିଓ ଏଠି ଅଫଗାନିସ୍ତାନକୁ ତିନୋଟି ମ୍ୟାଚ୍ରେ ହାରିବାକୁ ପଡିଥିଲା। ପାକିସ୍ତାନ ଠାରୁ ହାରି ଯାଇଥିଲା ଅଫଗାନିସ୍ତାନ।

ପାକିସ୍ତାନ ବିପକ୍ଷ ମ୍ୟାଚ୍ ପରେ ଉଭୟ ଦଳର ପ୍ରଶଂସକଙ୍କ ମଧ୍ୟରେ ମାର୍‌ପିଟ୍‌ ହୋଇଥିବା ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଷ୍ଟାଡିୟମ ଭିତରେ ଦୁଇ ଦେଶର ସମର୍ଥକମାନେ ପରସ୍ପର ଉପରକୁ ଚେଆର୍‌ ଫିଙ୍ଗାଫିଙ୍ଗି ହୋଇଥିଲେ। ଉଭୟ ଦେଶର କ୍ରିକେଟରମାନେ ମଧ୍ୟ ସୋସିଆଲ ମିଡିଆରେ ପରସ୍ପର ମୁହାଁମୁହିଁ ହୋଇଥିଲେ।

https://twitter.com/MiniEscobarr/status/1569041644950896645?s=20&t=RTxZSf7O2I67Uh9zpzOS_w

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe