Advertisment

ମହିଳା ବକ୍ସରଙ୍କୁ ମୃତ୍ୟୁ ଚେତାବନୀ ଦେଲା ତାଲିବାନ

କାବୁଲ: ଆଫଗାନିସ୍ତାନରେ ତାଲିବାନର ଭୟ ଚାରିଆଡ଼େ ଦେଖିବାକୁ ମିଳିଛି। ତାଲିବାନ ଶାସନରେ ଲୋକଙ୍କ ବଞ୍ଚିବା କଷ୍ଟକର ହୋଇ ପଡ଼ିଛି। ତେବେ ଯେଉଁ ମହିଳାମାନେ ନିଜ ସ୍ୱପ୍ନ ପୂରଣ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ତାଲିବାନ ସବୁଠାରୁ ଘାତକ। ସେଥିମଧ୍ୟରୁ ଜଣେ ମହିଳା ହେଉଛନ୍ତି ବକ୍ସର ସୀମା ରେଜାଇ। ଜାତୀୟ ଦଳର ସଦସ୍ୟ ରହିଥିବା ସୀମା ତାଲିବାନ ଶାସନ ପୂର୍ବରୁ ଅଲିମ୍ପିକ୍ସ ପଦକ ଜିତିବାର ସ୍ୱପ୍ନ ଦେଖୁଥିଲେ, କିନ୍ତୁ ଏବେ ତାଙ୍କୁ ନିଜ ଦେଶ ଛାଡ଼ି ପଳାୟନ କରିବାକୁ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ମହିଳା ବକ୍ସରଙ୍କୁ ମୃତ୍ୟୁ ଚେତାବନୀ ଦେଲା ତାଲିବାନ

seema-rezai

କାବୁଲ: ଆଫଗାନିସ୍ତାନରେ ତାଲିବାନର ଭୟ ଚାରିଆଡ଼େ ଦେଖିବାକୁ ମିଳିଛି। ତାଲିବାନ ଶାସନରେ ଲୋକଙ୍କ ବଞ୍ଚିବା କଷ୍ଟକର ହୋଇ ପଡ଼ିଛି। ତେବେ ଯେଉଁ ମହିଳାମାନେ ନିଜ ସ୍ୱପ୍ନ ପୂରଣ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ତାଲିବାନ ସବୁଠାରୁ ଘାତକ। ସେଥିମଧ୍ୟରୁ ଜଣେ ମହିଳା ହେଉଛନ୍ତି ବକ୍ସର ସୀମା ରେଜାଇ। ଜାତୀୟ ଦଳର ସଦସ୍ୟ ରହିଥିବା ସୀମା ତାଲିବାନ ଶାସନ ପୂର୍ବରୁ ଅଲିମ୍ପିକ୍ସ ପଦକ ଜିତିବାର ସ୍ୱପ୍ନ ଦେଖୁଥିଲେ, କିନ୍ତୁ ଏବେ ତାଙ୍କୁ ନିଜ ଦେଶ ଛାଡ଼ି ପଳାୟନ କରିବାକୁ ପଡ଼ିଛି।

Advertisment

Image

ତାଲିବାନ ଏବେ ତାଙ୍କୁ ବକ୍ସିଂ ଜାରି ରଖିଲେ ମୃତ୍ୟୁ ଦଣ୍ଡ ମିଳିବ ବୋଲି ଚେତାବନୀ ଦେଇଛି। ନିକଟରେ ଏକ ଇଣ୍ଟରଭ୍ୟୁରେ ସେ ନିଜ ଦୁଃଖର କଥା ବଖାଣିଥିଲେ। ସେ କହିଥିଲେ, ଯେତେବେଳେ ତାଲିବାନ କାବୁଲ ଉପରେ କବଜା କଲା, ସେତେବଳେ ମୁଁ ମୋ କୋଚଙ୍କ ସହ ଟ୍ରେନିଂ କରୁଥିଲି। କିଛି ଲୋକ ତାଲିବାନକୁ କହିଲେ ଯେ ଜଣେ ଯୁବତୀ ପୁରୁଷ କୋଚଙ୍କ ସହ ଟ୍ରେନିଂ ନେଉଛନ୍ତି। ଏହା ପରେ ତାଲିବାନ ମୋତେ ଧମକ ଦେଇ କହିଲା ଯେ ଯଦି ଟ୍ରେନିଂ ବନ୍ଦ ନକରିବ, ତାହେଲେ ତୁମକୁ ମାରିଦିଆଯିବ।

May be a closeup of 1 person, hair and outerwear

ଏହା ପରେ ରେଜାଇ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ଆଫଗାନିସ୍ତାନ ଛାଡ଼ିବାକୁ ନିଷ୍ପତ୍ତି ନେଲେ। ବର୍ତ୍ତମାନ ସେ କତାରରେ ଅଛନ୍ତି। ସେଠାରେ ସେ ଆମେରିକା ଭିସା ଅପେକ୍ଷାରେ ଅଛନ୍ତି। ୧୬ ବର୍ଷ ବୟସରେ ବକ୍ସିଂ କ୍ୟାରିୟର ଆରମ୍ଭ କରିଥିବା ସୀମା ଆମେରିକାରେ ବକ୍ସିଂ କ୍ୟାରିୟର ଗଢ଼ିାବାକୁ ଆଶାୟୀ ଅଛନ୍ତି।

Advertisment

ସୂଚନାଯୋଗ୍ୟ, ତାଲିବାନ ଏକ ନିର୍ଦ୍ଦେଶନାମା ଜାରି କରି କହିଛି ଯେ ମହିଳାମାନେ ସରିଆ ନିୟମ ଅନୁସାରେ ସ୍କୁଲ ଯାଇପାରିବେ ଏବଂ ବାହାରେ କାମ କରିପାରିବେ। ଅର୍ଥାତ ମହିଳାମେନ ହିଜାବ ପିନ୍ଧିବେ ଏବଂ ମୁହଁକୁ ସବୁବେଳେ ଢାଙ୍କିବେ। ତାଲିବାନଗ ମହିଳା କ୍ରିକେଟକୁ ମଧ୍ୟ ଇସଲାମ୍ ବିରୋଧୀ ବୋଲି କହିଥିଲା। ଯାହାଦ୍ୱାରା ଆଫଗାନିସ୍ତାନରେ ମହିଳାମାନେ ଆଉ କ୍ରିକେଟ୍ ଖେଳିପାରିବେ ନାହିଁ ବୋଲି ତାଲିବାନ ସିଧା ସିଧା କହିଛି। ତେବେ ଏହାକୁ ବିରୋଧ କରିଛି ଅଷ୍ଟ୍ରେଲିଆ। ଯଦି ଆଫଗାନିସ୍ତାନରେ ମହିଳା କ୍ରିକେଟକୁ ଅନୁମତି ନମିଳେ, ତାହେଲେ ଅଷ୍ଟ୍ରେଲିଆ ଆଫଗାନିସ୍ତାନ ପୁରୁଷ ଟିମ୍ ବିପକ୍ଷରେ ନଭେମ୍ବର ମାସରେ ହେବାକୁଥିବା ଏକମାତ୍ର ଟେଷ୍ଟ ମ୍ୟାଚ୍ ଖେଳିବ ନାହିଁ ବୋଲି କ୍ରିକେଟ୍ ଅଷ୍ଟ୍ରେଲିଆ ଚେତାବନୀ ଦେଇଛି।