Advertisment

ବ୍ରୋଞ୍ଜ ଜିତିଲା ଭାରତ, ଓଡ଼ିଶାର ଅମିତ୍ ଥିଲେ ‘ସାଇଲେଣ୍ଟ ହିରୋ’

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଆଜି ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଜିତିଛି। ଅଲିମ୍ପିକ୍ସରେ ୪୧ ବର୍ଷ ପରେ ଦଳ ପଦକ ଜିତିଥିବାରୁ ଏବେ ଚାରିଆଡ଼ୁ ଅଭିନନ୍ଦନର ସୁଅ ଛୁଟିଛି। ସମସ୍ତେ ଟିମ୍‌ର ସଦସ୍ୟମାନଙ୍କ ଦକ୍ଷତାକୁ ପ୍ରଶଂସା କରୁଛି। ଆଉ ତା’ ଭିତରେ ଟିମ୍‌ର ଓଡ଼ିଆ ଖେଳାଳି ଅମିତ୍ ରୋହିଦାସଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପୂର୍ବତନ ହକି ଖେଳାଳି ତଥା ଅଲିମ୍ପିଆନ୍ ଆଶିଷ ବଲାଲ। ସେ କହିଛନ୍ତି ଯେ ଟିମ୍ ବହୁତ ବଢ଼ିଆ ଖେଳିଛି। […]

ଅଦ୍ୟତନ ହୋଇଛି
ବ୍ରୋଞ୍ଜ ଜିତିଲା ଭାରତ, ଓଡ଼ିଶାର ଅମିତ୍ ଥିଲେ ‘ସାଇଲେଣ୍ଟ ହିରୋ’

Amit Rohidas

Advertisment

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଆଜି ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଜିତିଛି। ଅଲିମ୍ପିକ୍ସରେ ୪୧ ବର୍ଷ ପରେ ଦଳ ପଦକ ଜିତିଥିବାରୁ ଏବେ ଚାରିଆଡ଼ୁ ଅଭିନନ୍ଦନର ସୁଅ ଛୁଟିଛି। ସମସ୍ତେ ଟିମ୍‌ର ସଦସ୍ୟମାନଙ୍କ ଦକ୍ଷତାକୁ ପ୍ରଶଂସା କରୁଛି। ଆଉ ତା’ ଭିତରେ ଟିମ୍‌ର ଓଡ଼ିଆ ଖେଳାଳି ଅମିତ୍ ରୋହିଦାସଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପୂର୍ବତନ ହକି ଖେଳାଳି ତଥା ଅଲିମ୍ପିଆନ୍ ଆଶିଷ ବଲାଲ।

Advertisment

ସେ କହିଛନ୍ତି ଯେ ଟିମ୍ ବହୁତ ବଢ଼ିଆ ଖେଳିଛି। ତେବେ ଟିମ୍‌ର ‘ସାଇଲେଣ୍ଟ ହିରୋ’ ହେଉଛନ୍ତି ଓଡ଼ିଶା ଅମିତ୍ ରୋହିଦାସ, ଯାହାଙ୍କୁ ଏତେ ସ୍ୱୀକୃତି ମିଳିନି। ସେ ଖୁବ୍‌ ସାହାସୀ। ଚଳିତ ଅଲିମ୍ପିକ୍ସରେ ସେ ଏକାକୀ ୧୫ଟି ପେନାଲ୍‌ଟି କର୍ଣ୍ଣରକୁ ରୋକିବାରେ ସମର୍ଥ ହୋଇଥିଲେ। ଏହା ଏକ ବଡ଼ କଥା। କିନ୍ତୁ ଆମେ କେହି ଏହାକୁ ଗୁରୁତ୍ୱ ଦେଉ ନାହାନ୍ତି। ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ ଆସୁଥିବା ବଲ୍‌କୁ ଅଟକାଇବା ସହଜ କଥା ନୁହେଁ। ଅମିତ୍ ରୋହିଦାସ ଖୁବ୍ ଭଲ ଖେଳିଥିଲେ।

ଏହା ସହିତ ଭାରତୀୟ ଟିମ୍‌ର ଗୋଲ୍‌କିପର ଶ୍ରୀଜେଶଙ୍କୁ ପ୍ରଶଂସା କରିଛନ୍ତି ଆଶିଷ ବଲାଲ। ସେ କହିଛନ୍ତି, ଶ୍ରୀଜେଶ ହେଉଛନ୍ତି ଟିମ୍‌ର ମେରୁଦଣ୍ଡ।

Advertisment

ସୂଚନାଯୋଗ୍ୟ, ଅମିତ୍ ରୋହିଦାସଙ୍କ ବ୍ୟତୀତ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ମଧ୍ୟ ଟିମ୍‌ରେ ସାମିଲ ହୋଇଥିଲେ।

ଆଜି ବ୍ରୋଞ୍ଜ ପଦକ ପାଇଁ ଭାରତ ଓ ଜର୍ମାନୀ ମଧ୍ୟରେ ଲଢ଼େଇ ହୋଇଥିଲା। ଆଉ ଏଥିରେ ଜର୍ମାନୀକୁ ୫-୪ରେ ପରାସ୍ତ କରିଥିଲା ଭାରତୀୟ ଟିମ୍‌।

Indian Hockey Tokyo Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe