Advertisment

ରେସଲିଂ ବିଶ୍ୱ ଚାମ୍ପିୟନଶିପ୍‌ରେ ଇତିହାସ ସୃଷ୍ଟି କଲେ ଭାରତର ଅଂଶୁ ମଲିକ

ଓସଲୋ(ନରୱେ): ରେସଲିଂରେ ଭାରତ ପାଇଁ ଇତିହାସ ସୃଷ୍ଟି କରିଛନ୍ତି ଅଂଶୁ ମଲିକ। ନରୱେରେ ଚାଲିଥିବା ରେସଲିଂ ବିଶ୍ୱ ଚାମ୍ପିୟନଶିପରେ ଅଂଶୁ ଫାଇନାଲରେ ପ୍ରବେଶ କରିଛନ୍ତି। ଏଥିସହ ସେ ପ୍ରଥମ ଭାରତୀୟ ମହିଳା ରେସଲର ଭାବେ ଏପରି କୀର୍ତ୍ତିମାନ ସ୍ଥାପନ କରିବାକୁ ସକ୍ଷମ ହୋଇଛନ୍ତି। ଏହାପୂର୍ବରୁ କୌଣସି ଭାରତୀୟ ମହିଳା କେବେ ହେଲେ ରେସଲିଂ ବିଶ୍ୱ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରି ନଥିଲେ। ଅଂଶୁ ମଲିକ ୫୭ କେଜି ଓଜନ ବର୍ଗରେ ଜୁନିୟର ୟୁରୋପୀୟ ଚାମ୍ପିୟନ ସୋଲମିଆ ଭିଙ୍କୁ […]

ରେସଲିଂ ବିଶ୍ୱ ଚାମ୍ପିୟନଶିପ୍‌ରେ ଇତିହାସ ସୃଷ୍ଟି କଲେ ଭାରତର ଅଂଶୁ ମଲିକ

anshu-malik

Advertisment

ଓସଲୋ(ନରୱେ): ରେସଲିଂରେ ଭାରତ ପାଇଁ ଇତିହାସ ସୃଷ୍ଟି କରିଛନ୍ତି ଅଂଶୁ ମଲିକ। ନରୱେରେ ଚାଲିଥିବା ରେସଲିଂ ବିଶ୍ୱ ଚାମ୍ପିୟନଶିପରେ ଅଂଶୁ ଫାଇନାଲରେ ପ୍ରବେଶ କରିଛନ୍ତି। ଏଥିସହ ସେ ପ୍ରଥମ ଭାରତୀୟ ମହିଳା ରେସଲର ଭାବେ ଏପରି କୀର୍ତ୍ତିମାନ ସ୍ଥାପନ କରିବାକୁ ସକ୍ଷମ ହୋଇଛନ୍ତି।

Advertisment

ଏହାପୂର୍ବରୁ କୌଣସି ଭାରତୀୟ ମହିଳା କେବେ ହେଲେ ରେସଲିଂ ବିଶ୍ୱ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରି ନଥିଲେ। ଅଂଶୁ ମଲିକ ୫୭ କେଜି ଓଜନ ବର୍ଗରେ ଜୁନିୟର ୟୁରୋପୀୟ ଚାମ୍ପିୟନ ସୋଲମିଆ ଭିଙ୍କୁ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି।
ଏସିଆନ ଚାମ୍ପିୟନ ୧୯ ବର୍ଷୀୟ ଅଂଶୁ ସେମିଫାଇନାଲ ମୁକାବିଲାର ଆରମ୍ଭରୁ ନିଜର ଦବଦବା ଦେଖାଇଥିଲେ। ସେ ଟେକ୍ନିକାଲ ପଏଣ୍ଟ ବଳରେ ନିଜ ନାଁକୁ ଇତିହାସ ପୃଷ୍ଠାରେ ଲେଖିବାକୁ ସକ୍ଷମ ହୋଇଛନ୍ତି। ଅର୍ଥାତ ସେ ସୋଲମିଆଙ୍କୁ ଏକତରଫା ଭାବେ ପରାସ୍ତ କରିଛନ୍ତି। ସୋଲମିଆ ଜୁନିୟନ ଚାମ୍ପିୟନ ହୋଇଥିଲେ ମଧ୍ୟ ଅଂଶଙ୍କୁ ଜବାବ ଦେବା ପାଇଁ କୌଣସି ସୁଯୋଗ ପାଇ ନଥିଲେ।

ଆଜି ଯାଏ ବିଶ୍ୱସ୍ତରୀୟ ରେସଲିଂରେ ୪ ଭାରତୀୟ ମହିଳା ବ୍ରୋଞ୍ଜ ପଦକ ଜିତିଛନ୍ତି। ସେମାନେ ହେଲେ ଗୀତା ଫୋଗାଟ(୨୦୧୨), ବବିତା ଫୋଗାଟ(୨୦୧୨), ପୂଜା ଧଣ୍ଡା(୨୦୧୮) ଓ ଭିନେଶ ଫୋଗାଟ(୨୦୧୯)। କିନ୍ତୁ ଅଂଶୁ ଫାଇନାଲକୁ ପ୍ରବେଶ କରି ଭାରତ ପାଇଁ ବିଶ୍ୱ ରେସଲିଂରେ ରୌପ୍ୟ ପଦକ ପକ୍କା କରିଛନ୍ତି। ସେ ଯେଉଁ ଭଳି ଫର୍ମରେ ଅଛନ୍ତି, ତାଙ୍କୁ ଠାରୁ ସମସ୍ତେ ସ୍ୱର୍ଣ୍ଣ ପଦକ ଆଶା କରିଛନ୍ତି।

Advertisment

ଅନ୍ୟପକ୍ଷରେ ଏଯାଏ କେବଳ ସୁଶୀଲ କୁମାର ରେସଲିଂ ବିଶ୍ୱ ଚାମ୍ପିୟନଶିପରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ୨୦୧୦ରେ ଏପରି କୀର୍ତ୍ତିମାନ ସ୍ଥାପନ କରିଥିଲେ। ତେଣୁ ଅଂଶୁଙ୍କ ପାଖରେ ଦ୍ୱିତୀୟ ଭାରତୀୟ ଭାବେ ବିଶ୍ୱ ଚାମ୍ପିୟନ ହେବାର ସୁଯୋଗ ରହିବ। ଏହାବାଦ ଅଂଶୁ ୬ଷ୍ଠ ଭାରତୀୟ ଭାବେ ବିଶ୍ୱ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ମ୍ୟାଚ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

ଅଂଶୁଙ୍କ ପୂର୍ବରୁ ବିଶମ୍ବର ସିଂହ(୧୯୬୭), ସୁଶୀଲ କୁମାର(୨୦୧୦), ଅମିତ ଦାହିୟା(୨୦୧୩), ବଜରଙ୍ଗ ପୁନିଆ(୨୦୧୮) ଓ ଦୀପକ ପୁନିଆ(୨୦୧୯) ସ୍ୱର୍ଣ୍ଣ ପଦକ ମ୍ୟାଚ ଖେଳିଛନ୍ତି। କେବଳ ସୁଶୀଲଙ୍କୁ ଛାଡ଼ି ଅନ୍ୟମାନେ ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe