Advertisment

ଅଲିମ୍ପିକ୍ସ ଚାମ୍ପିୟନଙ୍କୁ ଦାବିଲେ ଭାରତର ଅତନୁ ଦାସ

ଟୋକିଓ: ଚଳିତ ଅଲିମ୍ପିକ୍ସରେ ସବୁଠାରୁ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି ଭାରତୀୟ ତୀରନ୍ଦାଜ ଅତନୁ ଦାସ। ସେ ୨୦୧୨ର ଅଲିମ୍ପିକ୍ସ ବିଜେତା ତଥା କୋରିଆର ହୋ ଜିନ ହାୟେକଙ୍କୁ ଶୁଟଅଫରେ ହରାଇ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଏଥିସହ ୩୯ ବର୍ଷୀୟ ହୋ ଜିନଙ୍କୁ ଅଲିମ୍ପିକ୍ସ ଯାତ୍ରାକୁ ଏହି ମ୍ୟାଚରେ ହିଁ ଶେଷ କରି ଦେଇଛନ୍ତି। ଆଜିର ମ୍ୟାଚରେ ବିଶ୍ୱର ତୃତୀୟ ସିଡ୍ ହୋ ଜିନ୍ ଦମଦାର ଆରମ୍ଭ କରିଥିଲେ। ସେ ପ୍ରଥମ ସେଟରେ ୮-୯-୯ ସ୍କୋର କରିଥିଲେ। […]

author-image
Hemant Lenka
ଅଲିମ୍ପିକ୍ସ ଚାମ୍ପିୟନଙ୍କୁ ଦାବିଲେ ଭାରତର ଅତନୁ ଦାସ

Atanu Das

ଟୋକିଓ: ଚଳିତ ଅଲିମ୍ପିକ୍ସରେ ସବୁଠାରୁ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି ଭାରତୀୟ ତୀରନ୍ଦାଜ ଅତନୁ ଦାସ। ସେ ୨୦୧୨ର ଅଲିମ୍ପିକ୍ସ ବିଜେତା ତଥା କୋରିଆର ହୋ ଜିନ ହାୟେକଙ୍କୁ ଶୁଟଅଫରେ ହରାଇ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଏଥିସହ ୩୯ ବର୍ଷୀୟ ହୋ ଜିନଙ୍କୁ ଅଲିମ୍ପିକ୍ସ ଯାତ୍ରାକୁ ଏହି ମ୍ୟାଚରେ ହିଁ ଶେଷ କରି ଦେଇଛନ୍ତି।

Advertisment

ଆଜିର ମ୍ୟାଚରେ ବିଶ୍ୱର ତୃତୀୟ ସିଡ୍ ହୋ ଜିନ୍ ଦମଦାର ଆରମ୍ଭ କରିଥିଲେ। ସେ ପ୍ରଥମ ସେଟରେ ୮-୯-୯ ସ୍କୋର କରିଥିଲେ। ଏହାର ଜବାବରେ ଭାରତର ଅତନୁ ୮-୮-୯ ସ୍କୋର କରିବାକୁ ସକ୍ଷମ ହୋଇଥିଲେ। ଫଳରେ ହୋ ଜିନ୍‌ ପ୍ରଥମେ ସେଟକୁ ଜିତି ୨ ପଏଣ୍ଟ ହାସଲ କରିଥିଲେ।

ଦ୍ୱିତୀୟ ସେଟ୍‌ରେ ଅତନୁ ସୃଢ଼ ଜବାବ ଦେବା ୩ଟି ଯାକ ଶୁଟ୍‌ରେ ୯ ଲେଖାଏ ପଏଣ୍ଟ ହାସଲ କରିଥିଲେ। ହୋ ଜିନ୍‌ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ। ତେବେ ଶେଷ ଶଟ୍‌ରେ ସେ ୮ ସ୍କୋର କରିବାରୁ ସେଟ୍‌ଟି ୨୭-୨୭ରେ ଟାଇ ହୋଇ ଯାଇଥିଲା। ଉଭୟଙ୍କୁ ୧ ପଏଣ୍ଟ ଲେଖାଏ ମିଳିଥିଲା।

Advertisment

ତୃତୀୟ ସେଟ୍‌ ମଧ୍ୟ ଟାଇ ହେବାରୁ ଦୁଇ ଖେଳାଳି ଗୋଟିଏ ଲେଖାଏ ପଏଣ୍ଟ ପାଇଥିଲେ। ହୋ ଜିନ୍‌ ୮-୧୦-୯ ସ୍କୋର କରିଥିବା ବେଳେ ଅତନୁ ୯-୯-୯ ପଏଣ୍ଟ ହାସଲ କରିଥିଲେ। ୪ର୍ଥ ସେଟ୍‌ରେ କିନ୍ତୁ ଅତୁନ କାହିଁକି ଭାରତର ୧ନଂ ତୀରନ୍ଦାଜ ସେକଥା ପ୍ରମାଣ କରି ଦେଖାଇଥିଲେ।

୪ର୍ଥ ସେଟ୍‌ରେ ସେ ୮-୯-୧୦ ସ୍କୋର କରିଥିବା ବେଳେ ହୋ ଜିନ୍‌ ୯-୭-୬ ପଏଣ୍ଟ ହାସଲ କରିବାକୁ ସକ୍ଷମ ହୋଇଥିଲେ। ଏହି ସେଟ୍‌କୁ ଅତୁନ ଜିତିବା ପରେ ଉଭୟ ଖେଳାଳିଙ୍କ ପଏଣ୍ଟ ସଂଖ୍ୟା ସମାନ ହୋଇ ଯାଇଥିଲା। ଏଥିପାଇଁ ଶୁଟ ଅଫର ସହାୟତା ନିଆଯାଇଥିଲା।

ଏହି ଶୁଟ୍‌ ଅଫରେ ପ୍ରଥମେ ହୋ ଜିନ୍‌ ତୀର ମାରିଥିଲେ। ସେ ୯ ସ୍କୋର କରିବା ପରେ ଅତନୁଙ୍କୁ ଜିତିବା ପାଇଁ ୧୦ ଦରକାର ପଡ଼ିଥିଲେ। ସେ ମଧ୍ୟ କାହାକୁ ନିରାଶ ନ କରି ପୂରା ୧୦ ପଏଣ୍ଟ ସ୍କୋର କରିଥିଲେ। ଏଥିସହ ପୁରୁଷ ବ୍ୟକ୍ତିଗତ ତୀରନ୍ଦାଜୀ ଇଭେଣ୍ଟର ପ୍ରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ।

ଏହାପୂର୍ବରୁ ରାଉଣ୍ଡ ୧/୩୨ରେ ସେ ଚାଇନିଜ ତାଇପେଇର ୟୁ-ଚେଙ୍ଗ-ଡାଙ୍ଗଙ୍କୁ ୬-୪ରେ ହରାଇ ୧/୧୬ରେ ପ୍ରବେଶ କରିଥିଲେ।

Tokyo Olympics