ଦୁନିଆର ଏକ ନମ୍ବର ଖେଳାଳି ଜୋକୋଭିଚଙ୍କ ଭିସା ପୁଣି ବାତିଲ୍

ମେଲବର୍ଣ୍ଣ: ଦୁନିଆର ଏକ ନମ୍ବର ଟେନିସ୍ ଖେଳାଳି ଜୋକୋଭିଚଙ୍କର ଭିସାକୁ ଅଷ୍ଟ୍ରେଲିଆ ସରକାର ଦ୍ୱିତୀୟଥର ଲାଗି ବାତିଲ କରିଦେଇଛନ୍ତି। ଏହାସହ ଜୋକୋଭିଚଙ୍କୁ ଅଷ୍ଟ୍ରେଲିଆ ଛାଡ଼ି ଯିବାକୁ ପଡ଼ିପାରେ। କେବଳ ଏତିକି ନୁହେଁ ଇମିଗ୍ରେସନ୍ ମନ୍ତ୍ରୀ ଆଲେକ୍ସ ହକଙ୍କ କହିବା ଅନୁଯାୟୀ ଜୋକୋଭିକଙ୍କୁ ତିନି ବର୍ଷ ପାଇଁ ଗ୍ରାଣ୍ଡସ୍ଲାମରୁ ବ୍ୟାନ୍ କରାଯାଇପାରେ। ଏହା ପୂର୍ବରୁ ଅଷ୍ଟ୍ରେଲିଆ ମନ୍ତ୍ରୀ ଆଲେକ୍ସ ହକ୍ କୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ବ୍ୟକ୍ତି ଅଧିକାର ଦ୍ୱାରା ଭିସା ବାତିଲ କରିବା କଥା କହିଥିଲେ। ଆଉ […]

novak-djokovic

Ranjit Kumar Jena
  • Published: Friday, 14 January 2022
  • , Updated: 14 January 2022, 06:13 PM IST

ମେଲବର୍ଣ୍ଣ: ଦୁନିଆର ଏକ ନମ୍ବର ଟେନିସ୍ ଖେଳାଳି ଜୋକୋଭିଚଙ୍କର ଭିସାକୁ ଅଷ୍ଟ୍ରେଲିଆ ସରକାର ଦ୍ୱିତୀୟଥର ଲାଗି ବାତିଲ କରିଦେଇଛନ୍ତି। ଏହାସହ ଜୋକୋଭିଚଙ୍କୁ ଅଷ୍ଟ୍ରେଲିଆ ଛାଡ଼ି ଯିବାକୁ ପଡ଼ିପାରେ। କେବଳ ଏତିକି ନୁହେଁ ଇମିଗ୍ରେସନ୍ ମନ୍ତ୍ରୀ ଆଲେକ୍ସ ହକଙ୍କ କହିବା ଅନୁଯାୟୀ ଜୋକୋଭିକଙ୍କୁ ତିନି ବର୍ଷ ପାଇଁ ଗ୍ରାଣ୍ଡସ୍ଲାମରୁ ବ୍ୟାନ୍ କରାଯାଇପାରେ।

ଏହା ପୂର୍ବରୁ ଅଷ୍ଟ୍ରେଲିଆ ମନ୍ତ୍ରୀ ଆଲେକ୍ସ ହକ୍ କୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ବ୍ୟକ୍ତି ଅଧିକାର ଦ୍ୱାରା ଭିସା ବାତିଲ କରିବା କଥା କହିଥିଲେ। ଆଉ ସେ ଏହା କରିକି ମଧ୍ୟ ଦେଖାଇଛନ୍ତି। ତେବେ ୩୪ ବର୍ଷୀୟ ଜୋକୋଭିଚ୍ ଏବେବି ଅଷ୍ଟ୍ରେଲିଆରେ ରହିବା ପାଇଁ ପୁଣିଥରେ ଆଇନର ସହାୟତା ନେଇପାରନ୍ତି।

ଜୋକୋଭିଚ୍ ଜାନୁଆରୀ ୧୭ ତାରିଖରୁ ଆରମ୍ଭ ହେବାକୁଥିବା ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟେନିସ୍ ଚାମ୍ପିୟନଶିପ୍ ଅଷ୍ଟ୍ରେଲିଆନ୍ ଓପନ୍ ଖେଳିବାର ଥିଲା। କିନ୍ତୁ ଏହି ନିଷ୍ପତ୍ତି ପରେ ଏବେ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ତାଙ୍କ ପକ୍ଷେ କଷ୍ଟକର ହୋଇପାରେ। ଗୁରୁବାର ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ସିଧା ସିଧା କହିଥିଲେ ଯେ ଜୋକୋଭିଚଙ୍କ କ୍ଷେତ୍ରରେ ସରକାର ତାଙ୍କର ଆଭିମୁଖ୍ୟ ଆଦୌ ବଦଳାଇବେ ନାହିଁ।

ଏବେ ଜୋକୋଭିଚଙ୍କ ଓକିଲ୍ ଫେଡେରାଲ୍ ସର୍କିଟ ଓ ଫ୍ୟାମିଲି କୋର୍ଟରେ ଭିସା ବାତିଲ ବିରୋଧରେ ଅପିଲ୍ କରିପାରନ୍ତି। ଏହା ପୂର୍ବରୁ ସେ ପ୍ରଥମଥର ଭିସା ବାତିଲ ହେବା ପରେ ସଫଳତାପୂର୍ବକ ଅପିଲ୍ କରିଥିଲେ। କୋଭିଡ୍ ନିୟମର ପାଳନ ନକରିବା ଏବଂ ଟିକାକରଣ ସାର୍ଟିଫିକେଟ୍ ନଦେଖାଇବା ଅଭିଯୋଗରେ ସେ ପୂର୍ବରୁ ହିଁ ଡିଟେନସନ୍ ସେଣ୍ଟରେ ଚାରି ରାତି କାଟି ସାରିଛନ୍ତି।

ଡିଫେଣ୍ଡିଂ ଚାମ୍ପିୟନ୍ ତଥା ରେକର୍ଡ ୯ଥରର ବିଜେତା ଜୋକୋଭିଚ୍ ଅଷ୍ଟ୍ରେଲିଆନ୍ ଓପନରେ ଭାଗ ନେବା ପାଇଁ ଗତ ସପ୍ତାହରେ ମେଲବର୍ଣ୍ଣ ପହଞ୍ଚିଥିଲେ। ସର୍ବିୟାର ଏହି ଖେଳାଳି ନିୟମ ଉଲ୍ଲଙ୍ଘନ କରି ଅଷ୍ଟ୍ରେଲିଆରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି। ସେ ନିଜର କୋଭିଡ୍ ଟିକାକରଣର ସବିଶେଷ ତଥ୍ୟ ଦେଇପାରିନାହାନ୍ତି। ଏହାସହ କରୋନା ପଜିଟିଭ୍ ଚିହ୍ନଟ ହେବା ସତ୍ତ୍ୱେ ସେ ନିଜର ଟ୍ରାଭେଲ୍ ହିଷ୍ଟ୍ରୀ ସମ୍ବନ୍ଧରେ ଭୁଲ୍ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଡିସେମ୍ବର ୫ ତାରିଖରେ ଜୋକୋଭିଚ୍ ମେଲବର୍ଣ୍ଣରେ ପହଞ୍ଚିବା ପରେ ଅଷ୍ଟ୍ରେଲିଆ ସରକାର ତାଙ୍କର ଭିସା ବାତିଲ କରିଦେଇଥିଲେ। କାରଣ ସେ କରୋନା ଟିକାକରଣ ନିୟମରେ ମେଡିକାଲ୍ ଛାଡ଼ ମାନଦଣ୍ଡ ପୂରଣ କରିନଥିଲେ। ତା'ଛଡ଼ା ଅଷ୍ଟ୍ରେଲିଆ ଆସୁଥିବା ପ୍ରତିଟି ନାଗରିକଙ୍କୁ କୋଭିଡ୍-୧୯ର ଦୁଇଟି ଯାକ ଡୋଜ୍ ନେଇଥିବା ନିହାତି ଜରୁରୀ। କିନ୍ତୁ ଜୋକୋଭିଚ୍ ଯୁକ୍ତି କରିଥିଲେ ଯେ ତାଙ୍କୁ ଟିକାକରଣ ସାର୍ଟିଫିକେଟ୍ ଦେବା ଜରୁରୀ ନୁହେଁ। କାରଣ ତାଙ୍କ ପାଖରେ ପ୍ରମାଣ ଅଛି ଯେ ଗତ ମାସରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ଏବଂ ତାଙ୍କ ପାଖରେ ଆଣ୍ଟିବଡି ମଧ୍ୟ ଅଛି।

Related story