ଅଲିମ୍ପିକ୍ ପୂର୍ବରୁ ରାଜଧାନୀରେ ପୁଣି ବଢ଼ିଲା କରୋନା ସଂକ୍ରମଣ

ଟୋକିଓ: ଟୋକିଓ ଅଲିମ୍ପିକକୁ ଆଉ ପ୍ରାୟ ୨୦ ଦିନ ସମୟ ରହିଲା ଏଥିପାଇଁ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଅଧ୍ୟକ୍ଷ ଥୋମସ୍ ବାକ୍ ଜୁଲାଇ ୮ ତାରିଖରେ ଟୋକିଓରେ ପହଞ୍ଚିବେ ଏବଂ ସେଠାରେ ତିନି ଦିନ ଯାଏ କ୍ୱାରେଣ୍ଟାଇନରେ ରହିବା ପରେ କ୍ରୀଡ଼ା ପାଇଁ ହେବାକୁଥିବା ବୈଠକରେ ଭାଗ ନେବେ । କିନ୍ତୁ ଏହା ପୂର୍ବରୁ ଜାପାନର ରାଜଧାନୀ ଟୋକିଓରେ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ଅଲିମ୍ପିକ୍ କ୍ରୀଡ଼ାର ଆୟୋଜନ ଜୁଲାଇ ୨୩ ତାରିଖରୁ ଆରମ୍ଭ […]

olympics

Ranjit Kumar Jena
  • Published: Thursday, 01 July 2021
  • , Updated: 05 July 2021, 05:19 PM IST

ଟୋକିଓ: ଟୋକିଓ ଅଲିମ୍ପିକକୁ ଆଉ ପ୍ରାୟ ୨୦ ଦିନ ସମୟ ରହିଲା ଏଥିପାଇଁ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଅଧ୍ୟକ୍ଷ ଥୋମସ୍ ବାକ୍ ଜୁଲାଇ ୮ ତାରିଖରେ ଟୋକିଓରେ ପହଞ୍ଚିବେ ଏବଂ ସେଠାରେ ତିନି ଦିନ ଯାଏ କ୍ୱାରେଣ୍ଟାଇନରେ ରହିବା ପରେ କ୍ରୀଡ଼ା ପାଇଁ ହେବାକୁଥିବା ବୈଠକରେ ଭାଗ ନେବେ । କିନ୍ତୁ ଏହା ପୂର୍ବରୁ ଜାପାନର ରାଜଧାନୀ ଟୋକିଓରେ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି।

ଅଲିମ୍ପିକ୍ କ୍ରୀଡ଼ାର ଆୟୋଜନ ଜୁଲାଇ ୨୩ ତାରିଖରୁ ଆରମ୍ଭ ହେବ । ତେବେ ଅଲିମ୍ପିକ୍ ପୂର୍ବରୁ ଟୋକିଓରେ କରୋନା ସଂକ୍ରମଣ ମାମଲା ବଢ଼ିବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ବୁଧବାର ଟୋକିଓରେ ୭୧୪ ନୂଆ ମାମଲା ସାମ୍ନାକୁ ଆସିଛି, ଯାହା ପାଞ୍ଚ ସପ୍ତାହ ପରେ ସର୍ବାଧିକ । ଟୋକିଓରେ ଲଗାତର ୧୧ ଦିନ ଧରି କରୋନା ମାମଲା ବଢ଼ିବାରେ ଲାଗିଛି । ତେବେ ଏହାର ସାତ ଦିନ ତଳେ ସଂକ୍ରମଣ ସଂଖ୍ୟା ବହୁତ କମ୍ ଥିଲା।

ଜାପାନରେ କେବଳ ୧୨ ପ୍ରତିଶତ ଲୋକଙ୍କର ସମ୍ପୂର୍ଣ୍ଣ ଟିକାକରଣ ହୋଇଛି । ସେହିପରି ଅନ୍ୟ କିଛି ରାଜ୍ୟରେ ଲାଗୁ ହୋଇଥିବା ଏମରଜେନ୍ସି ଜୁଲାଇ ୧୨ ତାରିଖରେ ଶେଷ ହେବ । ତେବେ ଅଲିମ୍ପିକ୍ ଆରମ୍ଭ ହେବା ସମୟରେ ସରକାର ରାଜ୍ୟ ଗୁଡ଼ିକରେ ପୁଣିଥରେ ଏମରଜେନ୍ସି ଲାଗୁ କରିପାରନ୍ତି ।

Related story