Advertisment

ଭାରତକୁ ଆଉ ଗୋଟିଏ ପଦକ, ବ୍ରୋଞ୍ଜ ଜିତିଲେ ବଜରଙ୍ଗ

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସର ରେସଲିଂ ଭାରତକୁ ଆଉ ଗୋଟିଏ ପଦକ ମିଳିଛି। ଦେଶର ଷ୍ଟାର ରେସଲର ବଜରଙ୍ଗ ପୁନିଆ ଆଜି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଗତକାଲି ସେମିଫାଇନାଲରେ ହାରିଥିବା ବଜରଙ୍ଗ ଆଜି କାଜାଖସ୍ତାନର ଦୌଲେତ ନିୟାଜ ବେକୋଭଙ୍କୁ ୮-୦ରେ ପରାସ୍ତ କରିଛନ୍ତି। ପୁରୁଷ ୬୫ କେଜି ଫ୍ରିଷ୍ଟାଇଲ୍ ସେମିଫାଇନାଲରେ ଭାରତର ଷ୍ଟାର୍ ରେସଲର୍ ବଜରଙ୍ଗ ପୁନିଆ ସେମିରେ ଆଜରବାଇଜାନର ହାଜି ଅଲିୟେଭଙ୍କ ନିକଟରୁ ୧୨-୫ ପଏଣ୍ଟରେ ହାରିଥିଲେ। କିନ୍ତୁ ଆଜି ସେ ଜବରଦସ୍ତ କମବ୍ୟାକ୍‌ […]

author-image
Hemant Lenka
ଅଦ୍ୟତନ ହୋଇଛି
ଭାରତକୁ ଆଉ ଗୋଟିଏ ପଦକ, ବ୍ରୋଞ୍ଜ ଜିତିଲେ ବଜରଙ୍ଗ

Bajraning

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସର ରେସଲିଂ ଭାରତକୁ ଆଉ ଗୋଟିଏ ପଦକ ମିଳିଛି। ଦେଶର ଷ୍ଟାର ରେସଲର ବଜରଙ୍ଗ ପୁନିଆ ଆଜି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଗତକାଲି ସେମିଫାଇନାଲରେ ହାରିଥିବା ବଜରଙ୍ଗ ଆଜି କାଜାଖସ୍ତାନର ଦୌଲେତ ନିୟାଜ ବେକୋଭଙ୍କୁ ୮-୦ରେ ପରାସ୍ତ କରିଛନ୍ତି।

Advertisment

ପୁରୁଷ ୬୫ କେଜି ଫ୍ରିଷ୍ଟାଇଲ୍ ସେମିଫାଇନାଲରେ ଭାରତର ଷ୍ଟାର୍ ରେସଲର୍ ବଜରଙ୍ଗ ପୁନିଆ ସେମିରେ ଆଜରବାଇଜାନର ହାଜି ଅଲିୟେଭଙ୍କ ନିକଟରୁ ୧୨-୫ ପଏଣ୍ଟରେ ହାରିଥିଲେ। କିନ୍ତୁ ଆଜି ସେ ଜବରଦସ୍ତ କମବ୍ୟାକ୍‌ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।  ପ୍ରଥମ ପରିୟସ ଶେଷ ବେଳକୁ ବଜରଙ୍ଗ ୨-୦ରେ ଆଗୁଆ ଥିଲେ।

ଦ୍ୱିତୀୟ ପରିୟଡ ବେଳକୁ ସେ ଆହୁରି ଆଟାକିଂ ମୁଡକୁ ଚାଲି ଆସିଥିଲେ। ଲଗାତର ଆଟାକ କରି ସେ ନିଜର ସ୍କୋରରେ ୨ ପଏଣ୍ଟ ଲେଖାଏ ଆଡ କରି ଚାଲିଥିଲେ। ଦୌଲେତ କମବ୍ୟାକ୍‌ କରିବାକୁ ଚେଷ୍ଟା କରିଥିଲେ ହେଁ ଏହା ସଫଳ ହୋଇ ପାରି ନଥିଲା। ଶେଷରେ ବଜରଙ୍ଗ ମ୍ୟାଚ୍‌କୁ ୮-୦ରେ ଜିତି ନେଇଛନ୍ତି।

Advertisment

ଏହି ବିଜୟ ସହ ଚଳିତ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୬ରେ ପହଞ୍ଚିଛି। ୨୦୧୨ ଅଲିମ୍ପିକ୍ସରେ ମଧ୍ୟରେ ଭାରତ ସମାନ ୬ଟି ପଦକ ଜିତିଥିଲା। ବଜରଙ୍ଗ ପୂର୍ବରୁ ୫୭ କେଜି ଫ୍ରି ଷ୍ଟାଇଲ ରେସଲିଂରେ ରବି କୁମାର ଦାହିୟା ଭାରତ ପାଇଁ ରୌପ୍ୟ ପଦକ ଜିତିଥିଲେ।

ବଜରଙ୍ଗ ପ୍ରି-କ୍ୱାର୍ଟର୍ ଫାଇନାଲରେ କିର୍ଗିଜସ୍ତାନର ଏର୍ନାଜର ଅକମାତାଲିଏଭଙ୍କୁ ହରାଇଥିବା ବେଳେ କ୍ୱାର୍ଟର୍ ଫାଇନାଲରେ ଇରାନରୀ ମୋର୍ତେଜା ଘିଆସି ଚେକାଙ୍କୁ ପରାସ୍ତ କରି ସେମିଫାଇନାଲରେ ସ୍ଥାନ ହାସଲ କରିଥିଲେ।

ବଜରରଙ୍ଗ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବଜରଙ୍ଗ ଆଜି ଦମଦାର ଲଢ଼େଇ କରି ସାରା ଦେଶକୁ ଗର୍ବ ଓ ଖୁସି କରାଇଛନ୍ତି ବୋଲି ମୋଦି କହିଛନ୍ତି।

Tokyo Olympics