Advertisment

ଭାରତ ପାଇଁ ଆଉ ଗୋଟିଏ ପଦ ପକ୍କା କଲେ ଭାବିନା ପଟେଲ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ଆଉ ଗୋଟିଏ ପଦକ ପକ୍କା କରିଛନ୍ତି ପାରା ଆଥଲେଟ ଭାବିନା ପଟେଲ। ସେ ଟେବୁଲ ଟେନିସର ମହିଳା ଏକକ ବର୍ଗର ଫାଇନାଲରେ ପ୍ରବେଶ କରିଛନ୍ତି। ଭାରତର ଏହି ଷ୍ଟାର ଟିଟି ଖେଳାଳି ପାରା ଅଲିମ୍ପିକ୍ସରେ ମଧ୍ୟ ଭାରତ ପାଇଁ ପଦକ ଜିତିଥିଲେ। ଏବେ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ଦେଶ ପାଇଁ ପଦ ନିଶ୍ଚିତ କରିଛନ୍ତି। ମହିଳା ଏକକ ଟେବୁଲ ଟେନିସର କ୍ଲାସେସ ୩-୫ ବର୍ଗର ସେମି ଫାଇନାଲରେ ଭାବିନାଙ୍କ […]

ଭାରତ ପାଇଁ ଆଉ ଗୋଟିଏ ପଦ ପକ୍କା କଲେ ଭାବିନା ପଟେଲ

Bhavina-Patel

Advertisment

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ଆଉ ଗୋଟିଏ ପଦକ ପକ୍କା କରିଛନ୍ତି ପାରା ଆଥଲେଟ ଭାବିନା ପଟେଲ। ସେ ଟେବୁଲ ଟେନିସର ମହିଳା ଏକକ ବର୍ଗର ଫାଇନାଲରେ ପ୍ରବେଶ କରିଛନ୍ତି। ଭାରତର ଏହି ଷ୍ଟାର ଟିଟି ଖେଳାଳି ପାରା ଅଲିମ୍ପିକ୍ସରେ ମଧ୍ୟ ଭାରତ ପାଇଁ ପଦକ ଜିତିଥିଲେ। ଏବେ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ଦେଶ ପାଇଁ ପଦ ନିଶ୍ଚିତ କରିଛନ୍ତି।

Advertisment

ମହିଳା ଏକକ ଟେବୁଲ ଟେନିସର କ୍ଲାସେସ ୩-୫ ବର୍ଗର ସେମି ଫାଇନାଲରେ ଭାବିନାଙ୍କ ମୁକାବିଲା ଇଂଲଣ୍ଡର ସୁ ବେଲୀଙ୍କ ସହ ହୋଇଥିଲା। ଏହି ମ୍ୟାଚରେ ଭାରତୀୟ ଷ୍ଟାର ଦମଦାର ପ୍ରଦର୍ଶନ କରି ବେଲୀଙ୍କୁ ୩-୦ ସେଟରେ ପରାସ୍ତ କରିଛନ୍ତି। ଭାବିନା ପ୍ରଥମ ସେଟକୁ ୧୧-୩, ଦ୍ୱିତୀୟ ସେଟକୁ ୧୧-୬ ଓ ତୃତୀୟ ସେଟକୁ ୧୧-୬ରେ ଜିତି ସ୍ୱର୍ଣ୍ଣ ପଦକ ମ୍ୟାଚ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେ ଫାଇନାଲରେ ହାରିଲେ ମଧ୍ୟ ଦେଶ ପାଇଁ ରୌପ୍ୟ ପଦକ ଜିତିବାର ରେକର୍ଡ କରିବେ। କିନ୍ତୁ ଭାବିନାଙ୍କ ଠାରୁ ଦେଶ ସ୍ୱର୍ଣ୍ଣ ପଦକ ଆଶା ରଖିଛି।

ଗୁରୁବାର କ୍ୱାର୍ଟର ଫାଇନାଲ ମୁକାବିଲାରେ ଭାବିନା ଫିଜିର ଅକନିସି ଲାଉଟଙ୍କୁ ୧୧-୧, ୧୧-୫ ଓ ୧୧-୧ରେ ହରାଇଥିଲେ। ଏହି ମ୍ୟାଚ୍‌ରେ ଆରମ୍ଭରୁ ଶେଷ ଯାଏ ଭାବିନାଙ୍କ ଦବଦବା ଦେଖିବାକୁ ମିଳିଥିଲା।

Advertisment

ଅନ୍ୟପକ୍ଷରେ ରାଜ ଅରବିନ୍ଦନ ଓ ସୋନାଲବେନ ପଟେଲ ନିଜ ନିଜର ସେମି ଫାଇନାଲ ମୁକାବିଲା ହାରିଯାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe