ଅଲିମ୍ପିକ୍ସ ପଦକ ବିଜେତା ଲଭଲିନା ହେଲେ ଡିଏସପି

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ବକ୍ସର୍ ଲଭଲିନ୍ ବୋର୍ଗୋହେନ୍ ଆସାମର ଡିଏସପି ଭାବେ ନିଯୁକ୍ତି ପାଇଛନ୍ତି। ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବୁଧବାର ତାଙ୍କୁ ଜନତା ଭବନରେ ଡିଏସପି ଭାବେ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଆସାମ ସରକାରଙ୍କ ନୂତନ କ୍ରୀଡା ନୀତି ଅନୁଯାୟୀ ଏହି ନିଯୁକ୍ତି ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆସାମ ପୁଲିସ୍ ମଧ୍ୟ ଲଭଲିନାଙ୍କ ଏହି ନିଯୁକ୍ତିକୁ ସ୍ୱାଗତ କରିଛି। ଲଭଲିନାଙ୍କୁ ଆସାମ ପୁଲିସ୍ ଅଭିନନ୍ଦନ ଜଣାଇବା ସହ […]

lovlina

Ranjit Kumar Jena
  • Published: Wednesday, 12 January 2022
  • , Updated: 12 January 2022, 06:09 PM IST

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ବକ୍ସର୍ ଲଭଲିନ୍ ବୋର୍ଗୋହେନ୍ ଆସାମର ଡିଏସପି ଭାବେ ନିଯୁକ୍ତି ପାଇଛନ୍ତି। ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବୁଧବାର ତାଙ୍କୁ ଜନତା ଭବନରେ ଡିଏସପି ଭାବେ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଆସାମ ସରକାରଙ୍କ ନୂତନ କ୍ରୀଡା ନୀତି ଅନୁଯାୟୀ ଏହି ନିଯୁକ୍ତି ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆସାମ ପୁଲିସ୍ ମଧ୍ୟ ଲଭଲିନାଙ୍କ ଏହି ନିଯୁକ୍ତିକୁ ସ୍ୱାଗତ କରିଛି। ଲଭଲିନାଙ୍କୁ ଆସାମ ପୁଲିସ୍ ଅଭିନନ୍ଦନ ଜଣାଇବା ସହ ତାଙ୍କ ଉପସ୍ଥିତି ନିଶ୍ଚିତ ଭାବରେ ବନ୍ଧୁତ୍ୱପୂର୍ଣ୍ଣ ପୁଲିସିଂ ଦିଗରେ ସାହାଯ୍ୟ କରିବ ବୋଲି ଆସାମ ପୁଲିସ ପକ୍ଷରୁ କୁହାଯାଇଛି। ଏହି ଅବସରରେ ଲଭଲିନା ଡିଏସପି ପଦବୀ ପାଇଁ ଶପଥ ପାଠ ମଧ୍ୟ ଗ୍ରହଣ କରିଛନ୍ତି।

ଟୋକିଓ ଅଲିମ୍ପିକ୍ସରେ ଲଭଲିନା ବକ୍ସିଂର ୱେଲଟର ୱେଟ୍ ବର୍ଗର ୬୯ କିଲୋଗ୍ରାମ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ। ଏମସି ମ୍ୟାରୀ କମ୍ ଓ ବିଜେନ୍ଦ୍ର ସିଂହଙ୍କ ପରେ ସେ ତୃତୀୟ ଭାରତୀୟ ବକ୍ସର ଭାବେ ଏହି ସଫଳତା ପାଇଥିଲେ। ପଦକ ଜିତିବା ପରେ ଗତ ବର୍ଷ ସେପ୍ଟେମ୍ବରରେ ଆସାମ ମୁଖ୍ୟମନ୍ତ୍ରୀ ଲଭଲିନାଙ୍କୁ ୧ କୋଟି ଟଙ୍କାର ଚେକ୍ ପ୍ରଦାନ କରିବା ସହ ତାଙ୍କୁ ଡିଏସପି ପଦବୀରେ ନିଯୁକ୍ତ କରିବା ପାଇଁ ଘୋଷଣା କରିଥିଲେ।

ଡିଏସପି ପଦବୀରେ ନିଯୁକ୍ତି ପାଇବା ପରେ ଲଭଲିନା ନିଜକୁ ଗୌରବାନ୍ୱିତ ମନେ କରିଛନ୍ତି। ସେ କହିଛନ୍ତି, ଦେଶ ଓ ଆସାମ ପାଇଁ ଅଧିକ ପଦକ ଜିତିବାର ମୋର କର୍ତ୍ତବ୍ୟ। ମୁଁ ମୋର ଟ୍ରେନିଂ ଉପରେ ଫୋକସ୍ କରିବି। ଏବେ ମୋ ଉପରେ ନୂଆ ଦାୟିତ୍ୱ ଆସିଯାଇଛି। ମୁଁ ନୂଆ ପ୍ରତିଭାକୁ ଖୋଜି ବାହାର କରିବାକୁ ପ୍ରୟାସ କରିବି। ମୋତେ ଡିଏସପି ଭାବେ ନିଯୁକ୍ତି କରିଥିବାରୁ ମୁଁ ଆସାମ ସରକାରଙ୍କୁ ଧନ୍ୟବାଦ ଜଣାଉଛି।

Related story