Advertisment

ମାସ୍କ ପିନ୍ଧିନଥିଲେ, ବକ୍ସରଙ୍କୁ ଧକ୍କା ମାରି ବିମାନରୁ ବିଦା କରିଦେଲା ପୁଲିସ୍

ନୂଆଦିଲ୍ଲୀ: ମାସ୍କ ନପିନ୍ଧିବାରୁ ଜଣେ ବ୍ରିଟିଶ ବକ୍ସରଙ୍କୁ ଆମେରିକୀୟ ଏୟାରଲାଇନ୍ସ ବିମାନରୁ ଧକ୍କା ମାରି ବାହାର କରିଦେଇଛି। ଆଉ ସେହି ବକ୍ସର ଜଣକ ହେଉଛନ୍ତି ଆମୀର ଖାନ୍। ଖୋଦ୍ ଆମୀର ଏହାର ଖୁଲାସା କରିଛନ୍ତି। ବ୍ରିଟେନର ୩୪ ବର୍ଷୀୟ ବକ୍ସର ଆମୀର୍ ଖାନ୍ କହିଛନ୍ତି ଯେ ମାସ୍କ ନପିନ୍ଧିଥିବାରୁ ତାଙ୍କୁ ସେଲିବ୍ରିଟୀ ହେବା ସତ୍ତ୍ୱେ ଅପମାନିତ ହେବାକୁ ପଡ଼ିଛି। ବ୍ରିଟିଶ ବକ୍ସର ଜଣକ କହିଛନ୍ତି ଯେ ମାସ୍କ ବିବାଦ ପରେ ଆମେରିକା ପୁଲିସ ତାଙ୍କୁ ଆମେରିକୀୟ ଏୟାରଲାଇନ୍ସର […]

ମାସ୍କ ପିନ୍ଧିନଥିଲେ, ବକ୍ସରଙ୍କୁ ଧକ୍କା ମାରି ବିମାନରୁ ବିଦା କରିଦେଲା ପୁଲିସ୍

amir-khan

Advertisment

ନୂଆଦିଲ୍ଲୀ: ମାସ୍କ ନପିନ୍ଧିବାରୁ ଜଣେ ବ୍ରିଟିଶ ବକ୍ସରଙ୍କୁ ଆମେରିକୀୟ ଏୟାରଲାଇନ୍ସ ବିମାନରୁ ଧକ୍କା ମାରି ବାହାର କରିଦେଇଛି। ଆଉ ସେହି ବକ୍ସର ଜଣକ ହେଉଛନ୍ତି ଆମୀର ଖାନ୍। ଖୋଦ୍ ଆମୀର ଏହାର ଖୁଲାସା କରିଛନ୍ତି। ବ୍ରିଟେନର ୩୪ ବର୍ଷୀୟ ବକ୍ସର ଆମୀର୍ ଖାନ୍ କହିଛନ୍ତି ଯେ ମାସ୍କ ନପିନ୍ଧିଥିବାରୁ ତାଙ୍କୁ ସେଲିବ୍ରିଟୀ ହେବା ସତ୍ତ୍ୱେ ଅପମାନିତ ହେବାକୁ ପଡ଼ିଛି।

Advertisment

ବ୍ରିଟିଶ ବକ୍ସର ଜଣକ କହିଛନ୍ତି ଯେ ମାସ୍କ ବିବାଦ ପରେ ଆମେରିକା ପୁଲିସ ତାଙ୍କୁ ଆମେରିକୀୟ ଏୟାରଲାଇନ୍ସର ଏକ ବିମାନରୁ ଓହ୍ଲାଇ ଦେଇଥିଲା। ଟ୍ୱିଟରରେ ଏକ ଭିଡିଓରେ ସେ କହିଛନ୍ତି, ନ୍ୟୁୟର୍କରୁ କୋଲୋରାଡୋରେ ଏକ ପ୍ରଶିକ୍ଷଣ ଶିବିର ପାଇଁ ଉଡାଣ ଭରୁଥିଲି। ଏହି ସମୟରେ ଆମେରିକା ଏୟାରଲାଇନ୍ସର ଜଣେ ଷ୍ଟାଫ୍ ଅଭିଯୋଗ ଆଣିଥିଲେ ଯେ ମୋ ସହଯୋଗୀ ଠିକ୍ ଭାବେ ମାସ୍କ ପିନ୍ଧିନଥିଲେ। ଏହା ପରେ ସେମାନେ ବିମାନକୁ ଅଟକାଇଥିଲେ ଏବଂ ମୋତେ ଏବଂ ମୋ ସାଙ୍ଗକୁ ବାହାର କରିଦେଇଥିଲେ। କିନ୍ତୁ ଆମେ କିଛି ବି ଭୁଲ୍ କରିଥିଲୁ। ଏଭଳି ବ୍ୟବହାରକୁ ଆମୀର ଖାନ୍ ଲଜ୍ଜାଜନକ ବୋଲି କହିଛନ୍ତି।

https://twitter.com/amirkingkhan/status/1439297699954806789?s=20

ଆମୀର କହିଛନ୍ତି, ମୁଁ ୧ଏ ଏବଂ ମୋ ସହଯୋଗୀ ୧ବିରେ ବସିଥିଲା। ସେମାନେ ଆମ ଦୁଇଜଣଙ୍କୁ ଧକ୍କା ମାରି ବାହାର କରିଦେଇଥିଲେ। ବାସ୍ତବରେ ଏହା ମୋତେ ଖୁବ୍ ଅପମାନିତ କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe