Advertisment

BWF ବିଶ୍ୱ ରାଙ୍କିଙ୍ଗ: ଟପ୍‌ ୫କୁ ଫେରିଲେ ଭାରତର ପିଭି ସିନ୍ଧୁ

ନୂଆଦିଲ୍ଲୀ: ଦୁଇ ଥର ଅଲିମ୍ପିକ୍ସିରେ ଭାରତ ପାଇଁ ବ୍ୟାଡମିଣ୍ଟନରେ ପଦକ ଜିତିଥିବାର ପିଭି ସିନ୍ଧୁ BWF ବିଶ୍ୱ ରାଙ୍କିଙ୍ଗର ଟପ୍‌ ୫କୁ କମବ୍ୟାକ କରିଛନ୍ତି। ଦୀର୍ଘ ୩ ବର୍ଷ ପରେ ସିନ୍ଧୁଙ୍କୁ ରାଙ୍କିଙ୍ଗରେ ଏପରି ସଫଳତା ମିଳିଛି। ସେ ରିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ସ୍ପେନର କାରୋଲିନା ମାରିନଙ୍କୁ ପଛକୁ ଠେଲି ୫ମ ସ୍ଥାନ ଦଖଲ କରିଛନ୍ତି। ଶେଷଥର ପାଇଁ ସିନ୍ଧୁ ୨୦୧୯ରେ BWF ବିଶ୍ୱ ରାଙ୍କିଙ୍ଗର ଟପ୍‌ ୫ରେ ରହିଥିଲେ। ଏବେ ସେ ପୁଣି […]

BWF ବିଶ୍ୱ ରାଙ୍କିଙ୍ଗ: ଟପ୍‌ ୫କୁ ଫେରିଲେ ଭାରତର ପିଭି ସିନ୍ଧୁ

PV-sindhu

Advertisment

ନୂଆଦିଲ୍ଲୀ: ଦୁଇ ଥର ଅଲିମ୍ପିକ୍ସିରେ ଭାରତ ପାଇଁ ବ୍ୟାଡମିଣ୍ଟନରେ ପଦକ ଜିତିଥିବାର ପିଭି ସିନ୍ଧୁ BWF ବିଶ୍ୱ ରାଙ୍କିଙ୍ଗର ଟପ୍‌ ୫କୁ କମବ୍ୟାକ କରିଛନ୍ତି। ଦୀର୍ଘ ୩ ବର୍ଷ ପରେ ସିନ୍ଧୁଙ୍କୁ ରାଙ୍କିଙ୍ଗରେ ଏପରି ସଫଳତା ମିଳିଛି। ସେ ରିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ସ୍ପେନର କାରୋଲିନା ମାରିନଙ୍କୁ ପଛକୁ ଠେଲି ୫ମ ସ୍ଥାନ ଦଖଲ କରିଛନ୍ତି।

Advertisment

ଶେଷଥର ପାଇଁ ସିନ୍ଧୁ ୨୦୧୯ରେ BWF ବିଶ୍ୱ ରାଙ୍କିଙ୍ଗର ଟପ୍‌ ୫ରେ ରହିଥିଲେ। ଏବେ ସେ ପୁଣି ଟପ୍‌ ୫କୁ ଫେରିଛନ୍ତି। ବର୍ତ୍ତମାନ ସିନ୍ଧୁ ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ଏଥିପାଇଁ ସେ ଟୋକିଓରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ଚାମ୍ପିୟନଶିପରେ ଭାଗ ନେଇଥିଲେ।

ତାଙ୍କୁ ଶେଷଥର ପାଇଁ ଅଗଷ୍ଟରେ ଖେଳା ଯାଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦେଖିବାକୁ ମିଳିଥିଲା। ଏହି ଇଭେଣ୍ଟରେ ସେ ମହିଳା ଏକକ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଆହତ ଥିବା ସତ୍ତ୍ୱେ ରାଙ୍କିଙ୍ଗରେ ତାଙ୍କୁ ଫାଇଦା ମିଳିଛି।

Advertisment


ଅନ୍ୟପକ୍ଷରେ ପୁରୁଷ ବର୍ଗରେ ଭାରତର ସାଇ ପ୍ରଣୀତ ଗୋଟିଏ ସ୍ଥାନ ଉପରକୁ ଉଠି BWF ବିଶ୍ୱ ରାଙ୍କିଙ୍ଗର ୧୨ତମ ସ୍ଥାନରେ ପହଞ୍ଚିଛନ୍ତି। ତାଙ୍କ ଉପରେ କାଦମ୍ବୀ ଶ୍ରୀକାନ୍ତ ରହିଛନ୍ତି। ସେହିପରି ଭାରତର ଟପ୍‌ ଶଟଲର ତଥା ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଥିବା ଲକ୍ଷ୍ୟ ସେନ ରାଙ୍କିଙ୍ଗର ୮ମ ସ୍ଥାନରେ ଅଛନ୍ତି।

ଡବଲ୍ସ ରାଙ୍କିଙ୍ଗରେ ଭାରତର ସାତ୍ତ୍ୱିକ ସାଈରାଜ ରଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ୮ନଂରେ ରହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe