Advertisment

ସେମିରେ ହାରିଲେ ଚିରାଗ-ସାତ୍ତ୍ୱିକ ଯୋଡ଼ି, ଐତିହାସିକ ବ୍ରୋଞ୍ଜରେ ସନ୍ତୁଷ୍ଟ

ନୂଆଦିଲ୍ଲୀ: ଐତିହାସିକ ବ୍ରୋଞ୍ଜରେ ସନ୍ତୁଷ୍ଟ ହୋଇଛନ୍ତି ଭାରତର ଦୁଇ ଷ୍ଟାର ଶଟଲର ଯୋଡ଼ି ଚିରାଗ ସେଟ୍ଟୀ ଓ ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ। ବିଡବ୍ଲ୍ୟୁଏଫ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନଶିପର ସେମି ଫାଇନାଲରେ ଉଭୟ ହାରି ଯାଇଛନ୍ତି। ଚିରାଗ ଓ ସାତ୍ତ୍ୱିକ ପ୍ରଥମ ଭାରତୀୟ ଭାବେ ବିଶ୍ୱ ଚାମ୍ପିୟନଶିପର ପୁରୁଷ ଡବଲ୍ସ ଇଭେଣ୍ଟର ସେମିରେ ପ୍ରବେଶ କରିଥିଲେ। ଏଥିସହ ଭାରତ ପାଇଁ ଏହି ବର୍ଗରେ ପ୍ରଥମ ପଦକ ମଧ୍ୟ ପକ୍କା କରିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଉଭୟ ପୁରୁଷ ଡବଲ୍ସ ଇଭେଣ୍ଟରେ […]

ଅଦ୍ୟତନ ହୋଇଛି
ସେମିରେ ହାରିଲେ ଚିରାଗ-ସାତ୍ତ୍ୱିକ ଯୋଡ଼ି, ଐତିହାସିକ ବ୍ରୋଞ୍ଜରେ ସନ୍ତୁଷ୍ଟ

match

Advertisment

ନୂଆଦିଲ୍ଲୀ: ଐତିହାସିକ ବ୍ରୋଞ୍ଜରେ ସନ୍ତୁଷ୍ଟ ହୋଇଛନ୍ତି ଭାରତର ଦୁଇ ଷ୍ଟାର ଶଟଲର ଯୋଡ଼ି ଚିରାଗ ସେଟ୍ଟୀ ଓ ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ। ବିଡବ୍ଲ୍ୟୁଏଫ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନଶିପର ସେମି ଫାଇନାଲରେ ଉଭୟ ହାରି ଯାଇଛନ୍ତି। ଚିରାଗ ଓ ସାତ୍ତ୍ୱିକ ପ୍ରଥମ ଭାରତୀୟ ଭାବେ ବିଶ୍ୱ ଚାମ୍ପିୟନଶିପର ପୁରୁଷ ଡବଲ୍ସ ଇଭେଣ୍ଟର ସେମିରେ ପ୍ରବେଶ କରିଥିଲେ।

Advertisment

ଏଥିସହ ଭାରତ ପାଇଁ ଏହି ବର୍ଗରେ ପ୍ରଥମ ପଦକ ମଧ୍ୟ ପକ୍କା କରିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଉଭୟ ପୁରୁଷ ଡବଲ୍ସ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଥିବାରୁ ବିଶ୍ୱ ଚାମ୍ପିୟନଶିପରେ ବି ସେମାନେ ଫାଇନାଲ ଯିବେ ବୋଲି ସମସ୍ତେ ଆଶା ରଖିଥିଲେ। ହେଲେ ସେମି ମୁକାବିଲାରେ ଜୋରଦାର ଲଢ଼େଇ କରି ଉଭୟ ୧-୨ ସେଟ୍‌ରେ ହାରି ଯାଇଛନ୍ତି। ଫଳରେ ସେମାନଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

ସେମି ଫାଇନାଲରେ ଚିରାଗ-ସାତ୍ତ୍ୱିକ ଯୋଡ଼ିଙ୍କ ମୁକାବିଲା ମାଲେସିୟାର ଆରୋନ ଚିଆ ଓ ସୋହ ୱି ୟିକଙ୍କ ସହ ହୋଇଥିଲା। ଭାରତୀୟ ଯୋଡ଼ି ପ୍ରଥମ ସେଟରେ ଦମଦାର ପ୍ରଦର୍ଶନ କରି ଏହାକୁ ୨୨-୨୦ରେ ଜିତି ନେଇଥିଲେ। ତେବେ ଚିଆ ଓ ୟିକ ଯୋଡ଼ି ଦ୍ୱିତୀୟ ସେଟରେ କମବ୍ୟାକ୍‌ କରି ୧୮-୨୧ରେ ଏହାକୁ କବଜା କରିଥିଲେ।

Advertisment

ସ୍ଥିତି ୧-୧ରେ ଥିବାରୁ ତୃତୀୟ ସେଟ ଖେଳା ଯାଇଥିଲା। ଏଥିରେ ଦୁଇ ଦଳ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ। କିନ୍ତୁ ଚିରାଗ ଓ ସାତ୍ତ୍ୱିକ କିଛି ତ୍ରୁଟି କରିବାରୁ ଏହାର ଫାଇଦା ମାଲେସିୟା ଯୋଡ଼ି ଉଠାଇଥିଲେ। ଶେଷରେ ସେମାନେ ୧୬-୨୧ରେ ସେଟ ସହ ମ୍ୟାଚ୍‌କୁ ଜିତି ନେଇଥିଲେ। ଏହି ମ୍ୟାଚ୍‌ଟି ୧ ଘଣ୍ଟା ୧୭ ମିନିଟ ଧରି ଚାଲିଥିଲା। ସେମିରେ ହାରିଥିଲେ ମଧ୍ୟ ଭାରତୀୟ ଯୋଡ଼ିଙ୍କୁ ବ୍ରୋଞ୍ଜ ପଦକ ମିଳିବ।


ଚିଆ ଓ ୟିକ ଯୋଡ଼ି କ୍ରମାଗତ ୬ଷ୍ଠ ଥର ପାଇଁ ଚିରାଗ ଓ ସାତ୍ତ୍ୱିକଙ୍କୁ ହରାଇଛନ୍ତି। ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଟିମ ଇଭେଣ୍ଟରେ ମଧ୍ୟ ଚିଆ ଓ ୟିକି ଭାରତୀୟ ଯୋଡ଼ିଙ୍କୁ ହରାଇଥିଲେ। ଅବଶ୍ୟ ପରବର୍ତ୍ତୀ ସମୟରେ ଉଭୟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦମ ଦେଖାଇ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe