Advertisment

ଆସିଲା ଖୁସି ଖବର, ପୁଣିଥରେ ବାପା ହେବାକୁ ଯାଉଛନ୍ତି ଧୋନି

ନୂଆଦିଲ୍ଲୀ: ଆଇପିଏଲ ୨୦୨୧ ଜିତିବାର ଗୋଟିଏ ଦିନ ପରେ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଆଉ ଗୋଟିଏ ବଡ଼ ଖୁସି ଖବର ସାମ୍ନାକୁ ଆସିଛି। ଧୋନି ପୁଣିଥରେ ବାପା ହେବାକୁ ଯାଉଥିବା ସୂଚନା ମିଳିଛି। ବର୍ତ୍ତମାନ ତାଙ୍କ ପତ୍ନୀ ସାକ୍ଷୀ ସିଂହ ଧୋନି ୪ ମାସର ଗର୍ଭବତୀ ଅଛନ୍ତି। ଖୁବଶୀଘ୍ର ସେ ମା’ ହେବାକୁ ଯାଉଛନ୍ତି। ସାକ୍ଷୀ ଗର୍ଭବତୀ ଥିବା ଖବର ଧୋନିଙ୍କ ଘନିଷ୍ଠ ବନ୍ଧୁ ସୁରେଶ ରାଇନାଙ୍କ ପତ୍ନୀ ପ୍ରିୟଙ୍କା […]

author-image
Hemant Lenka
ଆସିଲା ଖୁସି ଖବର, ପୁଣିଥରେ ବାପା ହେବାକୁ ଯାଉଛନ୍ତି ଧୋନି

dhoni

ନୂଆଦିଲ୍ଲୀ: ଆଇପିଏଲ ୨୦୨୧ ଜିତିବାର ଗୋଟିଏ ଦିନ ପରେ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଆଉ ଗୋଟିଏ ବଡ଼ ଖୁସି ଖବର ସାମ୍ନାକୁ ଆସିଛି। ଧୋନି ପୁଣିଥରେ ବାପା ହେବାକୁ ଯାଉଥିବା ସୂଚନା ମିଳିଛି। ବର୍ତ୍ତମାନ ତାଙ୍କ ପତ୍ନୀ ସାକ୍ଷୀ ସିଂହ ଧୋନି ୪ ମାସର ଗର୍ଭବତୀ ଅଛନ୍ତି। ଖୁବଶୀଘ୍ର ସେ ମା’ ହେବାକୁ ଯାଉଛନ୍ତି। ସାକ୍ଷୀ ଗର୍ଭବତୀ ଥିବା ଖବର ଧୋନିଙ୍କ ଘନିଷ୍ଠ ବନ୍ଧୁ ସୁରେଶ ରାଇନାଙ୍କ ପତ୍ନୀ ପ୍ରିୟଙ୍କା ନିଶ୍ଚିତ କରିଛନ୍ତି।

Advertisment

ପୂର୍ବରୁ ଧୋନିଙ୍କର ଗୋଟିଏ କନ୍ୟା ସନ୍ତାନ ଜିଭା ରହିଛନ୍ତି। ଜିଭାଙ୍କ ବୟସ ୬ ବର୍ଷ। ଗତକାଲି ଚେନ୍ନାଇ ଆଇପିଏଲ ଟ୍ରଫି ଜିତିବା ପରେ ଜିଭା ଓ ସାକ୍ଷୀ ପଡ଼ିଆ ମଧ୍ୟରେ ଧୋନିଙ୍କ ସହ ମଉଜ କରିଥିଲେ। ଏପରି କି ଚେନ୍ନାଇ ବିଜୟୀରେ ସାକ୍ଷୀ ଖୁସିରେ କାନ୍ଦିବା ସହ ଡ୍ୟାନ୍ସ ମଧ୍ୟ କରିଥିଲେ। ଏବେ ସାକ୍ଷୀଙ୍କୁ ନେଇ ବଡ଼ ଖବର ଆସିଛି।

Advertisment


ପଡ଼ିଆରେ ଧୋନିଙ୍କ ସହ ଫଟୋ ପୋଜ ଦେଉଥିବା ବେଳେ ସାକ୍ଷୀ ଗର୍ଭବତୀ ଥିବା ଜଣାପଡ଼ିଥିଲା। ଏହି ଖବର ସୋଶାଲ ମିଡିଆରେ ନିଆଁ ଭଳି ବ୍ୟାପି ଯାଇଥିଲା। ତେବେ ଧୋନି କିମ୍ବା ସାକ୍ଷୀ ଏ ସମ୍ପର୍କରେ ମୁହଁ ଖୋଲି ନାହାନ୍ତି। କିନ୍ତୁ ରାଇନାଙ୍କ ପତ୍ନୀ ପ୍ରିୟଙ୍କା ହିଁ ସାକ୍ଷୀ ୪ ମାସର ଗର୍ଭବତୀ ଥିବା କହିଛନ୍ତି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।


ଡେରାଡୁନର ମୂଳନିବାସୀ ସାକ୍ଷୀ ୨୦୧୦ ମସିହା ଜୁଲାଇ ୪ରେ ଧୋନିଙ୍କୁ ପ୍ରେମ ବିବାହ କରିଥିଲେ। ସେହି ସମୟରେ ସାକ୍ଷୀ ହୋଟେଲ ମ୍ୟାନେଜମେଣ୍ଟ କୋର୍ସ କରିବା ସହ କୋଲକାତାର ତାଜ ବେଙ୍ଗଲ ହୋଟେଲରେ ଟ୍ରେନି ଭାବେ କାମ କରୁଥିଲେ। ପିଲାଟି ବେଳୁ ସାକ୍ଷୀ ଓ ଧୋନି ପରସ୍ପରକୁ ଜାଣିଥିଲେ। ଉଭୟଙ୍କ ବାପା ରାଞ୍ଚିର ସମାନ ଫାର୍ମରେ କାମ କରୁଥିଲେ। ଦୀର୍ଘ ୧୦ ବର୍ଷ ପରେ ଧୋନି ଓ ସାକ୍ଷୀ ପରସ୍ପରକୁ କୋଲକାତାରେ ଭେଟିଥିଲେ। ୨ ବର୍ଷର ବନ୍ଧୁତା ପରେ ସେମାନଙ୍କ ବନ୍ଧୁତା ବିବାହର ରୂପ ନେଇଥିଲା।