Advertisment

ମ୍ୟାଚ୍ ଜିତିବା ପରେ ପ୍ରମୋଦ ଏମିତି କରିବେ ବୋଲି ଭାବିନଥିଲେ କୋଚ୍

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ପ୍ରମୋଦ ଭଗତ। ସ୍ୱର୍ଣ୍ଣ ପଦକ ଜିତି ପ୍ରମୋଦ ଗୁରୁଦିବସରେ କୋଚ୍ ଗୌରବ ଖାନ୍ନାଙ୍କୁ ବଡ଼ ଉପହାର ଦେଇଛନ୍ତି। ପାରାଲିମ୍ପିକ୍ସରେ ବ୍ୟାଡମିଣ୍ଟନକୁ ପ୍ରଥମଥର ସାମିଲ୍ କରାଯାଇଛି। ଏଥର ୭ ଶଟଲର୍ ଭାରତର ପ୍ରତିନିଧିତ୍ୱ କରିଥିଲେ। ସେଥିରୁ ଭାରତ ୨ ସ୍ୱର୍ଣ୍ଣ ସହ ୪ଟି ପଦକ ଜିତି ଇତିହାସ ରଚିଛି। ଚାରିଥରର ବିଶ୍ୱ ଚାମ୍ପିୟନ ପ୍ରମୋଦ ଭଗତ ପୁରୁଷ ସିଙ୍ଗଲ୍ସ ଏସଏଲ-୩ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ […]

ଅଦ୍ୟତନ ହୋଇଛି
ମ୍ୟାଚ୍ ଜିତିବା ପରେ ପ୍ରମୋଦ ଏମିତି କରିବେ ବୋଲି ଭାବିନଥିଲେ କୋଚ୍

pramod-bhagat

Advertisment

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ପ୍ରମୋଦ ଭଗତ। ସ୍ୱର୍ଣ୍ଣ ପଦକ ଜିତି ପ୍ରମୋଦ ଗୁରୁଦିବସରେ କୋଚ୍ ଗୌରବ ଖାନ୍ନାଙ୍କୁ ବଡ଼ ଉପହାର ଦେଇଛନ୍ତି। ପାରାଲିମ୍ପିକ୍ସରେ ବ୍ୟାଡମିଣ୍ଟନକୁ ପ୍ରଥମଥର ସାମିଲ୍ କରାଯାଇଛି। ଏଥର ୭ ଶଟଲର୍ ଭାରତର ପ୍ରତିନିଧିତ୍ୱ କରିଥିଲେ। ସେଥିରୁ ଭାରତ ୨ ସ୍ୱର୍ଣ୍ଣ ସହ ୪ଟି ପଦକ ଜିତି ଇତିହାସ ରଚିଛି।

Advertisment

ଚାରିଥରର ବିଶ୍ୱ ଚାମ୍ପିୟନ ପ୍ରମୋଦ ଭଗତ ପୁରୁଷ ସିଙ୍ଗଲ୍ସ ଏସଏଲ-୩ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ତାଙ୍କ ସାଥୀ ମନୋଜ ସରକାର ବ୍ରୋଞ୍ଜ ପଦକ ଜିତିଛନ୍ତି। ଆଇଏଏସ୍ ଅଫିସର୍ ଓ ନୋଏଡ ଜିଲ୍ଲା ମାଜିଷ୍ଟ୍ରେଟ୍ ସୁହାସ ୟଥିରାଜ ପୁରୁଷ ସିଙ୍ଗଲ୍ସ ଏସଏଲ୍-୩ରେ ରୌପ୍ୟ ପଦକ ହାସଲ କରିଥିବା ବେଳେ କ୍ରିଷ୍ଣା ନାଗର ପୁରୁଷ ଏସଏଚ୍-୬ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ଶନିବାର ପ୍ରମୋଦ ଓ ମନୋଜ ସିଙ୍ଗଲ୍ସରେ ଯଥାକ୍ରମେ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ପଦକ ଜିତିଥିଲେ। ଯାହା କୋଚ୍ ଗୌରବ ଖାନ୍ନାଙ୍କ ପାଇଁ ଗର୍ବର କଥା। ପ୍ରମୋଦ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିବା ପରେ ଡେଇଁକି ସିଧା କୋଚ୍ ଗୌରବଙ୍କ ପାଖକୁ ଯାଇ କୁଣ୍ଢାଇ ପକାଇଥିଲେ। ଏହା ଉଭୟ ପ୍ରମୋଦ ଓ ଗୌରବଙ୍କ ପାଇଁ ଭାବାତ୍ମକ ଥିଲା।

Advertisment

[caption id="" align="alignnone" width="3200"]Brain and stamina: Pramod Bhagat's key weapons in Tokyo Paralympics success ସ୍ୱର୍ଣ୍ଣ ପଦକ ସହ ପ୍ରମୋଦ ଭଗତ[/caption]

ଏହି ମୁହୂର୍ତ୍ତ ଗୌରବଙ୍କ ପାଇଁ ବେଶ୍ ଖାସ୍ ଥିଲା। ସେ କହିଛନ୍ତି, ମୁଁ କେବେବି ଏହାକୁ ବର୍ଣ୍ଣନା କରିପାରିବି ନାହିଁ। ସାଧାରଣତଃ ମୁଁ ମୋ ଭାବନାକୁ ନିୟନ୍ତ୍ରଣରେ ରଖେ। ମ୍ୟାଚ୍ ଜିତିବା ପରେ ପ୍ରମୋଦ ଯେଉଁଭଳି ଡେଇଁଲେ, ତାହା ମୁଁ କେବେବି ଆଶା କରିନଥିଲି। ପ୍ରମୋଦ ମୋତେ ହଗ୍ କରିବେ ବୋଲି ଭାବିଥିଲି, କିନ୍ତୁ ଏମିତି ଡେଇଁକି ମୋତେ କୁଣ୍ଢେଇବା ନିଶ୍ଚିତ ଭାବେ ମୋତେ ଭାବବିହ୍ୱଳ କରିଦେଇଥିଲା। ପ୍ରମୋଦ ଓ ମନୋଜ ହେଉଛନ୍ତି ଅଲଗା ଅଲଗା ଫ୍ଲେଭର୍। ପାରାଲିମ୍ପିକ୍ସ ଭଳି ମହାକୁମ୍ଭରେ ଯଦି ଏହି ଦୁଇ ତାରକା ଯଥାକ୍ରମେ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ପଦକ ଜିତିଲେ, ତାହେଲେ ଜଣେ କୋଚ୍ ଭାବେ ମୋତେ ଏହାଠାରୁ ଆଉ ଅଧିକ କ’ଣ ଦରକାର।

[caption id="" align="alignnone" width="1200"]publive-image ଫାଇନାଲ୍ ମୁକାବିଲା ଜିତିବା ପରେ କୋଚଙ୍କୁ କୁଣ୍ଢାଇ ପକାଇଲେ ପ୍ରମୋଦ ଭଗତ[/caption]

ଗୌରବ ଭାରତରେ ପାରା-ବ୍ୟାଡମିଣ୍ଟନ ସ୍ତରକୁ ବହୁ ଉପରକୁ ନେଇଛନ୍ତି। ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ଗୌରବ ଦେଶରେ ଅନେକ ପ୍ରତିଭାର ସନ୍ଧାନ କରିଛନ୍ତି। ପାରାଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ସୁହାସଙ୍କୁ ମଧ୍ୟ ଖୋଜି ବାହାର କରିଥିଲେ ଗୌରବ। ୨୦୧୬ରେ ଏକ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟକୁ ଅତିଥି ଭାବେ ଯାଇଥିବା ଗୌରବ ଆଇଏଏସ୍ ଅଫିସର୍ ସୁହାସଙ୍କ ଉପରେ ନଜର ପକାଇଥିଲେ। ଗୌରବ ଲକ୍ଷ୍ନୌରେ ତାଲିମ ଦିଅନ୍ତି। କୋଭିଡ୍-୧୯ ଲକଡାଉନ୍ ବେଳେ ପାରା-ବ୍ୟାଡମିଣ୍ଟନ ଖେଳାଳିଙ୍କ ଅଭ୍ୟାସ ପାଇଁ ଗୌରବ ନିଜେ ଏକ ବଡ଼ ଜାଗା କିଣିଥିଲେ। ଏହି ଜାଗାରେ ହିଁ ସେ ଅନେକ ଖେଳାଳିଙ୍କୁ ତାଲିମ ଦେଉଛନ୍ତି।

[caption id="" align="alignnone" width="1500"]publive-image ମନୋଜ ସରକାରଙ୍କ ସହ କୋଚ୍ ଗୌରବ ଖାନ୍ନା[/caption]

ଗୌରବ କହିଛନ୍ତି, ଭଗବାନ ଦୟାରୁ ମୁଁ ଏତେ ଭଲ ଲୋକଙ୍କ ସହ ମିଶିପାରିଛି। ପଦକ ଓ ଅନ୍ୟାନ୍ୟ ଉପଲବ୍ଧି ତ ଏକ ସମ୍ପତ୍ତି ସଦୃଶ୍ୟ। କିନ୍ତୁ ମୁଁ ଯେଉଁ ଭଲପାଇବା ପାଇଛି, ତାହା ମୋ ପାଇଁ ବହୁତ ବଡ଼। ଆମେ ଏଭଳି ଏକ ଦୁନିଆ ଗଠନ କରିଛୁ, ଯେଉଁଠାରେ ଭଲପାଇବା, ଯତ୍ନ ଓ ମାନବିକତା ଭରପୂର ରହିଛି ବୋଲି ଗୌରବ କହିଛନ୍ତି।

Tokyo Paralympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe