Advertisment

ଏୟାରପୋର୍ଟରେ ଜୋକଭିଚ୍‌ ଅଟକ, ଭିସା ରଦ୍ଦ

ମେଲବର୍ଣ୍ଣ: ବିଶ୍ୱର ୧ନଂ ଟେନିସ ଖେଳାଳି ନୋଭାକ ଜୋକଭିଚ୍‌ଙ୍କ ଅଡ଼ୁଆ ବଢ଼ିଛି। ସେ ଅଷ୍ଟ୍ରେଲିଆ ଓପନରେ ଭାଗ ନେବାକୁ ଯାଇଥିଲେ ହେଁ ତାଙ୍କୁ ଦେଶରେ ପ୍ରବେଶ ପାଇଁ ଅନୁମତି ମିଳିନି। ତାଙ୍କୁ ଏୟାରପୋର୍ଟରେ ଅଧିକାରୀମାନେ ଦୀର୍ଘ ଘଣ୍ଟା ବସାଇ ରଖିବା ସହ ଶେଷରେ ତାଙ୍କ ଭିସାକୁ ରଦ୍ଦ କରି ଦେଇଛନ୍ତି। ଭିସା ରଦ୍ଦ ହୋଇଥିବାରୁ ଜୋକଭିଚ୍‌କୁ ଅଷ୍ଟ୍ରେଲିଆରୁ ବିଦା ହେବାକୁ ପଡ଼ିବ। ତେବେ ଅଷ୍ଟ୍ରେଲିଆ ଅଧିକାରୀଙ୍କ ଏପରି ଭିସା ରଦ୍ଦ ନିଷ୍ପତ୍ତିକୁ ଜୋକିଭିଚ୍‌ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। […]

ଏୟାରପୋର୍ଟରେ ଜୋକଭିଚ୍‌ ଅଟକ, ଭିସା ରଦ୍ଦ

Djokovic

Advertisment

ମେଲବର୍ଣ୍ଣ: ବିଶ୍ୱର ୧ନଂ ଟେନିସ ଖେଳାଳି ନୋଭାକ ଜୋକଭିଚ୍‌ଙ୍କ ଅଡ଼ୁଆ ବଢ଼ିଛି। ସେ ଅଷ୍ଟ୍ରେଲିଆ ଓପନରେ ଭାଗ ନେବାକୁ ଯାଇଥିଲେ ହେଁ ତାଙ୍କୁ ଦେଶରେ ପ୍ରବେଶ ପାଇଁ ଅନୁମତି ମିଳିନି। ତାଙ୍କୁ ଏୟାରପୋର୍ଟରେ ଅଧିକାରୀମାନେ ଦୀର୍ଘ ଘଣ୍ଟା ବସାଇ ରଖିବା ସହ ଶେଷରେ ତାଙ୍କ ଭିସାକୁ ରଦ୍ଦ କରି ଦେଇଛନ୍ତି।

Advertisment

ଭିସା ରଦ୍ଦ ହୋଇଥିବାରୁ ଜୋକଭିଚ୍‌କୁ ଅଷ୍ଟ୍ରେଲିଆରୁ ବିଦା ହେବାକୁ ପଡ଼ିବ। ତେବେ ଅଷ୍ଟ୍ରେଲିଆ ଅଧିକାରୀଙ୍କ ଏପରି ଭିସା ରଦ୍ଦ ନିଷ୍ପତ୍ତିକୁ ଜୋକିଭିଚ୍‌ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ବାସ୍ତବରେ ଅଷ୍ଟ୍ରେଲିଆ ସରକାର ନିଜ ଦେଶରେ ପ୍ରବେଶ ପାଇଁ ଟିକାକରଣ ବାଧ୍ୟତାମୂଳକ କରିଛନ୍ତି।

ଜୋକଭିଚ୍ ବୁଧବାର ବିଳମ୍ବିତ ରାତିରେ ପହଞ୍ଚିବା ପରେ ତାଙ୍କୁ ମଧ୍ୟ ନିଜର ଟିକାକରଣ ଷ୍ଟାଟସ ଦେଖାଇବାକୁ କୁହାଯାଇଥିଲା। ହେଲେ ସେ ଏହା ସର୍ବସମ୍ମୁଖରେ ପ୍ରଦର୍ଶନ କରିପାରିବେ ନାହିଁ ବୋଲି କହିଥିଲେ। ଟୁଲ୍ଲାମାରିନ ଏୟାରପୋର୍ଟରେ ଅଧିକାରୀମାନେ ବାରମ୍ବାର ଟିକାକରଣ ସମ୍ପର୍କରେ ପଚାରିଥିଲେ। ଏହାପରେ ତାଙ୍କୁ ଇମିଗ୍ରେସନ ଅଟକ କେନ୍ଦ୍ରକୁ ନିଆଯାଇଥିଲେ। ସେଠାରେ ଦୀର୍ଘ ଘଣ୍ଟା ବସି ରହିଥିବା ଏହି ସର୍ବିୟା ଖେଳାଳିଙ୍କ ଭିସାକୁ ଶେଷରେ ଅଧିକରୀମାନେ ରଦ୍ଦ କରି ଦେଇଛନ୍ତି।

Advertisment

ଜୋକଭିଚ୍‌ଙ୍କୁ ମେଡିକାଲ ପ୍ରୋଟକଲର ସାମ୍ନା କରିବାକୁ ପଡ଼ିବ ନାହିଁ ବୋଲି ଅଷ୍ଟ୍ରେଲିଆ ସରକାର ପୂର୍ବରୁ କହିଥିବା ସେ ଇନଷ୍ଟାଗ୍ରାମରେ ଦାବି କରିଛନ୍ତି। ଜାନୁଆରୀ ୧୭ରୁ ଅଷ୍ଟ୍ରେଲିଆ ଓପନ ଆରମ୍ଭ ହେବ। ୯ଥର ଟ୍ରଫି ଜିତିଥିବା ଜୋକଭିଚ୍‌ ଏଥର ନିଜର ୨୧ତମ ଗ୍ରାଣ୍ଡସ୍ଲାମ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି। ହେଲେ କରୋନା ଓ ଟିକାକରଣ ଅଡ଼ୁଆ ତାଙ୍କ ରାସ୍ତାରେ କଣ୍ଟା ସାଜିଛି।
ଏୟାରପୋର୍ଟରେ ଟିକାକରଣ ଷ୍ଟାଟସ ଦେଖାବାକୁ ମନା କରିଥିବା ୩୪ ବର୍ଷୀୟ ଜୋକଭିଚ୍‌ ପୂର୍ବରୁ ଟିକା ବିରୋଧରେ ମତ ଦେଇଥିଲେ। ଗତ ମାସରେ ସେ ନିଜ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ।

ଘଟଣାକୁ ନେଇ ବିବାଦ ବଢ଼ୁଥିବାରୁ ଅଷ୍ଟ୍ରେଲିଆ ମନ୍ତ୍ରୀ ସ୍କଟ ମୋରିସନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଜୋକଭିଚ୍‌ ଅଧିକାରୀମାନଙ୍କୁ ଦେଶରେ ପ୍ରବେଶ ପାଇଁ ଆବଶ୍ୟକ ଟିକାକରଣ ପ୍ରମାଣପତ୍ର କିମ୍ବା ଉପଯୁକ୍ତ ମେଡିକାଲ ଦସ୍ତାବିଜ ଦେଖାଇବାରେ ବିଫଳ ହୋଇଛନ୍ତି।

ନିୟମ ସମସ୍ତଙ୍କ ପାଇଁ ସମାନ। କେହି ବି ନିୟମ ଆଗରେ ସ୍ୱତନ୍ତ୍ର ନୁହନ୍ତି। ଅଷ୍ଟ୍ରେଲିଆ ଅଧିକାରୀମାନେ ତାଙ୍କୁ ରାତିତମାମ ପଚରାଉଚରା ଓ ବୁଝାଇବା ସତ୍ତ୍ୱେ ସେ ନିଜ ଜିଦରେ ଅଟଳ ରହିଥିଲେ ବୋଲି ମୋରିସନ କହିଛନ୍ତି।

ଅନ୍ୟପକ୍ଷରେ ଜୋକଭିଚ୍‌ ଟିକା ନ ନେଇ ଅଷ୍ଟ୍ରେଲିଆ ଆସିବାକୁ ଅନୁମତି ପାଇବା ଘଟଣା ପୂର୍ବରୁ ପ୍ରକାଶ ପାଇଥିଲା। ଏହାକୁ ନେଇ ଅଷ୍ଟ୍ରେଲିଆ ସରକାର ତୀବ୍ର ସମାଲୋଚନାର ଶିକାର ହୋଇଥିଲେ। କାରଣ ଟିକା ନେଇ ନଥିବା ଲୋକଙ୍କୁ ଅଷ୍ଟ୍ରେଲିଆରେ ରହୁଥିବା ସେମାନଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଦିଆଯାଉନି। ହେଲେ ଜୋକଭିଚଙ୍କୁ କେମିତି ଅଷ୍ଟ୍ରେଲିଆ ଆସିବାକୁ ଅନୁମତି ମିଳିଛି ବୋଲି ଅନେକ ପ୍ରଶ୍ନ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe