Advertisment

ତ୍ରିରଙ୍ଗା ଧରିଲେ ଅବନୀ, ଉଦଯାପିତ ହେଲା କ୍ରୀଡ଼ା ମହାକୁମ୍ଭ

ଟୋକିଓ: ଜାପାନର ରାଜଧାନୀ ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସ ଉଦଯାପିତ ହୋଇଛି। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଏହି କ୍ରୀଡ଼ା ମହାକୁମ୍ଭରେ ପଡ଼ିଛି ଯବନିକା। କରୋନା ଭାଇରସ ଯୋଗୁ ବର୍ଷକ ବିଳମ୍ବରେ ଆୟୋଜିତ ଏହି କ୍ରୀଡ଼ାର ପ୍ରତିକୂଳ ପରିସ୍ଥିତିରେ ସଫଳ ଆୟୋଜନ ହୋଇଛି। ଭାରତର ଗୋଲ୍ଡେନ ଗର୍ଲ ଅବନୀ ଲେଖରା ଉଦଯାପନୀ ସମାରୋହରେ ଭାରତୀୟ ଦଳର ଧ୍ୱଜାବାହକ ହୋଇଛନ୍ତି। ସେ ହାତରେ ତ୍ରିରଙ୍ଗା ଧରି ଦେଶର ଗୌରବକୁ ଆଗକୁ ବଢ଼ାଇଥିଲେ। ଭାରତୀୟ ଶୁଟର୍ ଅବନୀ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ […]

ଅଦ୍ୟତନ ହୋଇଛି
ତ୍ରିରଙ୍ଗା ଧରିଲେ ଅବନୀ, ଉଦଯାପିତ ହେଲା କ୍ରୀଡ଼ା ମହାକୁମ୍ଭ

para-games-2020

Advertisment

ଟୋକିଓ: ଜାପାନର ରାଜଧାନୀ ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସ ଉଦଯାପିତ ହୋଇଛି। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଏହି କ୍ରୀଡ଼ା ମହାକୁମ୍ଭରେ ପଡ଼ିଛି ଯବନିକା। କରୋନା ଭାଇରସ ଯୋଗୁ ବର୍ଷକ ବିଳମ୍ବରେ ଆୟୋଜିତ ଏହି କ୍ରୀଡ଼ାର ପ୍ରତିକୂଳ ପରିସ୍ଥିତିରେ ସଫଳ ଆୟୋଜନ ହୋଇଛି। ଭାରତର ଗୋଲ୍ଡେନ ଗର୍ଲ ଅବନୀ ଲେଖରା ଉଦଯାପନୀ ସମାରୋହରେ ଭାରତୀୟ ଦଳର ଧ୍ୱଜାବାହକ ହୋଇଛନ୍ତି। ସେ ହାତରେ ତ୍ରିରଙ୍ଗା ଧରି ଦେଶର ଗୌରବକୁ ଆଗକୁ ବଢ଼ାଇଥିଲେ।

Advertisment

ଭାରତୀୟ ଶୁଟର୍ ଅବନୀ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେ ୧୦ ମିଟର୍ ଏୟାର ରାଇଫଲରେ ସ୍ୱର୍ଣ୍ଣ ଏବଂ ୫୦ ମିଟର୍ ଏୟାର ରାଇଫଲରେ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଥିଲେ। ଗୋଟିଏ ପାରାଲିମ୍ପିକ୍ସରେ ଦୁଇଟି ପଦକ ଜିତିବାରେ ଅବନୀ ଭାରତର ପ୍ରଥମ ଖେଳାଳି ହୋଇଛନ୍ତି। ଉଦଯାପନୀ ସମାରୋହରେ ଭାରତର ୧୧ ଜଣ ଖେଳାଳି ଭାଗ ନେଇଥିଲେ।

https://twitter.com/ANI/status/1434485850213998595?s=20

https://twitter.com/ddsportschannel/status/1434541755857211395?s=20

୧୩ ଦିନ ଧରି ଚାଲିଥିବା ଏହି କ୍ରୀଡ଼ା ମହାକୁମ୍ଭରେ ରେକର୍ଡ ୪୪୦୫ ଜଣ ଆଥଲେଟ୍ ଭାଗ ନେଇଥିଲେ। ଏହି କ୍ରମରେ ଭାରତ ୫୪ କ୍ରୀଡ଼ାବିତଙ୍କୁ ଟୋକିଓ ପଠାଇଥିଲା। ଭାରତୀୟ ପାରା ଆଥଲେଟ୍ ମଧ୍ୟ ନିରାଶ କରି ରେକର୍ଡ ୧୯ ପଦକ ଜିତିଛନ୍ତି। ୨୦୧୮ ଗ୍ରୀଷ୍ମକାଳୀନ ୟୁଥ୍ ଅଲିମ୍ପିକ୍ସରେ ଭାରତ ୧୩ ପଦକ ଜିତିଥିଲା। ଗତ ପାରାଲିମ୍ପିକ୍ସ ତୁଳନାରେ ଭାରତ ଏଥର ଅଧିକ ୧୫ ପଦକ ଜିତି ତାଲିକାର ୨୫ତମ ସ୍ଥାନରେ ଅଭିଯାନ ଶେଷ କରିଛି। ଭାରତ ଖାତାରେ ୫ ସ୍ୱର୍ଣ୍ଣ, ୮ ରୌପ୍ୟ ଓ ୬ ବ୍ରୋଞ୍ଜ ରହିଛି। ୧୯୬୮ରୁ ୨୦୧୬ ପର୍ଯ୍ୟନ୍ତ ଆୟୋଜିତ ପାରାଲିମ୍ପିକ୍ସରେ ଭାରତ ମୋଟ ୧୨ ପଦକ ଜିତିଥିଲା। କିନ୍ତୁ ଏଥର ଭାରତ ସବୁ ରେକର୍ଡକୁ ପଛରେ ପକାଇ ଦେଇଛି।

Advertisment

ଟେବୁଲ୍ ଟେନିସରେ ଭାରତ ପାଇଁ ପଦକର ଖାତା ଖୋଲିଥିଲେ ଭାବିନାବେନ୍ ପଟେଲ। ସେ ରୌପ୍ୟ ପଦକ ଜିତି ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ ବ୍ୟାଡମିଣ୍ଟନରେ ଭାରତ ଦୁଇଟି ପଦକ ଜିତି ଟୋକିଓ ଯାତ୍ରା ଶେଷ କରିଛି। ରବିବାର ଶେଷ ଦିନରେ କ୍ରିଷ୍ଣା ନାଗର ପୁରୁଷ ସିଙ୍ଗଲ୍ସ ଏସଏଚ୍-୬ ବର୍ଗରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଏସଏଲ୍-୪ ବର୍ଗରେ ଆଇଏଏସ୍ ଅଫିସର୍ ସୁହାସ ୟଥିରାଜ ରୌପ୍ୟ ପଦକ ଜିତିଛନ୍ତି।

ଚଳିତ ଗେମ୍ସରେ ଭାରତର ଦୁଇ ପାରାଆଥଲେଟ୍ ଡବଲ୍ ମେଡାଲ ମଧ୍ୟ ଜିତିଛନ୍ତି। ଅବନୀଙ୍କ ବ୍ୟତୀତ ସିଂହରାଜ ଶୁଟିଂରେ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି।

Tokyo Paralympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe