ଦୂତୀ ଚାନ୍ଦ ପାଇଲେ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ: ଜାତୀୟ କ୍ରୀଡ଼ା ପୁରସ୍କାର-୨୦୨୦ର ବିଜେତାଙ୍କୁ ପୁରସ୍କୃତ କରିଛନ୍ତି କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର। ଗତବର୍ଷ କୋଭିଡ୍-୧୯ ମହାମାରୀ ଯୋଗୁ ଜାତୀୟ କ୍ରୀଡ଼ା ଦିବସ ଭର୍ଚୁଆଲୀ ଆୟୋଜନ କରାଯାଇଥିଲା। ଯେଉଁଥିରେ କୌଣସି କ୍ରୀଡ଼ାବିତଙ୍କୁ ପୁରସ୍କାର ପ୍ରଦାନ କରାଯାଇନଥିଲା। ତେଣୁ ଗତବର୍ଷର ଏହି କ୍ରୀଡ଼ା ପୁରସ୍କାର ଆଜି ପ୍ରଦାନ କରାଯାଇଛି। କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ମୋଟ ୭୪ ଜଣଙ୍କୁ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ପାଞ୍ଚ ଜଣଙ୍କୁ ଖେଳ ରତ୍ନ ଓ ୨୭ ଜଣଙ୍କୁ ଅର୍ଜୁନ […]

sports-day

Ranjit Kumar Jena
  • Published: Monday, 01 November 2021
  • , Updated: 01 November 2021, 10:31 PM IST

ନୂଆଦିଲ୍ଲୀ: ଜାତୀୟ କ୍ରୀଡ଼ା ପୁରସ୍କାର-୨୦୨୦ର ବିଜେତାଙ୍କୁ ପୁରସ୍କୃତ କରିଛନ୍ତି କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର। ଗତବର୍ଷ କୋଭିଡ୍-୧୯ ମହାମାରୀ ଯୋଗୁ ଜାତୀୟ କ୍ରୀଡ଼ା ଦିବସ ଭର୍ଚୁଆଲୀ ଆୟୋଜନ କରାଯାଇଥିଲା। ଯେଉଁଥିରେ କୌଣସି କ୍ରୀଡ଼ାବିତଙ୍କୁ ପୁରସ୍କାର ପ୍ରଦାନ କରାଯାଇନଥିଲା। ତେଣୁ ଗତବର୍ଷର ଏହି କ୍ରୀଡ଼ା ପୁରସ୍କାର ଆଜି ପ୍ରଦାନ କରାଯାଇଛି। କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ମୋଟ ୭୪ ଜଣଙ୍କୁ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ପାଞ୍ଚ ଜଣଙ୍କୁ ଖେଳ ରତ୍ନ ଓ ୨୭ ଜଣଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି।

ଓଡ଼ିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି। ସେହିପରି ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କ ସମେତ ପାରା-ଆଥଲେଟ୍ସ ମରିୟପ୍ପନ ଥଙ୍ଗାଭେଲୁ, ଟେବୁଲ୍ ଟେନିସ୍ ଷ୍ଟାର୍ ମନିକା ବାତ୍ରା, ରେସଲର୍ ଭିନେଶ ଫୋଗାଟ୍ ଓ ମହିଳା ହକି ଟିମ୍ କ୍ୟାପଟେନ୍ ରାଣୀ ରାମପଲଙ୍କୁ ‘ଖେଳ ରତ୍ନ’ ପାଇଁ ମନୋନୀତ ହୋଇଥିଲେ। ରୋହିତ୍ ଏବେ ଟି-୨୦ ବିଶ୍ୱକପ୍ ଖେଳୁଥିବାରୁ ତାଙ୍କୁ ପରେ ଏହି ପୁରସ୍କାର ପ୍ରଦାନ କରାଯିବ।

https://twitter.com/Media_SAI/status/1455129791342858242?s=20

ସେହିପରି ଭାରତୀୟ ପୁରୁଷ କ୍ରିକେଟ୍ ଟିମର ପେସ୍ ବୋଲର ଈଶାନ୍ତ ଶର୍ମା, ମହିଳା କ୍ରିକେଟର୍ ଦୀପ୍ତି ଶର୍ମା, ମହିଳା ବକ୍ସର ଲଭଲିନ୍ ବୋର୍ଗୋହେନ୍, ହକି ଷ୍ଟାର୍ ଆକାଶଦୀପ ସିଂହ, ମହିଳା ହକି ଷ୍ଟାର୍ ଦୀପିକା, ଶୁଟର୍ ମାନୁ ଭାକର, ଶୁଟର୍ ସୌରଭ ଚୌଧୁରୀଙ୍କ ସମେତ ୨୭ ଜଣ ଅର୍ଜୁନ ପୁରସ୍କାର ହାସଲ କରିଛନ୍ତି।

ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଛନ୍ତି ଧର୍ମେନ୍ଦ୍ର ତିୱାରୀ (ଆର୍ଚରୀ), ପୁରୁଷୋତ୍ତମ ରାଏ (ଆଥଲେଟିକ୍ସ), ଶିବ ସିଂହ (ବକ୍ସିଂ), ରମେଶ ପାଥନିଆ (ହକି), କ୍ରିଷ୍ଣା କୁମାର ହୁଡା (କବାଡି)ଳ ବିଜୟ ବାଲଚନ୍ଦ୍ର ମୁନିଶୱାର (ପାରା ପାୱାରଲିଫ୍ଟିଂ), ନରେଶ କୁମାର (ଟେନିସ), ଓମ୍ ପ୍ରକାଶ ଦହିୟା (ରେସଲିଂ)। ସେହିପରି ୧୪ ଜଣଙ୍କୁ ଧ୍ୟାନଚାନ୍ଦ ପୁରସ୍କାରରେ ସମ୍ମାନିତ କରାଯାଇଛି।

Related story