Advertisment

ରୁଷୀୟ ଖେଳାଳିଙ୍କୁ ଧୂଳି ଚଟାଇଲେ ୟୁକ୍ରେନ୍ ସୁନ୍ଦରୀ

ମେକ୍ସିକୋ ସିଟି: ୟୁକ୍ରେନ୍ ଉପରେ ରୁଷ୍ ସଆନା ଗତ ମାସରୁ ଘନଘନ ଆକ୍ରମଣ ଆରମ୍ଭ କରିଦେଇଛି। ୟୁକ୍ରେନ୍ ମଧ୍ୟ ଏହାର ଦୃଢ଼ ଜବାବ ଦେବାକୁ ପଛାଇ ନାହିଁ। ଗୋଟିଏ ପଟେ ଦେଶର ସେନା ଜୀବନକୁ ବାଜି ଲଗାଇ ଯୁଦ୍ଧରେ ମାତିଥିବା ବେଳେ ଏପଟେ କ୍ରୀଡ଼ା ମଇଦାନରେ ମଧ୍ୟ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିଛି। ମେକ୍ସିକୋରେ ଚାଲିଥିବା ମଣ୍ଟେରୀ ଓପନରେ ଭାଗ ନେଇଥିବା ୟୁକ୍ରେନର ଟେନିସ୍ ସୁନ୍ଦରୀ ଏଲିନା ସ୍ୱିତୋଲିନା ପ୍ରଥମ ରାଉଣ୍ଡରେ ରୁଷର […]

author-image
Ranjit Kumar Jena
ରୁଷୀୟ ଖେଳାଳିଙ୍କୁ ଧୂଳି ଚଟାଇଲେ ୟୁକ୍ରେନ୍ ସୁନ୍ଦରୀ

elina-svitolina

ମେକ୍ସିକୋ ସିଟି: ୟୁକ୍ରେନ୍ ଉପରେ ରୁଷ୍ ସଆନା ଗତ ମାସରୁ ଘନଘନ ଆକ୍ରମଣ ଆରମ୍ଭ କରିଦେଇଛି। ୟୁକ୍ରେନ୍ ମଧ୍ୟ ଏହାର ଦୃଢ଼ ଜବାବ ଦେବାକୁ ପଛାଇ ନାହିଁ। ଗୋଟିଏ ପଟେ ଦେଶର ସେନା ଜୀବନକୁ ବାଜି ଲଗାଇ ଯୁଦ୍ଧରେ ମାତିଥିବା ବେଳେ ଏପଟେ କ୍ରୀଡ଼ା ମଇଦାନରେ ମଧ୍ୟ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିଛି। ମେକ୍ସିକୋରେ ଚାଲିଥିବା ମଣ୍ଟେରୀ ଓପନରେ ଭାଗ ନେଇଥିବା ୟୁକ୍ରେନର ଟେନିସ୍ ସୁନ୍ଦରୀ ଏଲିନା ସ୍ୱିତୋଲିନା ପ୍ରଥମ ରାଉଣ୍ଡରେ ରୁଷର ଆନାସ୍ତାସିଆ ପୋଟାପୋଭାଙ୍କୁ ଭେଟିଛନ୍ତି।

Advertisment

ଯୁଦ୍ଧ ମଇଦାନରେ ହୁଏତ ରୁଷ୍ ୟୁକ୍ରେନ୍ ଉପରେ ଭାରୀ ପଡ଼ିଥାଇପାରେ। କିନ୍ତୁ ଟେନିସରେ ସ୍ୱିତୋଲିନା ଏହି ରୁଷ୍ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଧୂଳି ଚଟାଇଛନ୍ତି। ପ୍ରଥମ ରାଉଣ୍ଡରେ ସ୍ୱିତୋଲିନା ସିଧାସଳଖ ୬-୨, ୬-୧ ସେଟରେ ପୋଟାପୋଭାଙ୍କୁ ହରାଇଛନ୍ତି। ଅନ୍ତର୍ଜାତୀୟ ଟେନିସ୍ ଫେଡେରେସନ୍ ରୁଷ୍ ଉପରେ ପ୍ରତିବନ୍ଧକ ଲଗାଇଥିବାରୁ ପୋଟାପୋଭା ରୁଷ୍ ଧ୍ୱଜା ଅଧୀନରେ ଖେଳୁନାହାନ୍ତି।

Svitolina of Ukraine beats Potapova of Russia in WTA event

ପୂର୍ବରୁ ସ୍ୱିତୋଲିନା କହିଥିଲେ ଯେ ସେ ୟୁକ୍ରେନ୍ ଉପରେ ଆକ୍ରମଣ ପରଆ ରୁଷ୍ କିମ୍ବା ବେଲାରୁଷର ଖେଳାଳିଙ୍କ ବିରୋଧରେ ଡବ୍ଲ୍ୟୁଟିଏ ଟୁର୍ ମ୍ୟାଚ୍ ଖେଳିବେ ନାହିଁ। କିନ୍ତୁ ଆଇଟିଏଫ୍, ଡବ୍ଲ୍ୟୁଟିଏ ଓ ଏଟିପି ମଙ୍ଗଳବାର ମିଳିତ ନିଷ୍ପତ୍ତି ନେବା ପରେ ସେ ନିଜର ନିଷ୍ପତ୍ତି ବଦଳାଇଥିଲେ। ମ୍ୟାଚ୍ ପରେ କୋର୍ଟରେ ଦେଇଥିବା ସାକ୍ଷାତକାରରେ ସ୍ୱିତୋଲିକା କହିଛନ୍ତି, ଏହା ମୋ ପାଇଁ ବହୁତ ସ୍ପେଶାଲ୍ ଇଭେଣ୍ଟ। ଏଠାରୁ ମୁଁ ଯାହାବି ଅର୍ଥରାଶି ହାସଲ କରିବି, ସେସବୁ ୟୁକ୍ରେନ୍ ସେନାକୁ ଦାନ କରିବି। ଆପଣଙ୍କ ସମର୍ଥନ ପାଇଁ ବହୁତ ବହୁତ ଧନ୍ୟବାଦ। ମ୍ୟାଚ୍ ଉପରେ ପୂରା ଧ୍ୟାନ ରହିବ। ମୁଁ ନିଜ ଦେଶ ପାଇଁ ଏକ ମିଶନରେ ଥିଲି।

Advertisment

What we are going through right now in Ukraine, it's terrifying,' Elina  Svitolina sets on a mission to unite the tennis community to stand with  Ukraine » FirstSportz

ସ୍ୱିତୋଲିନା ଆହୁରି କହିଛନ୍ତି, ଯେତେବେଳେ ବି ମୁଁ ଏଠାରେ ଖେଳେ, ଏଠାକାର ପରିବେଶ ବହୁତ ଖାସ୍ ହୋଇଥାଏ। ବିଶେଷକରି ଏହା ମୋ ପାଇଁ ସବୁଠାରୁ ସ୍ପେଶାଲ୍ ମ୍ୟାଚ୍। ମୁଁ ବହୁତ ଦୁଃଖୀ, କିନ୍ତୁ ମୋତେ ଖୁସି ଲାଗୁଛି ଯେ ମୁଁ ଏଠାରେ ଟେନିସ୍ ଖେଳୁଛି। ତା’ଛଡ଼ା ସମସ୍ତଙ୍କ ସାମ୍ନାରେ ଖେଳୁଥିବାରୁ ନିଜକୁ ଗୌରବାନ୍ୱିତ ମନେ କରୁଛି।

୨୭ ବର୍ଷୀୟ ଏଲିନା ସ୍ୱିତୋଲିନା ୨୦୨୦ରେ ମଣ୍ଟେରୀ ଓପନରେ ମହିଳା ସିଙ୍ଗଲ୍ସ ଟାଇଟଲ ଜିତିଥିଲେ। ତେବେ ଚଳିତ ଥର ସେ ଦ୍ୱିତୀୟ ରାଉଣ୍ଡରେ ବୁଲଗେରିଆର ଭିକ୍ଟୋରିଆ ଟୋମୋଭାଙ୍କୁ ଭେଟିବେ। ସେହିପରି ୟୁକ୍ରେନର ଆଉଜଣେ ଟେନିସ୍ ଖେଳାଳି ଦାୟନା ୟାସ୍ତ୍ରେମସ୍କା ଲିଅନ୍ ଓପନ୍ ଖେଳୁଛନ୍ତି। ସେ ମଧ୍ୟ ଏହି ଓପନର ପ୍ରଥମ ରାଉଣ୍ଡରେ ବିଜୟୀ ହୋଇଛନ୍ତି। ଏହା ତାଙ୍କ ଜୀବନର ସବୁଠାରୁ କଠିନ ମ୍ୟାଚ୍ ଥିଲା ବୋଲି ଦାୟନା କହିଛନ୍ତି।