Advertisment

କାନ୍ଦିକାନ୍ଦି ଟେନିସକୁ ଅଲବିଦା କହିଲେ ଫେଡେରର, ବିରାଟ କଲେ ଏମିତି ଟ୍ୱିଟ୍‌

ନୂଆଦିଲ୍ଲୀ: ସରିଛି ରୋଜର ଫେଡରରଙ୍କ ଯୁଗ। ଟେନିସକୁ ଅଲିବଦା କହିଛନ୍ତି କିମ୍ବଦନ୍ତୀ ଫେଡେରର। ଲାଭେର କପ୍‌ରେ ଶେଷ ମ୍ୟାଚ୍‌ ଖେଳିବା ପରେ ସେ କାନ୍ଦିକାନ୍ଦି ନିଜର ୨୪ ବର୍ଷର ଟେନିସ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ଶେଷ ମ୍ୟାଚ୍‌ରେ ଫେଡେରରଙ୍କ ସାଥୀ ହୋଇଥିବା ସ୍ପେନ ତାରକା ରାଫେଲ ନାଡାଲ ମଧ୍ୟ ଭାବବ୍ୱିହଳ ହୋଇ କାନ୍ଦୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଅନେକ ମ୍ୟାଚ୍‌ରେ ଫେଡେରର ଓ ନାଡାଲଙ୍କ ମଧ୍ୟରେ କଡ଼ା ଟକ୍କର ଦର୍ଶକ ଦେଖିଥିଲେ। ଦୁଇ ଜଣ ପରସ୍ପରର ଚୀର […]

ଅଦ୍ୟତନ ହୋଇଛି
କାନ୍ଦିକାନ୍ଦି ଟେନିସକୁ ଅଲବିଦା କହିଲେ ଫେଡେରର, ବିରାଟ କଲେ ଏମିତି ଟ୍ୱିଟ୍‌

Fedrer

Advertisment

ନୂଆଦିଲ୍ଲୀ: ସରିଛି ରୋଜର ଫେଡରରଙ୍କ ଯୁଗ। ଟେନିସକୁ ଅଲିବଦା କହିଛନ୍ତି କିମ୍ବଦନ୍ତୀ ଫେଡେରର। ଲାଭେର କପ୍‌ରେ ଶେଷ ମ୍ୟାଚ୍‌ ଖେଳିବା ପରେ ସେ କାନ୍ଦିକାନ୍ଦି ନିଜର ୨୪ ବର୍ଷର ଟେନିସ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ଶେଷ ମ୍ୟାଚ୍‌ରେ ଫେଡେରରଙ୍କ ସାଥୀ ହୋଇଥିବା ସ୍ପେନ ତାରକା ରାଫେଲ ନାଡାଲ ମଧ୍ୟ ଭାବବ୍ୱିହଳ ହୋଇ କାନ୍ଦୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଅନେକ ମ୍ୟାଚ୍‌ରେ ଫେଡେରର ଓ ନାଡାଲଙ୍କ ମଧ୍ୟରେ କଡ଼ା ଟକ୍କର ଦର୍ଶକ ଦେଖିଥିଲେ। ଦୁଇ ଜଣ ପରସ୍ପରର ଚୀର ପ୍ରତିଦ୍ୱନ୍ଦ୍ୱୀ। ତଥାପି ଫେଡରରଙ୍କ ପାଇଁ ଥିବା ନାଡାଲଙ୍କ ସମ୍ମାନ ଆଜି ପୂରା ବିଶ୍ୱ ଦେଖିଛି।

Advertisment

ଲାଭେର କପ୍‌ରେ ନିଜର ଶେଷ ପ୍ରତିଯୋଗିତାମୂଳକ ମ୍ୟାଚ୍‌ ଖେଳୁଥିବା ଫେଡେରରଙ୍କ ପତ୍ନୀ ମିରକା, ୪ ପିଲା ଓ ବାପା ମା’ ମଧ୍ୟ ଉପସ୍ଥିତ ରହିଥିଲେ। ୨୦ ଥରର ଗ୍ରାଣ୍ଡସ୍ଲାମ ଚାମ୍ପିୟନଙ୍କୁ ବିଦାୟ ଜଣାଇବା ବେଳେ ସମସ୍ତଙ୍କ ଆଖିରେ ଲୁହ ଚାଲି ଆସିଥିଲା। ସେହିପରି ସାଥୀ ଖେଳାଳିମାନେ ମ୍ୟାଚ୍ ପରେ ଫେଡେରରଙ୍କୁ କାନ୍ଦରେ ଉଠାଇଥିଲେ।

ଟିମ୍ ୟୁରୋପ ଭାବେ ଫେଡେରର ଓ ନାଡାଲ ଲାଭେର କପରେ ଭାଗ ନେଇଥିଲେ। ଫେଡାଲ ନାମରେ ପରିଚିତ ଏହି ଯୋଡ଼ି ଟିମ୍ ୱାର୍ଲଡରେ ଥିବା ଜ୍ୟାକ ସକ ଓ ଫ୍ରାନ୍ସେସ ଟାଇଫେଙ୍କ ଠାରୁ ୬-୪, ୬(୨)-୭ ଓ ୯-୧୧ରେ ହାରି ଯାଇଛନ୍ତି। ମ୍ୟାଚ୍ ହାରିଥିଲେ ମଧ୍ୟ ଟିମ ୟୁରୋପ ଓ ଟିମ୍ ୱାର୍ଲଡ ଏକାଠି ଫେଡରରଙ୍କୁ ବିଦାୟ ଜଣାଇଥିଲେ।

Advertisment

ଗତ ସପ୍ତାହରେ ନିଜର ଅବସର ସମ୍ପର୍କରେ ଘୋଷଣା କରିଥିବା ଫେଡେରର ତାଙ୍କ ପତ୍ନୀ ମିରକାଙ୍କୁ ସବୁ ପ୍ରକାରର ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ମିରକା ଚାହିଁଥିଲେ ମୋତେ କେଉଁ ଦିନ ଠାରୁ ଟେନିକୁ ଖେଳିବାରୁ ବାରଣ କରିପାରି ଥାଆନ୍ତେ। କିନ୍ତୁ ସେ ସେମିତି କିଛି ବି କରି ନାହାନ୍ତି। ସେ ମୋ ସହ ଛିଡ଼ା ହୋଇଛନ୍ତି ଓ ମୋତେ ଖେଳିବାକୁ ଅନୁମତି ଦେଇଛନ୍ତି। ଏହା ମୋତେ ଆନନ୍ଦ ଦେଇଛି। ସେଥିପାଇଁ ତାଙ୍କୁ ଧନ୍ୟବାଦ। ଏଥିସହ ସେ ନିଜର ପରିବାର ଓ ମା’ଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।


ଫେଡେରର ୨୦ଥର ଗ୍ରାଣ୍ଡସ୍ଲାମ ଟ୍ରଫି ଜିତିଛନ୍ତି। ସେ ୬ ଥର ଅଷ୍ଟ୍ରେଲିଆ ଓପନ ଟାଇଟଲ୍ସ, ଗୋଟିଏ ଥର ଫ୍ରେଞ୍ଚ ଓପନ ଟ୍ରଫି, ୮ଥର ୱିମ୍ବେଲଡନ ଟ୍ରଫି ଓ କ୍ରମାଗତ ୫ଥର ଆମେରିକା ଓପନ ଟାଇଟଲ ଜିତିବାର ରେକର୍ଡ କରିଛନ୍ତି। ନିଜର ଏଟିପି ଟୁର କ୍ୟାରିୟରରେ ସେ ୧୨୫୧ ଥର ଜିତିଛନ୍ତି। ଏହା ବିଶ୍ୱରେ ଦ୍ୱିତୀୟ ସର୍ବାଧିକ। ତାଙ୍କ ଉପରେ ୧୨୭୪ ଏଟିପି ବିଜୟ ସହ ଜିମ୍ମି କୋନର୍ସ ରହିଛନ୍ତି। ଫେଡେରର ୧୦୩ ଟୁର ଲେଭଲ ଟ୍ରଫି ଅର୍ଥାତ ଏଟିପି ଟାଇଟଲ ଜିତିଛନ୍ତି।

୧୯୯୮ରେ ନିଜର ପ୍ରଥମ ଏଟିପି ଟୁର ମ୍ୟାଚ୍‌ ଖେଳିଥିବା ଫେଡେରର ୩୧୦ ସପ୍ତାହ ଧରି ବିଶ୍ୱର ୧ନଂ ଟେନିସ ଖେଳାଳି ହୋଇ ରହିଥିଲେ। ଏହା ମଧ୍ୟରେ ରେକର୍ଡ କ୍ରମାଗତ ୨୩୭ ସପ୍ତାହ ରହିଛି। ମାତ୍ର ୨୧ ବର୍ଷ ବୟସରେ ଫେଡରର ୨୦୦୩ ୱିମ୍ବେଲଡନରେ ନିଜର ପ୍ରଥମ ବଡ଼ ଟ୍ରଫି ଜିତିଥିଲେ। ୨୦୦୩ରୁ ୨୦୦୯ ମଧ୍ୟରେ ସେ ୨୮ଟି ଟୁର୍ଣ୍ଣାମେଣ୍ଟରୁ ୨୧ଟିରେ ଫାଇନାଲ ମ୍ୟାଚ୍ ଖେଳିଥିଲେ।

୨୦୨୦ ଅଷ୍ଟ୍ରେଲିଆ ଓପନରେ ଫେଡେରର ଆହତ ହୋଇଥିଲେ। ଏହାପରେ ସେ ୨୦୨୧ରେ ୱିମ୍ବେଲଡନ ଖେଳିବାକୁ କୋଟକୁ ଓହ୍ଲାଇଥିଲେ। କିନ୍ତୁ କ୍ୱାର୍ଟର ଫାଇନାଲରେ ତାଙ୍କ ଆଣ୍ଠୁରେ ସମସ୍ୟା ଦେଖାଯିବାରୁ ସେ ମ୍ୟାଚ୍ ଖେଳି ନଥିଲେ। ସେବେଠାରୁ ଆଉ ତାଙ୍କୁ ଟେନିସ କୋଟରେ ଦେଖିବାକୁ ମିଳି ନଥିଲା। ଶେଷରେ ୨୦୨୨ ଜୁନ୍‌ ୧୩ରେ ପ୍ରଥମଥର ପାଇଁ ଫେଡେରର ଟପ୍ ୫୦ ଖେଳାଳିଙ୍କ ତାଲିକାରୁ ବାଦ ପଡ଼ିଥିଲେ। ୨୦୨୨ରେ ଲାଭେର କପ୍‌ରେ ସେ ଯୁଗଳ ମ୍ୟାଚ ଖେଳି ନିଜର ଅନ୍ତର୍ଜାତୀୟ ଟେନିସ କ୍ୟାରିୟରରକୁ ଅଲବିଦା କହିଛନ୍ତି।


ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଜି ଫେଡେରର କାନ୍ଦି କାନ୍ଦି ଅବସର ନେଉଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ନାଡାଲ ମଧ୍ୟ କାନ୍ଦି ପକାଇଥିଲେ। ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଟେନିସ ପ୍ରତି ରୁଚି ରଖିଥିବା ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ବିରାଟ କୋହଲି ଏହି ଫଟୋକୁ ଟ୍ୱିଟ କରିଛନ୍ତି।

ସେ ଏଥିରେ ଲେଖିଛନ୍ତି, କିଏ ଭାବିଥିବ ପ୍ରତିଦ୍ୱନ୍ଦ୍ୱୀ ପରସ୍ପର ପ୍ରତି ଏମିତି ଆଭିମୁଖ୍ୟ ଦେଖାଇବେ? ଏହା ହିଁ କ୍ରୀଡ଼ାର ସୌନ୍ଦର୍ଯ୍ୟତା। ମୋ ପାଇଁ ଏହା କ୍ରୀଡ଼ା ଜଗତର ସବୁଠାରୁ ସୁନ୍ଦର ଫଟୋ। କିଛି ନୁହେଁ, ଦୁଇ ଜଣଙ୍କ ପ୍ରତି ସମ୍ମାନ ବୋଲି ବିରାଟ ଲେଖିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe