Advertisment

ବ୍ୟାକ୍ ଟୁ ବ୍ୟାକ୍ ୨୩୬ ପଞ୍ଚ୍, ଆଉ ତା’ ପରେ…

ନୂଆଦିଲ୍ଲୀ: ବକ୍ସରଙ୍କ ଜୀବନଶୈଳୀ ଆଦୌ ସହଜ ନୁହେଁ। ସେମାନଙ୍କୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିଥାଏ। ଚାମ୍ପିୟନଶିପ୍ ବେଳେ କେତେବେଳେ ମୁହଁରେ ଆଘାତ ଲାଗିଥାଏ ତ କେତେବେଳେ ଶରୀର କୌଣସି ଅଙ୍ଗରେ ଲାଗିଥାଏ। ଏପରିକି ଏହି ଆଘାତ କାରଣରୁ ବକ୍ସରଙ୍କୁ ଚିହ୍ନିବା କଷ୍ଟକର ହୋଇଥାଏ। ଏମିତି କିଛି ଘଟିଛି ଜଣେ ମହିଳା ବକ୍ସରଙ୍କ ସହ, ଯିଏ ମୁହଁରେ ୨୩୬ ବକ୍ସିଂ ପଞ୍ଚ ଖାଇଛନ୍ତି। ଏପରିକି ଯେତେବେଳେ ସେ ବାହାରକୁ ଆସିଲେ, ତାଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ିଥିଲା। ସୋଶାଲ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ବ୍ୟାକ୍ ଟୁ ବ୍ୟାକ୍ ୨୩୬ ପଞ୍ଚ୍, ଆଉ ତା’ ପରେ…

boxing

ନୂଆଦିଲ୍ଲୀ: ବକ୍ସରଙ୍କ ଜୀବନଶୈଳୀ ଆଦୌ ସହଜ ନୁହେଁ। ସେମାନଙ୍କୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିଥାଏ। ଚାମ୍ପିୟନଶିପ୍ ବେଳେ କେତେବେଳେ ମୁହଁରେ ଆଘାତ ଲାଗିଥାଏ ତ କେତେବେଳେ ଶରୀର କୌଣସି ଅଙ୍ଗରେ ଲାଗିଥାଏ। ଏପରିକି ଏହି ଆଘାତ କାରଣରୁ ବକ୍ସରଙ୍କୁ ଚିହ୍ନିବା କଷ୍ଟକର ହୋଇଥାଏ। ଏମିତି କିଛି ଘଟିଛି ଜଣେ ମହିଳା ବକ୍ସରଙ୍କ ସହ, ଯିଏ ମୁହଁରେ ୨୩୬ ବକ୍ସିଂ ପଞ୍ଚ ଖାଇଛନ୍ତି। ଏପରିକି ଯେତେବେଳେ ସେ ବାହାରକୁ ଆସିଲେ, ତାଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ିଥିଲା। ସୋଶାଲ ମିଡିଆରେ ତାଙ୍କର ଫଟୋ ଭାଇରାଲ୍ ହୋଇଛି। ଲୋକେ ମଧ୍ୟ ମହିଳାଙ୍କ ସାହସିକତାକୁ ସାବାସି ଦେଇଛନ୍ତି।

Advertisment

୨୩୬ ପଞ୍ଚ ଖାଇଥିବା ମହିଳା ଜଣକ ହେଲେ ମିରିୟମ ଗୁଟିରେଜ୍, ଯାହାଙ୍କୁ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଅମାଣ୍ଡା ସେରାନୋ ଏକ ପେସାଦାର ବକ୍ସିଂ ମ୍ୟାଚରେ ହରାଇ ଦେଇଛନ୍ତି। ମ୍ୟାଚ୍ ପରେ ଅମାଣ୍ଡା ନିଜ ପ୍ରତିଦ୍ୱନ୍ଦ୍ୱୀ ମିରିୟଙ୍କ ସହ ଫଟୋ ଉଠାଇଥିଲେ, ଯେଉଁଥିରେ ସେ ଦେଖାଇଛନ୍ତି ଯେ କିପରି ମିରିୟମଙ୍କ ମୁହଁ ଫୁଲିଯାଇଛି। ଏହି କାରଣରୁ ଲୋକେ ତାଙ୍କୁ ଚିହ୍ନି ପାରିନଥିଲେ। ଏହି ମ୍ୟାଚ୍ ଶନିବାର ଫ୍ଲୋରିଡାରର ଟେମ୍ପାରେ ଖେଳାଯାଇଥିଲା। ଏହି ମୁକାବିଲା ଜିତି ଅମାଣ୍ଡା ଲାଇଟୱେଟ୍ ବାଉଟର ଟାଇଟଲ୍ ନିଜ ନାଁରେ କରିଥିଲେ।

https://twitter.com/Serranosisters/status/1472430508806221826?s=20

ଏହି ମ୍ୟାଚରେ ଦୁଇଟି ମିନିଟ୍ ଲେଖାଏ ବିଶିଷ୍ଟ ୧୦ ରାଉଣ୍ଡ ଖେଳାଯାଇଥିଲା। ପ୍ରଥମ ରାଉଣ୍ଡରେ ମିରିୟମ ୩୭ ପଞ୍ଚ ଖାଇଥିଲେ। ତେବେ ବାକି ରାଉଣ୍ଡରେ ତାଙ୍କୁ ମୋଟ ୧୯୯ ପଞ୍ଚ ମରାଯାଇଥିଲା। ଆଉ ଏହାକୁ ମିଶାଇ ମୋଟ ୨୩୬ ପଞ୍ଚ ମିରିୟମ ଖାଇଥିଲେ।

Advertisment

ମ୍ୟାଚ୍ ପରେ ଟ୍ରଫି ଜିତିଥିବା ଅମାଣ୍ଡା ନା କେବଳ ମିରିୟମଙ୍କୁ ପ୍ରଶଂସା କରିଛନ୍ତି ବରଂ ତାଙ୍କର ସାହସକୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଶେଷ ଯାଏ ଲଢ଼ିଥିବାରୁ ମୁଁ ମୋ ଡାନ୍ସ ପାର୍ଟନର୍ ମିରିୟମଙ୍କୁ ଧନ୍ୟବାଦ ଜଣାଉଛି। ମିରିୟମ୍ ଜଣେ ମଜଭୁତ୍ ଖେଳାଳି। ସେ ତାଙ୍କର ବେଷ୍ଟ ଶେପରେ ଅଛନ୍ତି ଏବଂ ଆଗାମୀ ମ୍ୟାଚ୍ ଗୁଡ଼ିକରେ ସେ ନିଶ୍ଚୟ ଭଲ ପ୍ରଦର୍ଶନ କରିବେ।