Advertisment

୩୯ ବର୍ଷ କୋମାରେ ରହିବା ପରେ ଆଖି ବୁଜିଲେ

ନୂଆଦିଲ୍ଲୀ: ଫ୍ରାନ୍ସର ପୂର୍ବତନ ଡିଫେଣ୍ଡର ଜିନ୍-ପିଏର ଆଡାମ୍ସଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ଆଡାମ୍ସ ଗତ ୩୯ ବର୍ଷ ଧରି କୋମାରେ ଥିଲେ। ୧୯୮୨ରେ ଆଣ୍ଠୁରେ ଅପରେସନ୍ କରିବା ପୂର୍ବରୁ ତାଙ୍କୁ ଆନାସ୍ତାସିଆ ଦିଆଯାଇଥିଲା। କିନ୍ତୁ ଏହି ମେଡିସିନ୍ ତାଙ୍କ ପାଇଁ ଅଭିଶାପ ପାଲଟିଯାଇଥିଲା। ଏହା ପରେ ତାଙ୍କର ବ୍ରେନ୍ ଡ୍ୟାମେଜ୍ ହେବା ସହ ସେ କୋମାକୁ ଚାଲିଯାଇଥିଲେ। ସୋମବାର ନାଇମ୍ସ ୟୁନିଭର୍ସିଟି ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। […]

author-image
Ranjit Kumar Jena
୩୯ ବର୍ଷ କୋମାରେ ରହିବା ପରେ ଆଖି ବୁଜିଲେ

Jean-Pierre-Adams

ନୂଆଦିଲ୍ଲୀ: ଫ୍ରାନ୍ସର ପୂର୍ବତନ ଡିଫେଣ୍ଡର ଜିନ୍-ପିଏର ଆଡାମ୍ସଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ଆଡାମ୍ସ ଗତ ୩୯ ବର୍ଷ ଧରି କୋମାରେ ଥିଲେ। ୧୯୮୨ରେ ଆଣ୍ଠୁରେ ଅପରେସନ୍ କରିବା ପୂର୍ବରୁ ତାଙ୍କୁ ଆନାସ୍ତାସିଆ ଦିଆଯାଇଥିଲା। କିନ୍ତୁ ଏହି ମେଡିସିନ୍ ତାଙ୍କ ପାଇଁ ଅଭିଶାପ ପାଲଟିଯାଇଥିଲା। ଏହା ପରେ ତାଙ୍କର ବ୍ରେନ୍ ଡ୍ୟାମେଜ୍ ହେବା ସହ ସେ କୋମାକୁ ଚାଲିଯାଇଥିଲେ। ସୋମବାର ନାଇମ୍ସ ୟୁନିଭର୍ସିଟି ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Advertisment

https://twitter.com/ESPNFC/status/1434856440309719042?s=20

ଆଫ୍ରିକୀୟ ଦେଶ ସେନେଗଲରେ ଜନ୍ମିତ ଆଡାମ୍ସ ଡିଫେଣ୍ଡର ପୋଜିସନରେ ଖେଳୁଥିଲେ। ସେ ୧୯୭୦ରୁ ୧୯୭୩ ଯାଏ ନାଇମ୍ସ, ୧୯୭୩-୭୭ ଯାଏ ନିସ୍ ଏବଂ ୧୯୭୭ରୁ ୧୯୭୯ ଯାଏ ପ୍ୟାରିସ୍ ସେଣ୍ଟ ଜର୍ମେନ୍ ପକ୍ଷରୁ ଖେଳିଥିଲେ।

ସେ ୧୯୭୨ରୁ ୧୯୭୬ ମଧ୍ୟରେ ୨୨ଟି ମ୍ୟାଚରେ ଫ୍ରାନ୍ସର ପ୍ରତିନିଧିତ୍ୱ କରିଥିଲେ। ତେବେ ସେ ନିସ୍ କ୍ଲସ୍ ପକ୍ଷରୁ ସର୍ବାଧିକ ୧୪୦ ମ୍ୟାଚ୍ ଖେଳିଛନ୍ତି। କ୍ଲବ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କହିଛି, ସେପ୍ଟେମ୍ବର ୧୯ ତାରିଖରେ ମୋନାକୋ ବିପକ୍ଷ ମ୍ୟାଚ୍ ପୂର୍ବରୁ ପିଏର୍ ଆଡାମ୍ସଙ୍କୁ ସ୍ମରଣ କରାଯିବ।

Advertisment