ହୃଦଘାତରେ ଚାଲିଗଲେ ପୂର୍ବତନ ଅମ୍ପାୟାର ଅଶଦ ରୌଫ

ଲାହୋର: ଆଇସିସି ଏଲିଟି ପ୍ୟାନେଲର ପୂର୍ବତନ ପାକିସ୍ତାନ ଅମ୍ପାୟାର ଅଶଦ ରୌଫ ଆଉ ନାହାନ୍ତି। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ଲାହୋରରୁ ତାଙ୍କ ମୃତ୍ୟୁ ଖବର ଆସିବା ପରେ ସମଗ୍ର କ୍ରିକେଟ ଜଗତ ଶୋକ ପ୍ରକାଶ କରିଛି। ରୌଫ ୬୪ଟି ଟେଷ୍ଟ, ୧୩୯ ଦିନିକିଆ, ୨୮ଟି ଟି-୨୦ ଅନ୍ତଜାର୍ତୀୟ ମ୍ୟାଚ ବ୍ୟତୀତ ଆଇପିଏଲର ଏକାଧିକ ମ୍ୟାଚ୍‌ରେ ଅମ୍ପାୟାରିଂ କରିଛନ୍ତି। ପାକିସ୍ତାନର ଅନ୍ୟତମ ଖ୍ୟାତି ଅର୍ଜନ କରିଥିବା ଅମ୍ପାୟାରମାନଙ୍କ […]

ashd-rauf

  • Published: Thursday, 15 September 2022
  • , Updated: 15 September 2022, 10:26 AM IST

ଲାହୋର: ଆଇସିସି ଏଲିଟି ପ୍ୟାନେଲର ପୂର୍ବତନ ପାକିସ୍ତାନ ଅମ୍ପାୟାର ଅଶଦ ରୌଫ ଆଉ ନାହାନ୍ତି। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ଲାହୋରରୁ ତାଙ୍କ ମୃତ୍ୟୁ ଖବର ଆସିବା ପରେ ସମଗ୍ର କ୍ରିକେଟ ଜଗତ ଶୋକ ପ୍ରକାଶ କରିଛି। ରୌଫ ୬୪ଟି ଟେଷ୍ଟ, ୧୩୯ ଦିନିକିଆ, ୨୮ଟି ଟି-୨୦ ଅନ୍ତଜାର୍ତୀୟ ମ୍ୟାଚ ବ୍ୟତୀତ ଆଇପିଏଲର ଏକାଧିକ ମ୍ୟାଚ୍‌ରେ ଅମ୍ପାୟାରିଂ କରିଛନ୍ତି।

ପାକିସ୍ତାନର ଅନ୍ୟତମ ଖ୍ୟାତି ଅର୍ଜନ କରିଥିବା ଅମ୍ପାୟାରମାନଙ୍କ ମଧ୍ୟରେ ଥିବା ରୌଫ ୨୦୦୬ରେ ଆଇସିସିର ଏଲିଟି ପ୍ୟାନେଲକୁ ମନୋନୀତ ହୋଇଥିଲେ। ୨୦୧୩ ଯାଏ ସେ ଏହି ପ୍ୟାନେଲରେ ଥିଲେ। ୨୦୦୦ ମସିହାରେ ପ୍ରଥମଥର ପାଇଁ ରୌଫ କୌଣସି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ରେ ଅମ୍ପାୟାରିଂ କରିଥିଲେ। ୨୦୦୫ରେ ତାଙ୍କୁ ଟେଷ୍ଟ ମ୍ୟାଚ୍‌ରେ ଅମ୍ପାୟାରିଂ କରିବାର ଦାୟିତ୍ୱ ମିଳିଥିଲା।

ପୁରୁଷ କ୍ରିକେଟ ବ୍ୟତୀତ ସେ ୧୧ଟି ମହିଳା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଫିଲ୍ଡ ଅମ୍ପାୟାର ଓ ଟିଭି ଅମ୍ପାୟାର ଭାବେ କାମ କରିଛନ୍ତି। ୪୦ଟି ପ୍ରଥମ ଶ୍ରେଣୀ ଓ ୨୬ଟି ଲିଷ୍ଟ ଏ ମ୍ୟାଚ୍‌ରେ ମଧ୍ୟ ତାଙ୍କୁ ଅମ୍ପାୟାରିଂ କରିବାର ଦେଖିବାକୁ ମିଳିଥିଲା। ଜଣେ ମଧ୍ୟକ୍ରମ ବ୍ୟାଟର ଭାବେ ଅଶଦ ରୌଫ ପାକିସ୍ତାନର ଘରୋଇ କ୍ରିକେଟରେ ନିଜ ଛାପ ଛାଡ଼ିଛନ୍ତି। ସେ ୭୧ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ୩୪୨୩ ରନ କରିଥିଲେ। ଏଥିସହ ୪୦ଟି ଲିଷ୍ଟ ଏ ମ୍ୟାଚ୍‌ ଖେଳି ୬୧୧ ରନ କରିଥିଲେ।

ଅଶଦ ରୌଫଙ୍କ ଅମ୍ପାୟାରିଂ କ୍ୟାବରିୟର ବିବାଦୀୟ ପରିସ୍ଥିତିରେ ଶେଷ ହୋଇଥିଲା। ମ୍ୟାଚ୍ ଫିକ୍ସିଂ ଓ ସ୍ପଷ୍ଟ ଫିକ୍ସିଂ ଭଳି ଘଟଣାରେ ସେ ସାମିଲ ଥିବା ଜଣାପଡ଼ିବା ପରେ ତାଙ୍କ ଉପରେ ବିସିସିଆଇ ୨୦୧୬ରେ ବ୍ୟାନ ଲଗାଇଥିଲା। ଏହାପୂର୍ବରୁ ଖରାପ ପ୍ରଦର୍ଶନ ପାଇଁ ୨୦୧୩ରେ ଆଇସିସି ମଧ୍ୟ ତାଙ୍କୁ ଏଲିଟି ପ୍ୟାନେଲରୁ ବାଦ ଦେଇଥିଲା। ଏଥିପାଇଁ ସେ ଅମ୍ପାୟାର ପଦରୁ ଇସ୍ତଫା ଦେଇଥିଲେ। ଅମ୍ପାୟାର ଜଗତକୁ ଅଲବିଦା କରିବା ପରେ ସେ ପାକିସ୍ତାନରେ କପଡ଼ା ଓ ଜୋତା ଦୋକାନ କରି ନିଜ ସହ ତାଙ୍କ ପାଖରେ କାମ କରୁଥିବା ଲୋକଙ୍କ ପରିବାରକୁ ଚଳାଉଥିଲେ।

୨୦୦୦ରୁ ୨୦୧୩ ମଧ୍ୟରେ ରୌଫ ୧୭୦ଟି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଅମ୍ପାୟାରିଂ କରିଥିଲେ। ହେଲେ ୨୦୧୩ ଆଇପିଏଲରେ ସମୟରେ ସେ ବୁକିଙ୍କ ଠାରୁ ମହଙ୍ଗା ଉପହାର ଗ୍ରହଣ କରି ସହ ଫିକ୍ସିଂରେ ଜଡ଼ିଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରିବା ପରେ ୨୦୧୬ରେ ବିସିସିଆଇ ତାଙ୍କୁ ୫ ବର୍ଷ ପାଇଁ କ୍ରିକେଟରୁ ବ୍ୟାନ କରିଥିଲା।

ଆଜି ତାଙ୍କ ବିୟୋଗରେ ଅନେକ କ୍ରିକେଟର ଓ କ୍ରିକେଟ ସଂସ୍ଥା ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି।

Related story