Advertisment

ମାତ୍ର ୩୦ ବର୍ଷ ବୟସରେ ଚାଲିଗଲେ ପୂର୍ବତନ WWE ରେସଲର ସାରା ଲି

ୱାଶିଂଟନ: ଆଉ ନାହାନ୍ତି ପୂର୍ବତନ WWE ରେସଲର ସାରା ଲି। ମାତ୍ର ୩୦ ବର୍ଷ ବସୟରେ ପୂର୍ବତନ ୱାର୍ଲଡ ରେସଲିଂ ଏଣ୍ଟରଟେନମେଣ୍ଟ (WWE) ରେସଲର ସାରାଙ୍କ ଦେହାନ୍ତ ହୋଇଛି। ସାରଙ୍କ ମା’ ଟେରି ଲି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। କିନ୍ତୁ କେମିତି ତାଙ୍କର ମୃତ୍ୟୁ ହେଲା ସେ ବିଷୟରେ କିଛି ବି ଜଣାପଡ଼ିନି। ସେ ଦୀର୍ଘ ଦିନ ହେଲା କୌଣସି ଅଜଣା ରୋଗରେ ପୀଡ଼ିତ ଥିବା କୁହାଯାଉଛି। ହେଲେ ସେ ଏଥିରୁ ସୁସ୍ଥ ହେଉଥିବା ମାତ୍ର […]

ମାତ୍ର ୩୦ ବର୍ଷ ବୟସରେ ଚାଲିଗଲେ ପୂର୍ବତନ WWE ରେସଲର ସାରା ଲି

sara-lee

Advertisment

ୱାଶିଂଟନ: ଆଉ ନାହାନ୍ତି ପୂର୍ବତନ WWE ରେସଲର ସାରା ଲି। ମାତ୍ର ୩୦ ବର୍ଷ ବସୟରେ ପୂର୍ବତନ ୱାର୍ଲଡ ରେସଲିଂ ଏଣ୍ଟରଟେନମେଣ୍ଟ (WWE) ରେସଲର ସାରାଙ୍କ ଦେହାନ୍ତ ହୋଇଛି। ସାରଙ୍କ ମା’ ଟେରି ଲି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। କିନ୍ତୁ କେମିତି ତାଙ୍କର ମୃତ୍ୟୁ ହେଲା ସେ ବିଷୟରେ କିଛି ବି ଜଣାପଡ଼ିନି। ସେ ଦୀର୍ଘ ଦିନ ହେଲା କୌଣସି ଅଜଣା ରୋଗରେ ପୀଡ଼ିତ ଥିବା କୁହାଯାଉଛି। ହେଲେ ସେ ଏଥିରୁ ସୁସ୍ଥ ହେଉଥିବା ମାତ୍ର ଦୁଇ ଦିନ ତଳେ ସାରା ନିଜେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ।

Advertisment

ସିଏନଏନରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସାରାଙ୍କ ମା’ ଗୋଟିଏ ସୋଶାଲ ମିଡିଆ ପୋଷ୍ଟରେ ଏହି ଦୁଃଖଦ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ  ଲେଖିଛନ୍ତି, “ଅତ୍ୟନ୍ତ ଦୁଃଖର ସହ କହିବାକୁ ଚାହୁଁଛି ଯେ ଆମ ସାରା ୱେଷ୍ଟନ ଏବେ ଯୀଶଙ୍କୁ ପାଖକୁ ଚାଲି ଯାଇଛି। ଆମେ ସମସ୍ତେ ସ୍ତବ୍ଧ ଓ କୌଣସି ପ୍ରକାରର ବ୍ୟବସ୍ଥା ମଧ୍ୟ ହୋଇନାହିଁ। ପରିବାର ଲୋକଙ୍କୁ ସମ୍ମାନର ସହ ଶୋକ ପ୍ରକାଶ କରିବା ପାଇଁ ଆପଣମାନେ ଅନୁମତି ଦିଅନ୍ତୁ।”

Advertisment


ସାରା ଲି ୨୦୧୫ରେ WWE ରିୟଲିଟି ପ୍ରତିଯୋଗିତା ସିରିଜ Tough Enough ଜିତିଥିଲେ। ହେଲେ ଏବେ ସେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି।

ସାରାଙ୍କ ଅକାଳ ବିୟୋଗ ପୂରା ରେସଲିଂ ଜଗତକୁ ସ୍ତବ୍ଧ କରି ଦେଇଛି। ଏଥିସହ ଅନେକ ଲୋକ ଶୋକ ପ୍ରକାଶ କରିବା ମଧ୍ୟ ଆରମ୍ଭ କରିଛନ୍ତି।
WWE ରେସଲର ନିଖି ଅଶ ସୋଶାଲ ମିଡିଆରେ ସାରଙ୍କ ସହ ଉଠାଇଥିବା କିଛି ଫଟୋ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ତୁମେ ଅନେକ ମାଧ୍ୟମରେ ବହୁତ ଭଲ। ତୁମେ ତମ ବନ୍ଧୁ ଓ ପରିବାର ଲୋକଙ୍କୁ ବହୁତ ଭଲ ପାଉଥିଲ। ତୁମେ ଜଣେ ଭଲ ମଣିଷ ଥିଲ। ତୁମ ମନରେ ସ୍ୱାର୍ଥ ନଥିଲା। ଆଇ ଲଭ ୟୁ ସାରା ବୋଲି ସେ ଲେଖିଛନ୍ତି।

ରେସଲର ଚେଲସି ଗ୍ରୀନ ଓ WWE ଅଫିସିଆଲ ଆକଉଣ୍ଟରୁ ମଧ୍ୟ ସାରାଙ୍କ ପାଇଁ ଶୋକ ବ୍ୟକ୍ତ କରାଯାଇଛି। ସାରା ଲି WWE ସହ ୨୫୦,୦୦୦ ଡଲାରର ଚୁକ୍ତି କରିଥିଲେ। କିନ୍ତୁ ୨୦୧୬ରେ ସେ WWEରୁ ବାହାରି ଯାଇଥିଲେ।


୧୯୯୨ ମସିହାରେ ଜନ୍ମ ଗ୍ରହଣ କରିଥିବା ସାରାଙ୍କ ସ୍ୱାମୀ ମଧ୍ୟ ଜଣେ ରେସଲର। ସ୍ୱାମୀ ୱେଷ୍ଟିନ ବ୍ଲାକେ ଓ ୩ ପିଲାଙ୍କୁ ନେଇ ସାରାଙ୍କ ସୁଖର ସଂସାର ଚାଲିଥିଲା। ହେଲେ କ୍ରୀଡ଼ା ଓ ଏଣ୍ଟରଟେନମେଣ୍ଟ ପାଇଁ ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ସାରା ହଠାତ୍‌ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe