Advertisment

୧୧ ବର୍ଷରେ ଭାଙ୍ଗିଥିଲା ମେରୁଦଣ୍ଡ ହାଡ଼, ଏବେ ବନିଲେ ଗୋଲ୍ଡେନ୍ ଗର୍ଲ

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସରେ ସୋମବାର ଭାରତ ପାଇଁ ଶୁଭ ସାବ୍ୟସ୍ତ ହୋଇଛି। ଭାରତର ଅବନୀ ଲେଖରା ଟୋକିଓ ପାରାଲିମ୍ପିକ୍ସର ଶୁଟିଂ ଇଭେଣ୍ଟରେ ମହିଳାଙ୍କ ଆର୍-୨ ୧୦ ମିଟର୍ ଏୟାର୍ ରାଇଫଲ୍ କ୍ଲାସ୍ ଏସଏଚ୍-୧ରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ଜୟପୁରରେ ରହୁଥିବା ଏହି ୧୯ ବର୍ଷୀୟା ଶୁଟର୍ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି। ଅବନୀ ଫାଇନାଲରେ ୨୪୯.୬ ପଏଣ୍ଟ ହାସଲ କରି ବିଶ୍ୱ ରେକର୍ଡର ସମପକ୍ଷ ହେବା ସହ ପ୍ରଥମ […]

୧୧ ବର୍ଷରେ ଭାଙ୍ଗିଥିଲା ମେରୁଦଣ୍ଡ ହାଡ଼, ଏବେ ବନିଲେ ଗୋଲ୍ଡେନ୍ ଗର୍ଲ

avani-lakhera

Advertisment

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସରେ ସୋମବାର ଭାରତ ପାଇଁ ଶୁଭ ସାବ୍ୟସ୍ତ ହୋଇଛି। ଭାରତର ଅବନୀ ଲେଖରା ଟୋକିଓ ପାରାଲିମ୍ପିକ୍ସର ଶୁଟିଂ ଇଭେଣ୍ଟରେ ମହିଳାଙ୍କ ଆର୍-୨ ୧୦ ମିଟର୍ ଏୟାର୍ ରାଇଫଲ୍ କ୍ଲାସ୍ ଏସଏଚ୍-୧ରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ଜୟପୁରରେ ରହୁଥିବା ଏହି ୧୯ ବର୍ଷୀୟା ଶୁଟର୍ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି।

Advertisment

ଅବନୀ ଫାଇନାଲରେ ୨୪୯.୬ ପଏଣ୍ଟ ହାସଲ କରି ବିଶ୍ୱ ରେକର୍ଡର ସମପକ୍ଷ ହେବା ସହ ପ୍ରଥମ ସ୍ଥାନ ଅକ୍ତିଆର କରିଥିଲେ। ସେ ଚାଇନାର ଝାଙ୍ଗ କୁଇପିଙ୍ଗ୍ (୨୪୮.୯ ପଏଣ୍ଟ)ଙ୍କୁ ପଛରେ ପକାଇଛନ୍ତି, ଯିଏ ରୌପ୍ୟ ପଦକ ଜିତିଛନ୍ତି। ୟୁକ୍ରେନର ଇରିୟାନା ଶୋତାନିକ୍ (୨୨୭.୫ ପଏଣ୍ଟ) ବ୍ରୋଞ୍ଜ ପଦକ ଜିତିଛନ୍ତି। ଅବନୀଙ୍କ ଏହି ସ୍ୱର୍ଣ୍ଣ ସହ ଭାରତ ପ୍ରଥମଥର ପାରାଲିମ୍ପିକ୍ସରେ ଶୁଟିଂରେ ପଦକ ଜିତିଛି। ସ୍ୱର୍ଣ୍ଣ ପଦକ ଜିତିଥିବା ଅବନୀଙ୍କ ଜୀବନ ଯାତ୍ରା ବେଶ ସଂଘର୍ଷପୂର୍ଣ୍ଣ ରହିଛି।

https://twitter.com/Media_SAI/status/1432211235987017730?s=20

ଅବନୀ ଯେତେବେଳେ ୧୧ ବର୍ଷର ହୋଇଥିଲା, ସେତେବେଳେ ଏକ କାର୍ ଦୁର୍ଘଟଣାରେ ତାଙ୍କ ମେରୁଦଣ୍ଡର ହାଡ଼ ଭାଙ୍ଗି ଯାଇଥିଲା। ମେରୁଦଣ୍ଡ ହାଡ଼ ଭାଙ୍ଗିବାରୁ ସେ ସବୁଦିନ ପାଇଁ ହ୍ୱିଲଚେୟାରର ସହାୟତା ନେଲେ। ଏହା ପରେ ତାଙ୍କ ଜୀବନର ଦ୍ୱିତୀୟ ଇନିଂସ୍ ବେଶ କଷ୍ଟକର ହୋଇପଡ଼ିଥିଲା। ହେଲେ ଏହି ସମୟରେ ତାଙ୍କ ପିତା ଅବନୀଙ୍କ ମନୋବଳ ବଢ଼ାଇଥିଲେ। ଅବନୀଙ୍କୁ ତାଙ୍କ ପିତା ପାଠପଢ଼ା ସହ ଖେଳରେ ମନଧ୍ୟାନ ଦେବାକୁ କହିଥିଲେ।

Advertisment

Gold for shooter Avani Lekhara at Tokyo Paralympics; bent to shooting  inspired by Abhinav Bindra - IBTimes India

ଅବନୀ ଏହା ପରେ ପାଠପଢ଼ାରେ ସମ୍ପୂର୍ଣ୍ଣ ମନ ଲଗାଇଥିଲେ ଏବଂ ଖେଳ ପାଇଁ ମଧ୍ୟ ସମୟ ବାହାର କରନ୍ତି। ଅବନୀ ପ୍ରଥମେ ଶୁଟିଂ ଏବଂ ତୀରନ୍ଦାଜୀରେ ମନ ବଳାଇଲେ ଏବଂ ଉଭୟ ଖେଳକୁ ଖେଳିବା ପ୍ରୟାସ କଲେ। କିନ୍ତୁ ଶୁଟିଂରେ ଅବନୀ ମନ ଦେଇଥିଲେ। ଏକ ସାକ୍ଷାତକାରରେ ଅବନୀ କହିଥିଲେ, ଅଭିନବ ବିନ୍ଦ୍ରାଙ୍କ ଯୋଗୁ ଶୁଟିଂରେ ତାଙ୍କର ଉତ୍ସାହ ବଢ଼ିଲା। ଡିପ୍ରେସନରୁ ମୁକୁଳିବା ପାଇଁ ସେ ବିନ୍ଦ୍ରାଙ୍କ ବାୟୋଗ୍ରାଫୀ ‘ଏ ଶଟ୍ ଆଟ୍ ହିଷ୍ଟ୍ରୀ’ ପଢ଼ିଥିଲେ, ଯାହା ପରେ ଶୁଟିଂ ପ୍ରତି ତାଙ୍କର ଦୁର୍ବଳତା ବଢ଼ିଥିଲା। ସେ ମଧ୍ୟ ଶୁଟିଂରେ ନିଜ କ୍ୟାରିୟର ଗଢ଼ିବାକୁ ମନସ୍ଥ କଲେ।

୨୦୧୫ରେ ଅବନୀ ତାଙ୍କର ଟ୍ରେନିଂ ଆରମ୍ଭ କରିଥିଲେ ଏବଂ ରାଜସ୍ଥାନର ଷ୍ଟେଟ୍ ଚାମ୍ପିୟନଶିପରେ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ସେ ଜବରଦସ୍ତ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହି ଚାମ୍ପିୟନଶିପ୍ ପାଇଁ ସେ ତାଙ୍କର କୋଚଙ୍କଠାରୁ ରାଇଫଲ୍ ଧାର ଆଣିଥିଲେ। ଏହାର କିଛି ମାସ ପରେ ଅବନୀ ନ୍ୟାଶନାଲ୍ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଲେ। ୨୦୧୬ରୁ ୨୦୨୦ ମଧ୍ୟରେ ଅବନୀ ଜାତୀୟ ଶୁଟିଂ ଚାମ୍ପିୟନଶିପରେ ୫ଥର ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଚଳିତ ବର୍ଷ ୟୁଏଇରେ ଆୟୋଜିତ ପାରା ଶୁଟିଂ ବିଶ୍ୱ କପରେ ଅବନୀ ରୌପ୍ୟ ପଦକ ଜିତିଥିଲେ।

Tokyo Paralympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe