ଘଣ୍ଟାର ଦାମ ୫ କୋଟି ନୁହେଁ, ବିବାଦ ଭିତରେ ମୁହଁ ଖୋଲିଲେ ପାଣ୍ଡ୍ୟା

ମୁମ୍ବାଇ: ଟିମ ଇଣ୍ଡିଆର ଷ୍ଟାର ଅଲରାଣ୍ଡର ହାର୍ଦ୍ଦିକ ପାଣ୍ତ୍ୟାଙ୍କ ଠାରୁ ୫ କୋଟି ଟଙ୍କାର ୨ଟି ଘଣ୍ଟା ଜବତ ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ରବିବାର ବିଳମ୍ବିତ ରାତିରେ ସେ ଦୁବାଇରୁ ମୁମ୍ବାଇରେ ପହଞ୍ଚିଥିବା ବେଳେ ତାଙ୍କ ପାଖରୁ ୫ କୋଟି ଟଙ୍କାର ଅଘୋଷିତ ଘଣ୍ଟା କଷ୍ଟମ ବିଭାଗ ଜବତ କରିଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଏହି ଘଣ୍ଟା ପାଣ୍ଡ୍ୟାଙ୍କ ପାଖରୁ ମିଳିଥିଲେ ହେଁ ଏହାର ବିଲ୍‌ ସେ ଦେଖାଇ ପାରି ନଥିଲେ। ଫଳରେ ଏହାକୁ କଷ୍ଟମ […]

customs

Hemant Lenka
  • Published: Tuesday, 16 November 2021
  • , Updated: 16 November 2021, 11:56 AM IST

ମୁମ୍ବାଇ: ଟିମ ଇଣ୍ଡିଆର ଷ୍ଟାର ଅଲରାଣ୍ଡର ହାର୍ଦ୍ଦିକ ପାଣ୍ତ୍ୟାଙ୍କ ଠାରୁ ୫ କୋଟି ଟଙ୍କାର ୨ଟି ଘଣ୍ଟା ଜବତ ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ରବିବାର ବିଳମ୍ବିତ ରାତିରେ ସେ ଦୁବାଇରୁ ମୁମ୍ବାଇରେ ପହଞ୍ଚିଥିବା ବେଳେ ତାଙ୍କ ପାଖରୁ ୫ କୋଟି ଟଙ୍କାର ଅଘୋଷିତ ଘଣ୍ଟା କଷ୍ଟମ ବିଭାଗ ଜବତ କରିଥିବା ରିପୋର୍ଟ ପ୍ରକାଶ ପାଇଥିଲା।

ଏହି ଘଣ୍ଟା ପାଣ୍ଡ୍ୟାଙ୍କ ପାଖରୁ ମିଳିଥିଲେ ହେଁ ଏହାର ବିଲ୍‌ ସେ ଦେଖାଇ ପାରି ନଥିଲେ। ଫଳରେ ଏହାକୁ କଷ୍ଟମ ବିଭାଗ ଜବତ କରିଥିଲା। ଏହାକୁ ନେଇ ବିବାଦ ବଢ଼ୁଥିବା ବେଳେ ପ୍ରଥମଥର ପାଇଁ ପାଣ୍ଡ୍ୟା ଗୋଟିଏ ବିବୃତି ଜାରି କରି ନିଜର ପକ୍ଷ ରଖିଛନ୍ତି। ସେ ସ୍ୱେଚ୍ଛାକୃତ ଭାବେ ମୁମ୍ବାଇ ଏୟାରପୋର୍ଟର କଷ୍ଟମ୍ସ କାଉଣ୍ଟରୁକୁ ଯାଇ ଘଣ୍ଟା ବିଷୟରେ ଜଣାଇଥିଲେ। ଏହାପରେ ଆବଶ୍ୟକ ସୀମା ଶୁଳ୍କ ଦେଇଥିଲେ। ସେହିପରି ଘଣ୍ଟାର ମୂଲ୍ୟ ୫ କୋଟି ନୁହେଁ ବରଂ ୧.୫ କୋଟି ଟଙ୍କା ବୋଲି ପାଣ୍ଡ୍ୟା ସଫେଇ ଦେଇଛନ୍ତି।

ପାଣ୍ଡ୍ୟା କହିଛନ୍ତି, “ସୋମବାର ଭୋରରୁ ମୁଁ ଦୁବାଇରୁ ଆସିବା ପରେ ମୋ ଲଗେଜ ଧରି ମୁମ୍ବାଇ ଏୟାରପୋର୍ଟର କଷ୍ଟମ କାଉଣ୍ଟର ପାଖକୁ ଯାଇଥିଲି। ସେଠାରେ ମୁଁ ଆଣିଥିବା ଜିନିଷପତ୍ର ସେମାନଙ୍କୁ ଅବଗତ କରାଇବା ସହ ଆବଶ୍ୟକ ସୀମା ଶୁଳ୍କ ପ୍ରଦାନ କରିଥିଲି। ମୁମ୍ବାଇ ଏୟାରପୋର୍ଟରେ କଷ୍ଟମ୍ସ ଘୋଷଣାନାମକୁ ନେଇ ମୋ ବିଷୟରେ ଭୁଲ ତଥ୍ୟ ସୋଶାଲ ମିଡିଆରେ ପ୍ରଚାର କରାଯାଉଛି।

ବାସ୍ତବରେ କ’ଣ ଘଟିଥିଲା ସେ ବିଷୟରେ ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି। ଦୁବାଇରୁ ମୁଁ ଆଇନଗତ ଉପାୟରେ କିଣିଥିବା ସବୁ ଜିନିଷକୁ ସ୍ୱେଚ୍ଛାକୃତ ଭାବେ ଘୋଷଣା କରିଛି। ମୁଁ ଏ ବାବଦରେ ଯେତେ ପରିମାଣର ଟିକସ ଦେବାକୁ ପଡ଼ିବ ମୁଁ ତା’ହା ଦେବାକୁ ପ୍ରସ୍ତୁତ ରହିଛି। ମୁଁ କିଣିଥିବା ଜିନିଷର ସବୁ କାଗଜପତ୍ର କଷ୍ଟମ ବିଭାଗ ଦାଖଲ କରିବାକୁ କହିଥିଲେ। ଏହାକୁ ମୁଁ ଦାଖଲ କରିଥିଲି। ଏହାପରେ ସେମାନେ ଉପଯୁକ୍ତ ଟିକସ ଲଗାଇଥିଲେ ଓ ଏହାକୁ ମୁଁ ପୈଠ କରି ସାରିଛି।

ସୋଶାଲ ମିଡିଆରେ ଘଣ୍ଟାର ଦାମ ୫ କୋଟି ଟଙ୍କା ବୋଲି ପ୍ରଚାର କରାଯାଉଛି। ହେଲେ ବାସ୍ତବରେ ଏହାର ଦାମ ପ୍ରାୟ ୧.୫ କୋଟି ଟଙ୍କା। ମୁଁ ଆଇନ ମାନୁଥିବା ଦେଶର ଜଣେ ନାଗରିକ। ମୁଁ ସବୁ ଏଜେନ୍ସିକୁ ସମ୍ମାନ କରେ। ମୋତେ ମୁମ୍ବାଇ କଷ୍ଟମ ବିଭାଗ ପକ୍ଷରୁ ସବୁ ପ୍ରକାରର ସହଯୋଗ ମିଳିଛି। ସେମାନଙ୍କୁ ମଧ୍ୟ ମୁଁ ସହଯୋଗ କରିବାକୁ ପ୍ରତିଶ୍ରୁତିବଦ୍ଧ। ଏହି ମାମଲାର ଅନ୍ତ ଘଟାଇବା ପାଇଁ ଆବଶ୍ୟକ ଦସ୍ତାବିଜ୍ ମୁଁ ସେମାନଙ୍କୁ ଦେବାକୁ ରାଜି। ମୁଁ ଆଇନ ଉଲ୍ଲଙ୍ଘନ କରିଛି ବୋଲି ଯେଉଁ ଖବର ପ୍ରକାଶ ପାଉଛି, ତାହା ସଂପୂର୍ଣ୍ଣ ମିଛ।”


ସୂଚନାଯୋଗ୍ୟ, ହାର୍ଦ୍ଦିକଙ୍କ ପାଖରେ ଥିବା ଦୁଇଟି ଦାମୀ ଘଣ୍ଟାକୁ କଷ୍ଟମ ବିଭାଗ ଜବତ କରିନେଇଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଏହି ଦୁଇଟି ଘଣ୍ଟାର ଦାମ ହେଉଛି ୫ କୋଟି ଟଙ୍କା। ହାର୍ଦ୍ଦିକଙ୍କର ପାଖରେ ଏହି ଘଣ୍ଟାରେ କୌଣସି ବିଲ୍ ନଥିଲା କିମ୍ବା ଏହି ଦୁଇଟି ଘଣ୍ଟାକୁ ନିଜ ସାମଗ୍ରୀ ସହ ଘୋଷଣା କରିନଥିଲେ।

ହାର୍ଦ୍ଦିକ ରବିବାର ବିଳମ୍ବିତ ରାତିରେ ସ୍ୱଦେଶ ଫେରିଥିଲେ। କିନ୍ତୁ ତାଙ୍କୁ ଏୟାରପୋର୍ଟରେ କଷ୍ଟମ ବିଭାଗ ଅଟକାଇ ଦେଇଥିଲା ଏବଂ ତାଙ୍କ ଠାରୁ ୨ଟି ଘଣ୍ଟାକୁ ଜବତ କରିଥିଲା ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।

Related story