Advertisment

କ୍ରିକେଟର୍‌ ଶିଖର ଧୱନ୍‌ଙ୍କୁ ନିର୍ଧୁମ ମାଡ଼; ବର୍ଷିଲା ଗୋଇଠା, ବିଧା

ମୁମ୍ବାଇ: ବିର୍ଷିଲା ଗୋଇଠା ବିଧା। ଚାପୁଡା ମାରିବା ସହ ତଳେ ପକାଇ ଛେଚିଲେ। ମାରିଲେ ନିର୍ଧୁମ ମାଡ। ଆଇପିଏଲ୍‌ରୁ ବାହାର ହେବା ପରେ କ୍ରିକେଟର୍‌ ଶିଖର ଧୱନ୍‌ ଓରଫ୍‌ ଗବର୍‌ଙ୍କୁ ମିଳିଛି କିଛି ଏଭଳି ଦଣ୍ଡ। ତେବେ ତାଙ୍କୁ ଏହି ଦଣ୍ଡ ଆଉ କିଏ ନୁହେଁ ଖୋଦ୍‌ ତାଙ୍କ ବାପା ଦେଇଛନ୍ତି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଚଳିତ ଆଇପିଏଲ୍‌ରେ ପଞ୍ଜାବ କିଙ୍ଗ୍ସ ୧୪ରୁ ୭ଟି ମ୍ୟାଚ୍‌ ଜିତି ୧୪ ପଏଣ୍ଟ […]

ଅଦ୍ୟତନ ହୋଇଛି
କ୍ରିକେଟର୍‌ ଶିଖର ଧୱନ୍‌ଙ୍କୁ ନିର୍ଧୁମ ମାଡ଼; ବର୍ଷିଲା ଗୋଇଠା, ବିଧା

shikhar-dhawans-beating-with-kicks

Advertisment

ମୁମ୍ବାଇ: ବିର୍ଷିଲା ଗୋଇଠା ବିଧା। ଚାପୁଡା ମାରିବା ସହ ତଳେ ପକାଇ ଛେଚିଲେ। ମାରିଲେ ନିର୍ଧୁମ ମାଡ। ଆଇପିଏଲ୍‌ରୁ ବାହାର ହେବା ପରେ କ୍ରିକେଟର୍‌ ଶିଖର ଧୱନ୍‌ ଓରଫ୍‌ ଗବର୍‌ଙ୍କୁ ମିଳିଛି କିଛି ଏଭଳି ଦଣ୍ଡ। ତେବେ ତାଙ୍କୁ ଏହି ଦଣ୍ଡ ଆଉ କିଏ ନୁହେଁ ଖୋଦ୍‌ ତାଙ୍କ ବାପା ଦେଇଛନ୍ତି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଚଳିତ ଆଇପିଏଲ୍‌ରେ ପଞ୍ଜାବ କିଙ୍ଗ୍ସ ୧୪ରୁ ୭ଟି ମ୍ୟାଚ୍‌ ଜିତି ୧୪ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହି ନକ୍‌ଆଉଟ୍‌ରେ ପହଞ୍ଚିବାରେ ବିଫଳ ହୋଇଥିଲା। ଦଳ ନକ୍‌ଆଉଟ୍‌ରେ ପହଞ୍ଚି ନ ପାରିବାରୁ ଏହାର ଓପନର୍‌ ଶିଖର ଧାୱନଙ୍କୁ ମାଡ଼ ମାରିଛନ୍ତି ତାଙ୍କ ବାପା।

ଧାୱନ୍‌ଙ୍କୁ ତାଙ୍କ ବାପା ଏଥିପାଇଁ ଖୁବ୍‌ ପିଟିଛନ୍ତି। ପାଖରେ ଥିବା ଅନ୍ୟ ପରିବାର ଲୋକେ ତାଙ୍କୁ ଯେତେ ଅଟକାଇଲେ ବି କିଛି ଶୁଣୁ ନାହାନ୍ତି। ଏହି ମାଡ ଖାଇବାର ଭିଡିଓକୁ ଧୱନ ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏହାର କ୍ୟାପସନ୍‌ରେ ଲେଖିଛନ୍ତି, ' ନକ୍‌ଆଉଟ୍‌ରେ ନ ପହଞ୍ଚିପାରିବାରୁ ମୋ ବାପା ମୋତେ ନକ୍‌ଆଉଟ୍‌ କରିଛନ୍ତି।' ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଜୋର୍‌ସୋର୍‌ରେ ଭାଇରାଲ ହେବାକୁ ଲାଗିଛି।

Advertisment

ହେଲେ ପ୍ରକୃତରେ ଏହା ସତ ଭିଡ଼ିଓ ନୁହେଁ। ଏଭଳି କିଛି ବି ଘଟଣା ଘଟିନି। ନିଜ ପ୍ରଶଂସକଙ୍କୁ ଖୁସି କରିବାକୁ ଧାୱନ ଓରଫ୍‌ ଟିମ୍‌ ଇଣ୍ଡିଆର ଗବର୍‌ ଏହି ଭିଡିଓ ପୋଷ୍ଟ କରିଛନ୍ତି। ସେ ମଜାଳିଆ ଢ଼ଙ୍ଗରେ ଅଭିନୟ କରି ଫ୍ଲେ ଅଫ୍‌ ପୂର୍ବରୁ ମ୍ୟାଚ୍‌ରୁ ବାହାର ହୋଇଯାଇଥିବା ଯୋଗୁଁ ତାଙ୍କୁ ମାଡ ମାରିଲା ଭଳି ଆକ୍ଟିଂ କରୁଛନ୍ତି। ତାଙ୍କ ଏଭଳି ଆକ୍ଟିଂ ଦେଖି କ୍ରିକେଟର ହରଭଜନ ସିଂହ ଇନ୍‌ଷ୍ଟାଗ୍ରାମରେ କମେଣ୍ଟ କରି 'ବାପା ତୁମ ଠାରୁ ବି ଭଲ ଅଭିନେତା ପ୍ରମାଣିତ ହେଲେ' ବୋଲି ଲେଖିଛନ୍ତି। ପୂର୍ବରୁ ବି ଧାୱନ ପ୍ରଶଂସକମାନଙ୍କୁ ଖୁସି କରିବା ଲାଗି ନିଜ ପରିବାର ସହ ଏମିତି ଅନେକ ଭିଡିଓ ପୋଷ୍ଟ କରିଥିବା ନଜିର ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe