Advertisment

ଭାରୋତ୍ତୋଳନରେ ଭାରତ ପାଇଁ ରୌପ୍ୟ ଜିତିଲେ ବିକାଶ ଠାକୁର

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ଜିତିବା ଧାରା ଜାରି ରହିଛି। ଏହିକ୍ରମରେ ଭାରତର ବିକାଶ ଠାକୁର ଭାରୋତ୍ତୋଳନର ୯୬ କେଜି ବର୍ଗରେ ଭାରତ ପାଇଁ ଆଉ ଏକ ରୌପ୍ୟ ପଦକ ଜିତିଛନ୍ତି। ଏହାକୁ ମିଶାଇ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୧୨ ବୃଦ୍ଧି ପାଇଛି। ଏହା ମଧ୍ୟରୁ ୮ଟି ପଦକ କେବଳ ଭାରୋତ୍ତୋଳନରୁ ମିଳିଲାଣି। ଆଜି ୯୬ କେଜି ବର୍ଗରେ ବିକାଶ ଠାକୁର ଦମଦାର ଆରମ୍ଭ କରିଥିଲେ। ସେ ସ୍ନାଚରେ ୧୫୫ କେଜି ଓ […]

author-image
Hemant Lenka
ଭାରୋତ୍ତୋଳନରେ ଭାରତ ପାଇଁ ରୌପ୍ୟ ଜିତିଲେ ବିକାଶ ଠାକୁର

Vikash-Thakur

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ଜିତିବା ଧାରା ଜାରି ରହିଛି। ଏହିକ୍ରମରେ ଭାରତର ବିକାଶ ଠାକୁର ଭାରୋତ୍ତୋଳନର ୯୬ କେଜି ବର୍ଗରେ ଭାରତ ପାଇଁ ଆଉ ଏକ ରୌପ୍ୟ ପଦକ ଜିତିଛନ୍ତି। ଏହାକୁ ମିଶାଇ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୧୨ ବୃଦ୍ଧି ପାଇଛି। ଏହା ମଧ୍ୟରୁ ୮ଟି ପଦକ କେବଳ ଭାରୋତ୍ତୋଳନରୁ ମିଳିଲାଣି।

Advertisment

ଆଜି ୯୬ କେଜି ବର୍ଗରେ ବିକାଶ ଠାକୁର ଦମଦାର ଆରମ୍ଭ କରିଥିଲେ। ସେ ସ୍ନାଚରେ ୧୫୫ କେଜି ଓ କ୍ଲିନ ଆଣ୍ଡ ଜର୍କରେ ୧୯୧ କେଜି ଓଜନ ଉଠାଇଛନ୍ତି। ମୋଟ ୩୪୬ କେଜି ଓଜନ ଉଠାଇ ରୁପା ପଦକ ଜିତିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହା ବିକାଶଙ୍କ ତୃତୀୟ ପଦକ। ସେ ୨୦୧୪ରେ ରୌପ୍ୟ ଓ ୨୦୧୮ ଗୋଲ୍ଡକୋଷ୍ଟରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ।

Advertisment


ଆଜି ବିକାଶ କ୍ଲିନ ଆଣ୍ଡ ଜର୍କର ଶେଷ ପ୍ରୟାସରେ ୧୯୮ କେଜି ଓଜନ ଉଠାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଫଳରେ ତାଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଏହି ବର୍ଗରେ ସାମୋଆର ଡନ ଓପେଲୋଗେ ରେକର୍ଡ ୩୮୧ କେଜି ଓଜନ ଉଠାଇ ସ୍ୱର୍ଣ୍ଣ ଜିତିଛନ୍ତି। ସେ ସ୍ନାଚରେ ୧୭୧ କେଜି ଓ କ୍ଲିନ ଆଣ୍ଡ ଜର୍କରେ ୨୧୦ କେଜି ଓଜନ ଉଠାଇଛନ୍ତି। ସେହିପରି ମୋଟ ୩୪୩ କେଜି ଓଜନ ଉଠାଇ ଫିଜିର ଟି ଟୁଇସୁଭା ଆର ବ୍ରୋଞ୍ଜ ପଦକ ଜିତିଛନ୍ତି।

ବିକାଶ ଠାକୁରଙ୍କ ପୂର୍ବରୁ ଭାରତ ପାଇଁ ଭାରୋତ୍ତୋଳନରେ ମୀରାବାଈ ଚାନୁ ସ୍ୱର୍ଣ୍ଣ, ଅଚିନ୍ତା ଶିଉଳି ସ୍ୱର୍ଣ୍ଣ, ଜେରେମି ଲାଲରିନୁଙ୍ଗା ସ୍ୱର୍ଣ୍ଣ, ବିନ୍ଦ୍ୟାରାଣୀ ରୌପ୍ୟ, ସଙ୍କେତ ମହାଦେବ ସାଗର ରୌପ୍ୟ, ଗୁରୁରାଜା ପୂଜାରୀ ବ୍ରୋଞ୍ଜ ଓ ମହିଳା ୭୧ କେଜି ବର୍ଗରେ ହରଜିନ୍ଦର କୌର ବ୍ରୋଞ୍ଜ ପଦକ ଜିତିଥିଲେ।