Advertisment

ଭାରତକୁ ଏଯାଏ ମିଳିଲାଣି ୫୫ ପଦକ, ଆଜି ସ୍ୱର୍ଣ୍ଣ ପାଇଁ କେଉଁମାନେ ଖେଳିବେ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆଜି ହେଉଛି ଶେଷ ଦିନ। ଭାରତୀୟ ସମୟ ରାତି ୧୨.୩୦ରେ ଉଦଯାପନୀ ସମାରୋହ ଆରମ୍ଭ ହେବ। ଆଜି ଶେଷ ଦିନରେ ଭାରତର ଏକାଧିକ ଖେଳାଳି ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବେ। ବ୍ୟାଡମିଣ୍ଟନର ମହିଳା ଏକକ ବର୍ଗରେ ପିଭି ସିନ୍ଧୁ, ପୁରୁଷ ଏକକ ବର୍ଗ ଲକ୍ଷ୍ୟ ସେନ ଓ ପୁରୁଷ ଡବଲ୍ସରେ ଚିରାଗ ସେଟ୍ଟୀ ଓ ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଆଜି ଫାଇନାଲ ମୁକାବିଲା ଖେଳିବେ। ସେହିପରି ଟେବୁଲ ଟେନିସ ପୁରୁଷ […]

ଭାରତକୁ ଏଯାଏ ମିଳିଲାଣି ୫୫ ପଦକ, ଆଜି ସ୍ୱର୍ଣ୍ଣ ପାଇଁ କେଉଁମାନେ ଖେଳିବେ

India

Advertisment

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆଜି ହେଉଛି ଶେଷ ଦିନ। ଭାରତୀୟ ସମୟ ରାତି ୧୨.୩୦ରେ ଉଦଯାପନୀ ସମାରୋହ ଆରମ୍ଭ ହେବ। ଆଜି ଶେଷ ଦିନରେ ଭାରତର ଏକାଧିକ ଖେଳାଳି ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବେ। ବ୍ୟାଡମିଣ୍ଟନର ମହିଳା ଏକକ ବର୍ଗରେ ପିଭି ସିନ୍ଧୁ, ପୁରୁଷ ଏକକ ବର୍ଗ ଲକ୍ଷ୍ୟ ସେନ ଓ ପୁରୁଷ ଡବଲ୍ସରେ ଚିରାଗ ସେଟ୍ଟୀ ଓ ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଆଜି ଫାଇନାଲ ମୁକାବିଲା ଖେଳିବେ।

Advertisment

ସେହିପରି ଟେବୁଲ ଟେନିସ ପୁରୁଷ ଏକକ ବର୍ଗର ସ୍ୱର୍ଣ୍ଣ ପଦକ ମୁକାବିଲାରେ ଶରତ କମଲ ରହିଛନ୍ତି। ସାଥିୟାନ ଗଣଶେଖରନ ସେମିରେ ହାରିଥିବାରୁ ଆଜି ବ୍ରୋଞ୍ଜ ପାଇଁ ଲଢ଼େଇ କରିବେ। ଏହାବାଦ ଭାରତୀୟ ପୁରୁଷ ହକି ଟିମ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ଫାଇନାଲ ମ୍ୟାଚ୍‌ ଖେଳିବ।

ତେବେ ଏହାପୂର୍ବରୁ ଭାରତ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୫୫ଟି ପଦକ ଜିତି ସାରିଲାଣି। ଏହା ମଧ୍ୟରେ ୧୮ଟି ସ୍ୱର୍ଣ୍ଣ, ୧୫ଟି ରୌପ୍ୟ ଓ ୨୨ଟି ବ୍ରୋଞ୍ଜ ପଦକ ରହିଛି। ରେସଲିଂ ବା କୁସ୍ତିରେ ଭାରତକୁ ସର୍ବାଧିକ ୧୨ଟି ପଦକ ମିଳିଛି। ଏଥିରେ ୬ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ୫ଟି ବ୍ରୋଞ୍ଜ ପଦକ ରହିଛି। ସେହିପରି ଭାରୋତ୍ତୋଳନରେ ଭାରତୀୟ ଖେଳାଳିମାନେ ୧୦ଟି ପଦକ ଜିତିଛନ୍ତି। ଏଥିରେ ୩ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ମେଡାଲ ରହିଛି।

Advertisment

ଦୌଡ଼କୁଦ- ଗୋଟିଏ ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ସହ ୮ଟି ପଦକ

ବ୍ୟାଡମିଣ୍ଟନ- ଗୋଟିଏ ରୌପ୍ୟ ଓ ୨ଟି ବ୍ରୋଞ୍ଜ ସହ ୩ଟି ପଦକ

ବକ୍ସିଂ- ୩ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ୩ଟି ବ୍ରୋଞ୍ଜ ସହ ୭ଟି ପଦକ

କ୍ରିକେଟ: ଭାରତୀୟ ମହିଳା ଦଳ ରୌପ୍ୟ ପଦକ ଜିତିଛି

ସାଇକେଲିଂ- ଭାରତୀୟ ଖେଳାଳି ମେଡାଲ ଜିତି ପାରି ନାହାନ୍ତି

ଜିମ୍ନାଷ୍ଟିକ- ଭାରତକୁ କୌଣସି ପଦକ ମିଳିନାହିଁ

ହକି- ଭାରତୀୟ ମହିଳା ଦଳ ବ୍ରୋଞ୍ଜ ପଦକ ଜିତିଛି

ଜୁଡୋ- ୨ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ସହ ୩ଟି ପଦକ

ଲନ ବଲ- ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ

ପାରା ପାୱାରଲିଫ୍ଟିଂ- ଗୋଟିଏ ସ୍ୱର୍ଣ୍ଣ ପଦକ

ସ୍କ୍ୱାଶ- ଭାରତୀୟ ଖେଳାଳି ଦୁଇଟି ବ୍ରୋଞ୍ଜ ପଦକ ଜିତିଛନ୍ତି

ସୁଇମିଂ- ଭାରତୀୟ ଖେଳାଳି କୌଣସି ପଦକ ଜିତି ନାହାନ୍ତି

ଟେବୁଲ ଟେନିସ- ୩ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe