Advertisment

ଟୋକିଓ ଅଲିମ୍ପିକ୍ସ: ନିରାଶ କଲେ ଦୀପିକା, ପ୍ରବୀଣ ଓ ସୌରଭ

ଟୋକିଓ: ଆଜିଠାରୁ ଆରମ୍ଭ ହୋଇଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ। ପ୍ରଥମ ଦିନରେ ଭାରତ ପାଇଁ ଭାରୋତ୍ତୋଳନରେ ମୀରବାଈ ଚାନୁ ରୌପ ପଦକ ଜିତିଛନ୍ତି। ହେଲେ ପଦକ ଆଶା ଥିବା ତୀରନ୍ଦାଜ ଦୀପିକା କୁମାରୀ ଓ ପ୍ରବୀଣ ଯାଦବଙ୍କ ଯୋଡ଼ି ସମସ୍ତଙ୍କୁ ନିରାଶ କରିଛନ୍ତି। ସେହିପରି ୧୦ମି ଏୟାର ପିସ୍ତଲ ଫାଇନାଲରେ ଷ୍ଟାର ଶୁଟର ସୌରଭ ଚୌଧୁରୀ ହାରିଯାଇଛନ୍ତି। ଆଜି ତୀରନ୍ଦାଜୀର ମିକ୍ସଡ ଇଭେଣ୍ଟରେ ଭାରତ ପକ୍ଷରୁ ଦୀପିକା କୁମାରୀ ଓ ପ୍ରବୀଣ ଯାଦବ […]

author-image
Hemant Lenka
ଟୋକିଓ ଅଲିମ୍ପିକ୍ସ: ନିରାଶ କଲେ ଦୀପିକା, ପ୍ରବୀଣ ଓ ସୌରଭ

Deepika-kumari

ଟୋକିଓ: ଆଜିଠାରୁ ଆରମ୍ଭ ହୋଇଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ। ପ୍ରଥମ ଦିନରେ ଭାରତ ପାଇଁ ଭାରୋତ୍ତୋଳନରେ ମୀରବାଈ ଚାନୁ ରୌପ ପଦକ ଜିତିଛନ୍ତି। ହେଲେ ପଦକ ଆଶା ଥିବା ତୀରନ୍ଦାଜ ଦୀପିକା କୁମାରୀ ଓ ପ୍ରବୀଣ ଯାଦବଙ୍କ ଯୋଡ଼ି ସମସ୍ତଙ୍କୁ ନିରାଶ କରିଛନ୍ତି। ସେହିପରି ୧୦ମି ଏୟାର ପିସ୍ତଲ ଫାଇନାଲରେ ଷ୍ଟାର ଶୁଟର ସୌରଭ ଚୌଧୁରୀ ହାରିଯାଇଛନ୍ତି।

Advertisment

ଆଜି ତୀରନ୍ଦାଜୀର ମିକ୍ସଡ ଇଭେଣ୍ଟରେ ଭାରତ ପକ୍ଷରୁ ଦୀପିକା କୁମାରୀ ଓ ପ୍ରବୀଣ ଯାଦବ ଲଢ଼େଇ କରିଥିଲେ। ଉଭୟ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିବା ପରେ ସମସ୍ତେ ଉଭୟଙ୍କ ଠାରୁ ପଦକ ଆଶା କରିଥିଲେ। କାରଣ ଦୀପିକା କୁମାରୀ ଏବେ ବିଶ୍ୱ ତୀରନ୍ଦାଜୀର ୧ନଂ ଖେଳାଳି।

ଭାରତର ମୁକାବିଲା ଦକ୍ଷିଣ କୋରିଆ ସହ ହୋଇଥିଲା। ହେଲେ ଭାରତ ଏହି ମ୍ୟାଚରେ ୨-୬ରେ ପରାସ୍ତ ହୋଇଛି। ଦକ୍ଷିଣ କୋରିଆ ୩ଟି ସେଟ୍ ଜିତିଥିବା ବେଳେ ଭାରତ ମାତ୍ର ଗୋଟିଏ ସେଟ୍ ଜିତିବାକୁ ସକ୍ଷମ ହୋଇଛି। ଦକ୍ଷିଣ କୋରିଆ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଆନ ସାନ ଓ କିମ୍ ଜେ ଡେଓକ ପ୍ରଥମ ଦୁଇ ସେଟ୍‌କୁ ୩୫-୩୨ ଓ ୩୮-୩୭ରେ ଜିତି ନେଇଥିଲେ।

Advertisment

ଏହାପରେ ଭାରତ ବାଉନ୍ସ ବ୍ୟାକ୍ କରି ତୃତୀୟ ସେଟ୍କୁ ୩୭-୩୫ରେ ଜିତି ନେଇଥିଲା। ଅନ୍ତିମ ସେଟ୍ ଭାରତ ଜିତିବ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ଦକ୍ଷିଣ କୋରିଆ ଏହାକୁ ୩୬-୩୩ରେ ଜିତି ସେମି ଫାଇନାଲରେ ପ୍ରବେଶ କରିଥିଲା।

ଶୁଟର ସୌରଭ ଚୌଧୁରୀ ୧୦ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଜବରଦସ୍ତ ପ୍ରଦର୍ଶନ କରି ଫାଇନାଲରେ ସ୍ଥାନ ହାସଲ କରିଥିଲେ। ହେଲେ ଫାଇନାଲ ରାଉଣ୍ଡରେ ସେ ଆଦୌ ଆଶା ଅନୁଯାୟୀ ପ୍ରଦର୍ଶନ କରିପାରି ନଥିଲେ। ତାଙ୍କୁ ୮ଜଣ ଫାଇନାଲିଷ୍ଟଙ୍କ ମଧ୍ୟରୁ ୭ମରେ ରହି ସନ୍ତୁଷ୍ଟ ହେବାକୁ ପଡ଼ିଛି।

Asian Shooting Championship: Saurabh Chaudhary wins 10m air pistol silver |  More sports News - Times of India

ସେ ୧୩୭.୪ ପଏଣ୍ଟ ସହ ନିଜର ଅଭିଯାନ ଶେଷ କରିଛନ୍ତି। ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ସୌରଭ ୬୦ଟି ଶୁଟ୍‌ରୁ ୫୮୬ ପଏଣ୍ଟ ସହ ଶୀର୍ଷରେ ରହିଥିଲେ। ଫାଇନାଲରେ ପ୍ରବେଶ କରି ନିରାଶଜନକ ପ୍ରଦର୍ଶନ କରିଥିବା ସୌରଭ ୬ଷ୍ଠ ସ୍ଥାନ ପାଇଁ ମଧ୍ୟ ଲଢ଼େଇ କରିଥିଲେ।

ଏହି ଲଢ଼େଇରେ ୧୦.୬ ଓ ୯.୮ ସ୍କୋର କରି ମୋଟ ୧୩୭.୪ ପଏଣ୍ଟ ପାଇବାକୁ ସକ୍ଷମ ହୋଇଥିଲେ। ଫଳରେ ଚାଇନାର ବୋୱେନ ଝାଙ୍ଗ ୧୩୭.୭ ପଏଣ୍ଟ ହାସଲ କରି ୬ଷ୍ଠ ସ୍ଥାନ ଦଖଲ କରିଥିଲେ।

Tokyo Olympics