Advertisment

ଲନ ବଲ୍‌ରେ ଭାରତୀୟ ମହିଳା ଦଳକୁ ଐତିହାସିକ ସ୍ୱର୍ଣ୍ଣ

ବର୍ମିଂହାମ: ବହୁତ କମ ଲୋକ ଜାଣିଥିବା ଲନ ବଲ୍‌ରେ ଭାରତୀୟ ମହିଳା ଦଳକୁ ମିଳିଛି ଐତିହାସିକ ସ୍ୱର୍ଣ୍ଣ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସ ରଚିଛି ଭାରତୀୟ ମହଳା ଟିମ୍‌। ଆଜି ଭାରତୀୟ ମହିଳା ଦଳ ଲନ ବଲ୍‌ ୱମେନ ଫୋରସ ଇଭେଣ୍ଟର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୧୭-୧୦ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଏହି ଇଭେଣ୍ଟରେ ଭାରତୀୟ ଟିମ ପ୍ରଥମଥର ଭାଗ ନେଇଥିଲା। ଆଉ ପ୍ରଥମଥର ହିଁ ମହିଳା ଦଳ ଦେଶ ପାଇଁ […]

author-image
Hemant Lenka
ଅଦ୍ୟତନ ହୋଇଛି
ଲନ ବଲ୍‌ରେ ଭାରତୀୟ ମହିଳା ଦଳକୁ ଐତିହାସିକ ସ୍ୱର୍ଣ୍ଣ

Team

ବର୍ମିଂହାମ: ବହୁତ କମ ଲୋକ ଜାଣିଥିବା ଲନ ବଲ୍‌ରେ ଭାରତୀୟ ମହିଳା ଦଳକୁ ମିଳିଛି ଐତିହାସିକ ସ୍ୱର୍ଣ୍ଣ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସ ରଚିଛି ଭାରତୀୟ ମହଳା ଟିମ୍‌। ଆଜି ଭାରତୀୟ ମହିଳା ଦଳ ଲନ ବଲ୍‌ ୱମେନ ଫୋରସ ଇଭେଣ୍ଟର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୧୭-୧୦ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି।

Advertisment

ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଏହି ଇଭେଣ୍ଟରେ ଭାରତୀୟ ଟିମ ପ୍ରଥମଥର ଭାଗ ନେଇଥିଲା। ଆଉ ପ୍ରଥମଥର ହିଁ ମହିଳା ଦଳ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତହାସ ସୃଷ୍ଟି କରିଛି। ଭାରତୀୟ ମହିଳା ଟିମରେ ଲଭଲୀ ଚୌବେ(ଲିଡ୍), ପିଙ୍କି(ଦ୍ୱିତୀୟ), ନୟନମଣି ସାଇକିଆ(ତୃତୀୟ) ଓ ରୂପା ରାଣୀ ତିର୍କୀ(ସ୍କିପ) ଦମଦାର ପ୍ରଦର୍ଶନ କରିଛନ୍ତି। ଗତକାଲି ଦଳ ନ୍ୟୁଜିଲ୍ୟାଣ୍ଡକୁ ୧୬-୧୩ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା।

ଆଜି ଫାଇନାଲ ଲଢ଼େଇରେ ମଧ୍ୟ ଦଳର ଖେଳାଳିମାନେ ଦମଦାର ପ୍ରଦର୍ଶନ କରିଛନ୍ତି। ଦକ୍ଷିଣ ଆଫ୍ରିକା ଶେଷ ଭାଗରେ ଭାରତକୁ ଚ୍ୟାଲେଞ୍ଜ ଦେଇ ଲିଡ ହାସଲ କରିଥିଲା। କିନ୍ତୁ ଭାରତୀୟ ଖେଳାଳି ଜବରଦସ୍ତ କମବ୍ୟାକ୍‌ କରି ଦେଶ ପାଇଁ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି।

Advertisment

ପ୍ରଥମ ରାଛଣ୍ଡ ବା ପ୍ରଥମ ଏଣ୍ଡ ସୁଦ୍ଧା ଭାରତ ୧-୦ରେ ଆଗରେ ଥିଲା। ଦ୍ୱିତୀୟ ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ୨-୧ରେ ଆଗୁଆ ହୋଇଥିଲା। ତୃତୀୟ ରାଉଣ୍ଡରେ ଭାରତ ୨-୨ରେ ସ୍ଥିତି ଭରାବର କରିଥିଲା। ୪ର୍ଥ ରାଉଣ୍ଡରେ ୩-୨, ୫ମ ରାଉଣ୍ଡରେ ୪-୨, ୬ଷ୍ଠ ରାଉଣ୍ଡରେ ୭-୨ ଓ ଅଷ୍ଟମ ରାଉଣ୍ଡ ଶେଷ ସୁଦ୍ଧା ଭାରତ ୮-୨ରେ ଆଗରେ ଥିଲା। ହେଲେ ଏହି ସମୟରେ ଦକ୍ଷିଣ ଆଫ୍ରିକା କମବ୍ୟାକ କରି ସ୍ଥିତିକୁ ପ୍ରଥମେ ୪-୮, ପରେ ୬-୮ ଓ ୧୦ମ ରାଉଣ୍ଡ ବେଳକୁ ସ୍ଥିତିକୁ ୮-୮ରେ ବରାବର କରି ନେଇଥିଲା।

୧୧ତମ ରାଉଣ୍ତରେ ଦକ୍ଷିଣ ଆଫ୍ରିକା ୨ ପଏଣ୍ଟ ହାସଲ କରି ସ୍ଥିତକୁ ୧୦-୮ କରି ଦେଇଥିଲା। ଭାରତ ୧୨ତମ ରାଉଣ୍ଡରେ ସ୍ଥିତି ବରାବର କରିବା ପରେ ଆଉ ଅଟକି ନଥିଲା। ୧୩ତମ ଏଣ୍ଡ ସୁଦ୍ଧା ସ୍ଥିତି ୧୦-୧୨, ୧୪ତମ ରାଉଣ୍ଡରେ ୩ ପଏଣ୍ଟ ହାସଲ କରି ୧୫-୧୦ ଓ ଶେଷ ରାଉଣ୍ଡରେ ୨ ପଏଣ୍ଟ ହାସଲ କରି ସ୍ଥିତି ୧୭-୧୦ କରିବା ସହ ସ୍ୱର୍ଣ୍ଣ ପଦକ ଜିତି ନେଇଥିଲା।

ଭାରତୀୟ ମହିଳା ଦଳ ପ୍ରଥମଥର ପାଇଁ ଲନ ବଲରେ ସ୍ୱର୍ଣ୍ଣ ଜିତିଥିବାରୁ ଚାରିଆଡ଼ୁ ଖେଳାଳିଙ୍କ ପାଖକୁ ଶୁଭେଚ୍ଛାର ବାର୍ତ୍ତା ଆସିବା ପରେ ଲାଗିଛି।

ଅନ୍ୟପକ୍ଷରେ ଏହି ସ୍ୱର୍ଣ୍ଣକୁ ମିଶାଇ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ଏଥିରେ ୪ ସ୍ୱର୍ଣ୍ଣ, ୩ ରୌପ୍ୟ ଓ ୩ ବ୍ରୋଞ୍ଜ ପଦକ ରହିଛି।